ବ୍ୟୁରୋ ରିପୋର୍ଟ: ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାର ପୂର୍ଵ ଖେଳାଳି ଏବି ଡିଭିଲିୟର୍ସ ପୁଣି ଆଇପିଏଲକୁ ଫେରିବାକୁ ଯାଉଛନ୍ତି। ଏଥର ତାଙ୍କ ଭୂମିକା କିଛି ଅଲଗା ହେବ। ଏପରି କୁହାଯାଉଛିକି ଆରସିବିରେ ତାଙ୍କ ନୂଆ ଦାୟୀତ୍ୱ ମିଳିପାରେ। ଡିଭିଲିୟର୍ସ ଅନେକ ବର୍ଷ ପର୍ଯ୍ୟନ୍ତ ଆରସିବି ପଟୁ ଆଇପିଏଲ ଖେଳିଛନ୍ତି।

ଦକ୍ଷିଣ ଆଫ୍ରିକାର ପୂର୍ଵ ଅଧିନାୟକ ଡିଭିଲିୟର୍ସ ଆଇପିଏଲର ପୂର୍ଵ ସିଜନ ପରେ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଦେଇଥିଲେ। ଏହା ଦ୍ଵାରା ସ୍ପଷ୍ଟ ହୋଇଯାଇଥିଲାକି ସେ ଆଇପିଏଲର ଆଗାମୀ ସିଜନରେ ଖେଳିବେ ନାହିଁ। ଏହା ପରେ ମଧ୍ୟ ଡିଭିଲିୟର୍ସ ଆଇପିଏଲର ୧୫ ତମ ସିଜନରର ନଜର ଆସିବେ। ଆଇପିଏଲରର ସେ ଜଣେ ଖେଳାଳି ରୂପରେ ନୁହେଁ ବରଂଆରସିବି ତାଙ୍କୁ ନୂଆ ଦାଇତ୍ୱ ଦେଇପାରେ।
ମିଡ଼ିଆ ରିପୋର୍ଟ ଅନୁସାରେ ଡିଭିଲିୟର୍ସ ଆରସିବିର ମେଣ୍ଟର ରୂପରେ ନଜର ଆସିପାରନ୍ତି। ଏହା ମଧ୍ୟ କୁହାଯାଉଛିକି ଆରସିବି ଜଲ୍ଦି ଏହାର ଘୋଷଣା କରିପାରେ। ଡିଭିଲିୟର୍ସ ଆରସିବି ସହିତ ଲମ୍ବା ସମୟ ବିତାଇଛନ୍ତି। ଆରସିବିର ପୂର୍ଵ ଅଧିନାୟକ କୋହଲି ଓ ଡିଭିଲିୟର୍ସ ଭଲ ସାଙ୍ଗ ଅଟନ୍ତି। ଡିଭିଲିୟର୍ସ ଆରସିବିର ଡ୍ରେସିଙ୍ଗ ରୁମରେ ରହିଲେ ଆରସିବିର ମନୋବଳ ବଢିବ ଓ ଯୁବ ଖେଳାଳି ତାଙ୍କ ଠୁ ବହୁତ କିଛି ଶିଖିବେ।
The Alien landed on Earth again. 👽
The heart and soul of RCB will be seen again. Virat Kohli and Mentor Ab Devillers. ❤️ pic.twitter.com/wzc1MnUE7Z
— Akshat (@AkshatOM10) March 8, 2022
୨୦୧୧ ରେ ଆରସିବି ସହିତ ଯୋଡି ହୋଇଥିଲେ ଡିଭିଲିୟର୍ସ:
ଆଇପିଏଲ ୨୦୦୮ରେ ଡିଭିଲିୟର୍ସ ଡେବ୍ୟୁ କରିଥିଲେ ଓ ଆଇପିଏଲ ୨୦୧୦ ପର୍ଯ୍ୟନ୍ତ ସେ ଦିଲ୍ଲୀ କ୍ୟାପିଟଲ୍ସର ଅଂଶ ଥିଲେ। ଏହା ପରେ ଆଇପିଏଲ ୨୦୧୧ରେ ସେ ଆରସିବି ଟିମରେ ଯୋଡି ହୋଇଥିଲେ ଓ ବର୍ଷ ୨୦୨୧ ଆଇପିଏଲ ପର୍ଯ୍ୟନ୍ତ ସେ ଆରସିବି ପଟୁ ଖେଳିଛନ୍ତି। ଡିଭିଲିୟର୍ସ ଆଇପିଏଲର ସବୁଠୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ। ତାଙ୍କ ଆଇପିଏଲ କ୍ୟାରିଅର କଥା କହିବା ତ ସେ ୧୮୪ ଆଇପିଏଲ ମ୍ୟାଚର ୧୭୦ ପାରିରେ ୫୧୬୨ ରନ କରିଛନ୍ତି। ଏହି ସମୟରେ ସେ ତିନୋଟି ଶତକ ଓ ୪୦ ଅର୍ଦ୍ଧଶତକ ମାରିଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୩୩ ନଟଆଉଟ ଅଟେ। ସେ ଆଇପିଏଲରେ ସବୁଠୁ ଅଧିକ ରନ କରିଥିବା ୬ ନମ୍ବର ବ୍ୟାଟ୍ସମ୍ୟାନ ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।