ବଡ଼ ଖବର: ଟେଷ୍ଟରୁ ଅବସର ନେବେ ରବୀନ୍ଦ୍ର ଜାଡେଜା! କଣ ଅଟେ କାରଣ? ପଢନ୍ତୁ ପୁରା ଖବର

ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ନ୍ୟୁଜିଲାଣ୍ଡ ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ଆଘାତ ହୋଇଯାଇଥିଲେ ଓ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜରେ ମଧ୍ୟ ତାଙ୍କୁ ଚୟନ କରାଯାଇନାହିଁ।ଏବେ ଖବର ଆସୁଛିକି ସେ କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରୁ ଅବସର ନେଇପାରନ୍ତି। ଦୈନିକ ଜାଗରଣର ଖବର ଅନୁସାରେ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ଅବସର ନେବା ବିଷୟରେ ଭାବୁଛନ୍ତି। ସେ ସୀମିତ ଓଭରରେ ନିଜ କ୍ୟାରିଅର ଲମ୍ବା କରିବା ପାଇଁ ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ସେ ଟିମର ମୁଖ୍ୟ ଖେଳାଳିଙ୍କ ମଧ୍ୟରୁ ଜଣେ ଓ ସେ ପ୍ରମୁଖ ୱିକେଟ ନେବାରେ ମାହୀର। ସେ ତଳ କ୍ରମରେ ବ୍ୟାଟିଙ୍ଗ କରି ମଧ୍ୟ ଭଲ ରନ କରିଥାନ୍ତି। ତାଙ୍କ ଫିଲଡିଙ୍ଗ କଥା ସମସ୍ତେ ଜାଣିଛନ୍ତିକି ସେ ଦୁନିଆର ସର୍ବଶ୍ରେଷ୍ଠ ଫିଲଡ଼ରଙ୍କ ମଧ୍ୟରୁ ଜଣେ। ତେଣୁ ବିଦେଶୀ ସିରିଜରେ ଅଶ୍ୱିନୀଙ୍କ ପୂର୍ବରୁ ତାଙ୍କ ନାମକୁ ବିଚାର କରାଯାଉଥିଲା।

Google
ଟେଷ୍ଟରେ ଶତକ ମଧ୍ୟ ମାରିଛନ୍ତି ଜାଡେଜା:

ଟେଷ୍ଟ କ୍ରିକେଟରେ ଜାଡେଜାଙ୍କ କଥା କହିବା ତ ସେ ଭାରତ ପାଇଁ ୫୭ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୩୩.୭୬ ର ଔସତରେ ୨୧୯୫ ରନ କରିଛନ୍ତି। ତାଙ୍କ ନାମରେ ଶତକ ମଧ୍ୟ ଅଛି।ସେ ୨.୪୧ର ଔସତରେ ୨୩୨ ୱିକେଟ ମଧ୍ୟ ନେଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ସବୁଠୁ ତୀବ୍ର ବେଗରେ ୨୦୦ ୱିକେୟ ନେଇଥିବା ବାମହାତୀ ଵୋଲର ଅଟନ୍ତି। ସେ ୨୦୧୯ରେ ନିଜର ୪୪ ତମ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ।

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବେ। ଯାହାର ଆରମ୍ଭ ୨୬ ଡିସେମ୍ବରକୁ ସେଂଚୁରିଆନରେ ହେବାର ଅଛି। ଜାଡେଜାଙ୍କ ସହ, ରୋହିତ ଶର୍ମା, ଶୁଭମନ ଗିଲ, ଅକ୍ଷର ପଟେଲ ମଧ୍ୟ ଆଘାତ କାରଣରୁ ଏହି ସିରିଜରୁ ବାହାରେ ଅଛନ୍ତି। ଜାଡେଜାଙ୍କ ଅନୁପସ୍ଥିତରେ ଆର ଅଶ୍ୱିନୀ ସ୍ପିନର ରୂପରେ ପ୍ରଥମ ପସନ୍ଦ ଅଟନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *