ରବି ଶାସ୍ତ୍ରୀଙ୍କୁ ଥିଲା କୋଚ୍ ଭାବରେ ଅସଫଳ ହେବାର ଡର! ନିଜେ କଲେ ଖୁଲାସା, ଜାଣନ୍ତୁ କ’ଣ ପାଇଁ ସେ ଡରୁଥିଲେ

Cricket News Ravi Shastri was afraid of failure as a coach himself explained the reason

ଟିମ ଇଣ୍ଡିଆର ପୂର୍ଵ ହେଡ଼ କୋଚ ରବି ଶାସ୍ତ୍ରୀ କହିଥିଲେ କି ରୋହିତ ଶର୍ମାଙ୍କର ଟ୍ୟାଲେଣ୍ଟକୁ ଯଦି ସେ ଭଲ ସେ ଜପଯୋଗ କରିପାରିନଥାନ୍ତେ ତେବେ କୋଚ ରୂପରେ ତାଙ୍କ ପାଇଁ ଏହା ଏକ ବଡ ଅସଫଳତା ହୋଇଥାନ୍ତା। ୫୯ ବର୍ଷୀୟ ଶାସ୍ତ୍ରୀ କହିଛନ୍ତି କି ରୋହିତଙ୍କୁ ଟେଷ୍ଟର ଓପନର କରିବା ପାଇଁ ମୋ ଇଛା ସଫା ଥିଲା। ରୋହିତ ପ୍ରଥମ ଥର ୨୦୧୯ରେ ବିଶାଖାପାଟନମରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟରେ ଓପନିଙ୍ଗ କରିଥିଲେ। ଏହି ମ୍ୟାଚରେ ରୋହିତ ଦୁଇଟି ଶତକ ମାରିଥିଲେ ଓ ରୋହିତଙ୍କର ଟେଷ୍ଟ କ୍ୟାରିଅରରେ ଏହା ଟ୍ରନିଙ୍ଗ ପଏଣ୍ଟ ହେଲା।

ରୋହିତ ଟେଷ୍ଟରେ ଓପନିଙ୍ଗ କରି ୧୬ ଟି ମ୍ୟାଚରେ ୫୮ରୁ ଅଧିକ ଔସତରେ ୧୪୬୨ ରନ କରିଥିଲେ। ସେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ମାର୍ନସ ଲାବୁସେନ, ଜୋ ରୁଟ, ଷ୍ଟିବ ସ୍ମିଥ, କେନ ବିଲିଯମସନଙ୍କ ପରେ ପଞ୍ଚମ ସ୍ଥାନରେ ଅଛନ୍ତି। ବିରାଟ କୋହଲି ମଧ୍ୟ ତାଙ୍କ ତଳେ ଅଛନ୍ତି।

India coach Ravi Shastri
Google

ରୋହିତଙ୍କୁ ଟେଷ୍ଟରେ ଓପନର କରିବାକୁ ଚାହୁଁଥିଲି:ରବି ଶାସ୍ତ୍ରୀ:

ସ୍ପୋର୍ଟସସହ ଖାସ କଥାବାର୍ତ୍ତା ସମୟରେ ରୋହିତଙ୍କୁ ନେଇ ରବି ଶାସ୍ତ୍ରୀ କହିଛନ୍ତି,”ମୋ ମତିଷ୍କରେ ସ୍ପଷ୍ଟ ଥିଲାକି ମୁଁ ରୋହିତଙ୍କୁ ଟେଷ୍ଟରେ ଓପନର କରିବାକୁ ଚାହୁଁଥିଲି। ମୁଁ ଭାବୁଥିଲିକି ଯଦି ମୁଁ ତାଙ୍କୁ ବ୍ୟାଟ୍ସମ୍ୟାନ ରୂପରେ ସର୍ବଶ୍ରେଷ୍ଠ କରିପାରିବିନି ତେବେ କୋଚ ରୂପରେ ଏହା ମୋର ଅସଫଳତା ହେବ। କାରଣ ରୋହିତଙ୍କ ପାଖରେ ଜଣେ ବ୍ୟାଟ୍ସମ୍ୟାନ ରୂପରେ ଅନେକ ପ୍ରତିଭା ଥିଲା”।

“ବିରାଟ ଓ ମୁଁ ବହୁତ ଆକ୍ରାମକ”:

ଶାସ୍ତ୍ରୀ ଆଗକୁ ଏହା ମଧ୍ୟ କହିଥିଲେକି ତାଙ୍କର ଓ ବିରାଟ କୋହଲିଙ୍କ ମଧ୍ୟରେ କେଉଁ ଜିନିଷ ଏକଭଳି ଥିଲା। ଶାସ୍ତ୍ରୀ କହିଥିଲେକି ତାଙ୍କର ଓ କୋହଲିଙ୍କ ମଧ୍ୟରେ ସମାନ ଥିଲା ଆକ୍ରାମକତା ଓ ପୂର୍ଵ ୪ବର୍ଷରେ ଦୁହେଁ ହାରିବାକୁ ଭଳି ଜିତିବା ପାଇଁ ଜୋରସୋର ପ୍ରୟାସ କରୁଥିଲେ।

ଶାସ୍ତ୍ରୀ ଆଗକୁ କହିଥିଲେକି ଦୁହିଁଙ୍କୁ ବହୁତ ଜଲ୍ଦି ଏହା ଜଣାପଡିଥିଲାକି ବିଦେଶରେ ଟେଷ୍ଟ ମ୍ୟାଚ ଜିତିବା ପାଇଁ ୨୦ ଟି ଯାକ ୱିକେଟ ନେବାକୁ ପଡିବ। ସେଥିପାଇଁ ଆମେ ଆକ୍ରାମକ କ୍ରିକେଟ ଖେଳିବାକୁ ଚାହିଁଲୁ। ଏହାର ଅର୍ଥ ସଫା ଥିଲାକି ଅନେକ ଥର ଆପଣ ଜିତିବା ଚକରରେ ହାରିଯିବେ। କିନ୍ତୁ ଏହିପରି ଖେଳି ଜିତିଲେ ଏହାର ଅଭ୍ୟାସ ହୋଇଯାଇଥାଏ।

ଶାସ୍ତ୍ରୀ କୋଚ ରହିବା ସମୟରେ ଇଣ୍ଡିଆ ଟେଷ୍ଟରେ ବେଷ୍ଟ ରହିଥିଲା:

ଶାସ୍ତ୍ରୀ କୋଚ ରହିଥିବା ସମୟରେ ଟିମ ଇଣ୍ଡିଆ ଅନେକ ସମୟ ପର୍ଯ୍ୟନ୍ତ ଟେଷ୍ଟରେ ନମ୍ବର ୧ ରହିଥିଲା। ବିଶ୍ୱଟେଷ୍ଟ ଚମ୍ପିୟାନସିପର ଫାଇନାଲ ଖେଳିଥିଲା। ଅଷ୍ଟ୍ରେଲିଆ ଯାଇ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ ହରାଇଥିଲା। ଏହି ବର୍ଷ ଇଂଲଣ୍ଡ ସହ ଟେଷ୍ଟ ସିରିଜର ୪ ଟି ମ୍ୟାଚରେ ୨-୧ରେ ଆଗକୁ ହୋଇଥିଲା। କରୋନା କାରଣରୁ ଶେଷ ଟେଷ୍ଟ ମ୍ୟାଚ ସ୍ତଗୀତ ହୋଇଯାଇଥିଲା।

Ravi Shastri
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *