IPL 2022: RCB ପାଇଁ ପୁଣି ପଡିଆକୁ ଓହ୍ଲାଇବେ ମିଷ୍ଟର 360 ଡିଭିଲୟର୍ସ! ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର

କ୍ରିକେଟରେ ମିଷ୍ଟର ୩୬୦ ନାମରେ ପ୍ରସିଦ୍ଧ ଏବି ଡିଭିଲିୟର୍ସଙ୍କ କ୍ରିକେଟ କ୍ୟାରିଅର ଶେଷ ହୋଇଯାଇଛି। କିନ୍ତୁ ସେ ସଂକେତ ଦେଇଛନ୍ତି କି ତାଙ୍କ ଭିତରେ କ୍ରିକେଟ ଏବେ ମଧ୍ୟ ବଞ୍ଚିଛି। ସେ ଆରସିବି ପଟୁ ପୁଣି ଖେଳିପାରନ୍ତି। ତେବେ ଆସନ୍ତୁ ଜାଣିବା ସେ କଣ କହିଛନ୍ତି। ବର୍ଷ ୨୦୧୭ରେ ଇଣ୍ଟର ନେସନାଲ କ୍ରିକେଟରୁ ଅବସର ନେଇଥିବା ଡିଭିଲିୟର୍ସ କହିଛନ୍ତି ସେ ଦକ୍ଷିଣ ଆଫ୍ରିକା କିମ୍ବା ଆରସିବି ପଟୁ ବଡ଼ ଦାୟୀତ୍ୱ ପାଳନ କରି ପାରନ୍ତି। ପୂର୍ଵ ବର୍ଷ ନଭେମ୍ବରରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ।

Google

ମାନେ ସେ ଆଇପିଏଲ ମଧ୍ୟ ଆଉ ଖେଳିବେନି କିନ୍ତୁ ସେ କହିଥିଲେ ତାଙ୍କର ଆଇସିବି ସହ ସମ୍ପର୍କ ଏବେ ଶେଷ ହୋଇନାହିଁ। ଡିଭିଲିୟର୍ସ କହିଛନ୍ତି,”ମୋର ମାନିବା ଅଟେକି ଦକ୍ଷିଣ ଆଫ୍ରିକା ଟିମ ଓ ଆରସିବି ଟିମରେ ମୋର କୌଣସି ଅନ୍ୟ ଆବଶ୍ୟକତା ଅଛି। ଭବିଷ୍ୟତ ବିଷୟରେ ମତେ ଜଣାନାହିଁ କିନ୍ତୁ ସମୟ ଆସିଲେ ଦେଖାଯିବ”। ଇଣ୍ଟର ନେସନାଲ କ୍ରିକେଟରେ ୨୦ ହଜାରରୁ ଅଧିକ ରନ କରିଥିବା ଡିଭିଲିୟର୍ସଙ୍କ ନାମରେ ଏକଦିବସିୟ କ୍ରିକେଟରେ ସବୁଠୁ ଦ୍ରୁତ ବେଗରେ ଅର୍ଦ୍ଧଶତକ, ଶତକ ଓ ୧୫୦ ରନର ରେକର୍ଡ଼ ଅଛି।

ସେ ନିଜ କ୍ରିକେଟ କ୍ୟାରିଅରକୁ ମନେ ପକାଇଛନ୍ତି ତାହା ସହ କରୋନାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି,”ଆଶା କରୁଛିକି ଭବିଷ୍ୟତରେ ଯେବେ ବୁଲିକି ଦେଖିବି ମନେ ପକାଇବିକି ମୁଁ କିଛି ଖେଳାଳିଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ମୋର ଫଇସଲା ଅଟେ କିନ୍ତୁ ମତେ ଜଣାନାହିଁ ଏହା ନିଶ୍ଚିତ ରୂପରେ ହେବକି ନାହିଁ। ଭବିଷ୍ୟତରେ ଜଣାପଡିବ,କରୋନା ସମୟରେ କ୍ୟାନସେନ, ଫ୍ଲାଇଟ ମିଶ, ପିଲାଙ୍କ ସ୍କୁଲ ମ୍ୟାନେଜମେଣ୍ଟ ସବୁ କିଛି ଚ୍ୟାଲେଞ୍ଜପୁର୍ଣ ଥିଲା”।

Google

ଡିଭିଲିୟର୍ସ ଯେବେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିଲେ ଅନେକ ପୂର୍ଵ ଖେଳାଳି ତାଙ୍କର ଏହି ନିସ୍ପତିକୁ ଭଲ ବୋଲି କହିଥିଲେ। ସେ ଆଇପିଏଲରୁ ମଧ୍ୟ ଅବସର ନେବା ପରେ ପ୍ରସଂସକଙ୍କ ହୃଦୟ ଭାଙ୍ଗିଯାଇଥିଲା। ସେ ଆଇପିଏଲରେ ୧୮୪ ମ୍ୟାଚରେ ୫୧୬୨ରନ କରିଛନ୍ତି ଓ ୩ ଟି ଶତକ ଓ ୪୦ ଅର୍ଦ୍ଧଶତକ ମାରିଛନ୍ତି। ସେ ବର୍ଷ ୨୦୦୮-୧୦ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସ ପଟୁ ଖେଳିଥିବା ବେଳେ ୨୦୧୧-୨୦୨୧ ପର୍ଯ୍ୟନ୍ତ ସେ ଆରସିବି ଟିମରେ ଥିଲେ। ଏବେ ଡିଭିଲିୟର୍ସଙ୍କ ଏହି ସଂକେତ କୌଣସି ଖୁସିରୁ କମ ନୁହେଁ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *