ତେଜୁଛି କୋହଲି-BCCI ବିବାଦ! BCCI ଏବଂ କୋହଲିଙ୍କୁ ନେଇ ପୂର୍ବ ହେଡ କୋଚ୍ ରବି ଶାସ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟକର ବୟାନ!

ଭାରତୀୟ ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ବିସିସିଆଇ ଓ ବିରାଟ କୋହଲିଙ୍କ ବିବାଦ ଉପରେ ପତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏହି ବିବାଦକୁ ଭଲ ଭାବେ ସମାଧାନ କରାଯାଇପାରିଥାନ୍ତା। ରବି ଶାସ୍ତ୍ରୀ କହିଛନ୍ତି ବିରାଟ କୋହଲି ନିଜ ପକ୍ଷ ରଖିଥିଲେ ବୋର୍ଡକୁ ମଧ୍ୟ ନିଜ ପତିକ୍ରିୟା ରଖିବାର ଆବଶ୍ୟକତା ଥିଲା। ଏହା ସହିତ ସେ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିରୁଦ୍ଧରେ ଭାରତର ପରାଜୟ ଉପରେ କହିଛନ୍ତି କେବେ କେବେ ଦିନ କୌଣସିବି ଟିମ ପକ୍ଷରେ ହୋଇପାରେ।

ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଗୁରୁବାରକୁ ଇଣ୍ଡିଆନ ଏକ୍ସପ୍ରେସର ଇ ଅଡ୍ଡାରେ କହିଛନ୍ତି,”ମତେ ଲାଗୁଛିକି ବିରାଟ କୋହଲି ଓ ବିସିସିଆଇ ମାମଲାକୁ ଭଲ ଭାବରେ ସମାଧାନ କରାଯାଇପାରିଥାନ୍ତା। ବିରାଟ ନିଜ ପକ୍ଷ ରଖିଥିଲେ ଏହା ଉପରେ ବୋର୍ଡ ଅଧ୍ୟକ୍ଷଙ୍କୁ ନିଜ ପକ୍ଷ ରଖିବାର ଆବଶ୍ୟକତା ଥିଲା। ଭଲ କଥାବାର୍ତ୍ତା ଦ୍ଵାରା ସ୍ଥିତି ଆହୁରି ଭଲ ହୋଇପାରିଥାନ୍ତା”।

Google

ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାର ଗୋଟେ ଦିନ ପୂର୍ବରୁ ବିରାଟ କୋହଲି ପ୍ରେସ କନ୍ଫରେନ୍ସରେ କହିଥିଲେକି ତାଙ୍କୁ ଏକଦିବସିୟ ପଦରୁ ବାହାରକରାଯିବା କଥା ଟେଷ୍ଟ ଟିମ ଘୋଷଣାର ମାତ୍ର ଦେଢ଼ ଘଣ୍ଟା ପୂର୍ବରୁ କୁହାଯାଇଥିଲା। ଏହା ସହ ସେ ଗାଙ୍ଗୁଲିଙ୍କ ଦାବିକୁ ଅସ୍ବୀକାର କରିଥିଲେ ଯେଉଁ ଦାବିରେ ଗାଙ୍ଗୁଲି କହିଥିଲେକି ସେ ଟି-୨୦ ଅଧିନାୟକତ୍ୱ ପଦ ନଛାଡିବା ପାଇଁ କୋହଲିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିରାଟ ଏହି ଦାବିକୁ ପ୍ରେସ କନ୍ଫରେନ୍ସରେ ଅସ୍ୱୀକାର କରିଥିଲେ। ସେ ଏହା ମଧ୍ୟ କହିଥିଲେ ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ଉପଲବ୍ଧ ଥିଲେ କିନ୍ତୁ ସେ ଉପଲବ୍ଧ ନଥିବା ସବୁ କଥା ମିଛ”।

ପାକିସ୍ତାନ ବିରୁଦ୍ଧରେ ଟି-୨୦ ବିଶ୍ୱକପରେ ମିଳିଥିବା ପରାଜୟକୁ ନେଇ ରବି ଶାସ୍ତ୍ରୀ କହିଛନ୍ତି,”ଆପଣ ପାକିସ୍ତାନ ସହ ମ୍ୟାଚ ପାଇଁ ଅଲଗା ପ୍ରସ୍ତୁତି କରିନଥାନ୍ତି। ପୂର୍ଵ ୨୦ ବର୍ଷର ପରିଣାମକୁ ଦେଖିବାତ ୯୦% ବିଜୟ ଆମ ପକ୍ଷରେ ଅଛି। କୌଣସି ଦିନ କିଛିବି ହୋଇପାରେ ତେଣୁ ଗୋଟେ ବା ଦୁଇଟି ପରାଜୟ ପାଇଁ କିଛିବି କଣ ପାଇଁ ବଦଳିବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *