IND vs SL: ପ୍ରଥମ ଟେଷ୍ଟରେ ଜାଡେଜାଙ୍କ ଦମଦାର ଶତକ ବଳରେ ମଜଭୁତ ସ୍ଥିତିରେ ଭାରତ! ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଅଧିନାୟକ ହେବା ପରଠୁ ପରଠୁ ଭାରତ ସୀମିତ ଓଭରରେ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ ଟେଷ୍ଟ ଆରମ୍ଭ ମଧ୍ୟ ସୁନ୍ଦର ଭାବେ କରିଛି। ଶ୍ରୀଲଙ୍କା ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜକୁ ଭାରତ ୩-୦ ରେ ଜିତିଯାଇଥିଲା। ୪ ମାର୍ଚ୍ଚରୁ ମୋହାଲିରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ ବିରାଟ କୋହଲିଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ଅଟେ। ଭାରତ ଏହି ମ୍ୟାଚରେ ମଜବୁତ ସ୍ଥିତିରେ ଅଛି। ତେବେ ଏହି ମ୍ୟାଚରେ ବିରାଟ କୋହଲି ଏବଂ ହନୁମା ବିହାରୀ ପ୍ରଥମେ ମହତ୍ତ୍ୱପୂର୍ଣ୍ଣ ପାର୍ଟନରସିପ କରିଥିଲେ ଏବଂ ପରେ ପନ୍ତ ଏବଂ ଜାଡେଜାଙ୍କ ଆକର୍ଷଣୀୟ ପାରି ବଲରେ ଦଳ ମଝଭୁତ ସ୍ଥିତିରେ ଅଛି।

Google

କହିରଖିବୁ ଭାରତୀୟ ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗର ନିସ୍ପତି ନେଇଥିଲେ। ଭାରତ ପାଇଁ ମୟଙ୍କ ଅଗ୍ରୱାଲ ଓ ଅଧିନାୟକ ରୋହିତ ଓପନିଙ୍ଗ କରିଥିଲେ। ଦୁହେଁ ଭଲ ଆରମ୍ଭ କରିଥିଲେ କିନ୍ତୁ ବଡ଼ ପାରି କରିପାରିନଥିଲେ। ରୋହିତ ୨୮ ରନ କରି ଓ ଅଗ୍ରୱାଲ ୩୩ ରନ କରି ଆଉଟ ହୋଇଯାଇଥିଲେ। ୮୦ ରନ ମଧ୍ୟରେ ଭାରତର ୨ ଟି ୱିକେଟ ଗଳିପଡିଥିଲା। ଏହା ପରେ ପୂର୍ଵ ଅଧିନାୟକ କୋହଲି ଓ ହନୁମା ବିହାରୀ ପାରିକୁ ସମ୍ଭାଳିଥିଲେ ତୃତୀୟ ୱିକେଟ ପାଇଁ ୯୦ରନର ଆବଶ୍ୟକୀୟ ପାର୍ଟନରସିପ କରିଥିଲେ।

ଏହାପରେ କୋହଲି ୪୫ ରନ କରି ଓ ବିହାରୀ ୫୮ ରନ କରି ଆଉଟ ହୋଇଗଲେ। ଏହା ପରେ ରିସଭ ପନ୍ତ ଓ ଶ୍ରେୟସଅୟରଙ୍କ ମଧ୍ୟରେ ପଞ୍ଚମ ୱିକେଟ ପାଇଁ ୫୩ ରନର ପାର୍ଟନରସିପ କରିଥିଲେ। ଏହା ପରେ ଭାରତର ସ୍କୋର ୨୨୮ ରନ ଥିବା ବେଳେ ଅୟର ୨୭ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ପନ୍ତ ଓ ଜାଡେଜାଙ୍କ ମଧ୍ୟରେ ସୁନ୍ଦର ଶତକୀୟ ପାର୍ଟନରସିପ ହୋଇଥିଲା ଓ ଭାରତୀୟ ସ୍କୋର ୩୦୦ପାର ହୋଇଥିଲା। ପନ୍ତ ଶତକ ମିଶ କରିଗଲେ ଓ ୯୬ ରନ କରି ଆଇଟ ହୋଇଯାଇଥିଲେ। ଏହା ପରେ ଜାଡେଜାଙ୍କ ସାଥଦେଇଥିଲେ ଆର ଅଶ୍ୱିନୀ। ସେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଥିଲେ। ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ କରିଥିଲା। ଦ୍ୱିତୀୟ ଦିନ ଅଶ୍ୱିନୀ ଅର୍ଦ୍ଧଶତକ ହାସଲ କରି ୬୧ ରନରେ ଆଉଟ ହୋଇଯାଇଥିଲେ କିନ୍ତୁ ଜାଡେଜା ସୁନ୍ଦର ପାରି ଖେଳି ୧୬୦ ବଲରେ ନଜର ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ତାଙ୍କର ଏହି ସୁନ୍ଦର ପାରି ଦ୍ଵାରା ଭାରତ ଏବେ ମଝବୁତ ସ୍ଥିତିରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *