ବିରାଟ କୋହଲିଙ୍କ ଠାରୁ ଏକଦିବସିୟ ଅଧିନାୟକତ୍ୱ ପଦ ନିଆଯିବା ପରେ ଭାରତୀୟ କ୍ରିକେଟରେ ନୂଆ ବିବାଦ ଆରମ୍ଭ ହୋଇଯାଇଥିଲା। ବିସିସିଆଇର ଏହି ଫଇସଲାକୁ ନେଇ ଅଲଗା ଅଲଗା ରାୟ ସାମ୍ନାକୁ ଆସୁଛି। ଗୋଟେ ପକ୍ଷ ରୋହିତଙ୍କୁ ନୂଆ ଅଧିନାୟକ କରାଯିବାକୁ ପକ୍ଷରେ ଥିବା ବେଳେ ଅନ୍ୟ ପକ୍ଷ ନାହାଁନ୍ତି। ଏହା ମଧ୍ୟରେ ଭାରତୀୟ ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ବୟାନ ଦେଇଛନ୍ତି।
ରବି ଶାସ୍ତ୍ରୀ ଷ୍ଟାର ସ୍ପୋର୍ଟସ ସହିତ ଖାସ କଥାବାର୍ତ୍ତା ସମୟରେ କହିଛନ୍ତି,”ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଅଧିନାୟକ କରିବା ଫିଇସଲା ଭବିଷ୍ୟତ ପାଇଁ ଠିକ ଅଟେ”।
ରବିଶାସ୍ତ୍ରୀ ନିଜର ଏହି ବୟାନର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି,”ମତେ ଲାଗୁଛିକି ଟେଷ୍ଟ ଓ ଏକଦିବସିୟରେ ଅଲଗା ଅଲଗା ଅଧିନାୟକ ରହିବା ଠିକ ଅଟେ। କାରଣ କରୋନାରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଜଣେ ବ୍ୟକ୍ତି ପାଇଁ ତିନୋଟି ଫାର୍ମାଟରେ ଅଧିନାୟକତ୍ୱ କରିବା ସହଜ ନୁହେଁ। କାରଣ କେହିବି ବାୟୋ ବବୁଲରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବା ସହଜ ନୁହେଁ”।

ଶାସ୍ତ୍ରୀ କହିଛନ୍ତି ଏକଦିବସିୟର ଅଧିନାୟକତ୍ୱ ପଦରୁ ବାହାରିବା ପରେ ବିରାଟ ଭଲଭାବରେ ଟେଷ୍ଟ ଉପରେ ଫୋକସ କରିପାରିବେ। ଏବେ ବିରାଟଙ୍କ ପାଖରେ ନିଜ ଖେଳ ଉପରେ ଧ୍ୟାନ ଦେବାକୁ ପୁରା ସମୟ ଅଛି। ତାଙ୍କ ପାଖରେ ଏବେବି ୫-୬ ବର୍ଷର କ୍ରିକେଟ ଅଛି।
କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୭୦% ଏକଦିବସିୟ ମ୍ୟାଚ ଜିତିଛି:
କୋହଲି ଏକଦିବସିୟ ଅଧିନାୟକ ରହିବା ସମୟରେ ଭାରତ ଗୋଟେ ମଧ୍ୟ ଆଇସିସି ଟ୍ରଫି ଜିତିପାରିନାହିଁ ଯାହା ଦ୍ୱାରା ତାଙ୍କ ଅଧିନାୟକତ୍ୱକୁ ନେଇ ସବୁ ବେଳେ ଆଲୋଚନା ହେଉଥିଲା। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୯୫ ରୁ ୬୫ ଟି ଏକଦିବସିୟ ମ୍ୟାଚ ଜିତିଛି। ମାନେ ତାଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୭୦% ଅଟେ। ତାଙ୍କ ଅଧିନାୟକତ୍ୱ ଭାରତ ଦୁଇ ଟିମ ବିଶିଷ୍ଟ ୧୯ ଏକଦିବସିୟ ସିରିଜରୁ ୧୫ ଟି ଜିତିଛି। ଯେଉଁଥିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ମାଟିରେ ସିରିଜ ବିଜୟ ସାମିଲ ଅଛି।
ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ଅଧିନାୟକତ୍ୱକୁ ଜେଇ ଦ୍ଵନ୍ଦ:
ଏହି ମାସରେ ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାରକରାଯିବା। ପରେ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି କହିଥିଲେକି ବିସିସିଆସି କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲା। କାରଣ ଟି-୨୦ ଓ ଏକଦିବସିୟରେ ବିସିସିଆଇ ଗୋଟେ ଅଧିନାୟକ ଚାହୁଁଥିଲା। କୋହଲି ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାର ପୂର୍ଵ ଦିନ। ପ୍ରେସ କନ୍ଫରେନ୍ସରେ ଗାଙ୍ଗୁଲିଙ୍କ ଏହି ବୟାନକୁ ଅସ୍ୱୀକାର କରିଥିଲେ। କୋହଲି କହିଥିଲେକି ତାଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କେହି କହିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।