ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜର ପୂର୍ଵ ଅଧିନାୟକ ଓ ଅଲରାଉଣ୍ଡର ଯେସନ ହୋଲ୍ଡର ଆଇପିଏଲର ନିଲାମୀରେ ଅଧିକ ଦାମରେ ବିକ୍ରି ହେଲା ବାଲା ଖେଳାଳିଙ୍କ ଲିଷ୍ଟରେ ସାମିଲ ହୋଇପାରନ୍ତି। ଆରସିବି ତାଙ୍କ ଉପରେ ମୋଟା ଦାମ ଲଗାଇପାରେ। ଆରସିବିର ରଣନୀତି ସୂଚନା ରଖିବା ବାଲା ସୂତ୍ର ଅନୁସାରେ ବିରାଟ କୋହଲି ,ମାକ୍ସୋଏଲ, ଓ ମହମ୍ମଦ ସିରାଜଙ୍କୁ ନିଜ ସାଥିରେ ରଖିଥିବା ଆରସିବି ଯେସନ ହୋଲ୍ଡରଙ୍କ ପ୍ରଦର୍ଶନ ଦେଖି ତାଙ୍କ ଉପରେ ଦାମ ଲଗାଇପାରେ। ଆଇପିଏଲ ୨୦୨୨ର ମେଗା ଅକ୍ସନ ୧୨ ଓ ୧୩ ଫେବୃଆରୀକୁ ବାଙ୍ଗାଲୋରରେ ହେବାର ଅଛି।

ଟିମର ଏକ ପାଖ ସୂତ୍ର ପିଟିଆଇକୁ କହିଛନ୍ତି,”ବେନ ଷ୍ଟୋକସ୍ ଉପଲବ୍ଧ ନାହାଁନ୍ତି। ହାର୍ଦିକ ପାଣ୍ଡ୍ୟା ଓ ମାର୍କସ ଷ୍ଟୋଇନିକ୍ସ ଅନ୍ୟ ଟିମ ସହିତ ଯୋଡି ହୋଇସାରିଛନ୍ତି। ମିଚେଲ ମାର୍ସଙ୍କ ବିଷୟରେ ଆପଣଙ୍କୁ ଜଣାନାହିଁକି ଆଘାତ କାରଣରୁ ସେ ପୁରା ଆଇପିଏଲ ଖେଳିପାରିବେ କି ନାହିଁ।ଯଦି ରେକର୍ଡକୁ ଦେଖିବାତ ହୋଲ୍ଡରଙ୍କ ପ୍ରଦର୍ଶନ ଭଲ ରହିଛି। ଆରସିବି ତାଙ୍କ ଉପରେ ବଡ଼ ଦାମ ଲଗାଇପାରି ଓ ଅନ୍ୟ ଟିମ ମଧ୍ୟ ଏପରି କରିପାରନ୍ତି”।
ରାଇଡୁ ଓ ପରାଗ ମଧ୍ୟ ନଜରରେ:
ଆରସିବି ଟିମ ନିଲାମୀରେ ୫୭ କୋଟି ସହ ଓହ୍ଲାଇବାକୁ ଯାଉଛି। ଟିମ ନଜରରେ ଯେଉଁ ମୁଖ୍ୟ ତିନି ଖେଳାଳି ଅଛନ୍ତି ସେମାନେ ହେଉଛନ୍ତି ଯେସନ ହୋଲ୍ଡର, ଚେନ୍ନାଇ ସୁପର କିଙ୍ଗସର ଅମ୍ବାତି ରାୟୁଡୁ ଓ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ। ସୂତ୍ର କହିଛନ୍ତି ,”ଟିମ ହୋଲ୍ଡରଙ୍କ ପାଇଁ ୧୨ କୋଟି ରାୟୁଡୁଙ୍କ ପାଇଁ ୮ କୋଟି ଓ ପରାଗଙ୍କ ପାଇଁ ୭ କୋଟି ମାନେ ମୋଟ ୨୭ ଖର୍ଚ୍ଚ କରିପାରିବ ଏହା ପରେ ବି ଟିମ ପାଖରେ ଆଉ ୨୮ କୋଟି ବଞ୍ଚିବ”।
The #IPLAuction is coming home! Just 1️⃣1️⃣ days to go! ⏳
Drop a ? if you can’t wait to find out who will be a part of RCB’s #ClassOf2022! Keep your suggestions coming.#PlayBold #WeAreChallengers #IPLMegaAuction #IPL2022 pic.twitter.com/20n48ujQFk
— Royal Challengers Bangalore (@RCBTweets) February 1, 2022
ଅଲରାଉଣ୍ଡରଙ୍କ ଉପରେ ସବୁ ଟିମଙ୍କ ନଜର:
ସେ କହିଛନ୍ତି କୋହଲି, ମାକ୍ସୱେଲ, ସିରାଜ, ରାଇଡୁ, ହୋଲ୍ଡର, ଓ ପରାଗଙ୍କ ଉପରେ ଟିମର କୋର ଖେଳାଳି ଚୟନ ହୋଇଯିବେ। ଆଶା କରାଯାଉକି ତିନିଙ୍କ ମଧ୍ୟରୁ ଦୁଇ ଖେଳାଳିସାମିଲ ହୋଇଯାଆନ୍ତୁ। ହୋଲ୍ଡର ସମସ୍ତଙ୍କ ନଜରରେ ରହିବେ କାରଣ ଅଲରାଉଣ୍ଡରଙ୍କ ସଂଖ୍ୟା ବହୁତ କମ। କ୍ରିସ ମୋରିସ ଭଲ ଖେଳାଳି ଅଟନ୍ତି କିନ୍ତୁ ସେ ୧୬ କୋଟିର ଦାବିଦାର ଥିଲେ? ସମ୍ଭବତଃ ନୁହେଁ କିନ୍ତୁ ଅଲରାଉଣ୍ଡରଙ୍କ କମି କାରଣରୁ ଅନେକ ଖେଳାଳି ବାଧ୍ୟରେ ଅଧିକ ଦାମ ଲଗାଇଲେ”।
ଯୁବରାଜଙ୍କୁ ମିଳିଥିଲା ୧୫ କୋଟି:
ସେ ଆଗକୁ କହିଛନ୍ତି,”ଏପରି ଯୁବରାଜ ସିଂହଙ୍କ ସହିତ ମଧ୍ୟ ହୋଇଥିଲା। ଯେବେ ୨୦୧୫ରେ ଦିଲ୍ଲୀ ତାଙ୍କୁ ୧୫ କୋଟିରେ ଟିମରେ ସାମିଲ କରିଥିଲା। ଏହା ବ୍ରାଣ୍ଡ ଓ ବଜାରର ଖେଳା ଅଟେ,ସିଏସକେର ସଫଳତାରେ ରାୟୁଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ମହେନ୍ଦ୍ର ସିଂହ ଧୋନି ମଧ୍ୟ ଭଲ ସେ ଜାଣିଥିବା ଖେଳାଳିଙ୍କ ଉପରେ ଦାବି ଲଗାଇଥାନ୍ତି। ତେଣୁ ଚମ୍ପିୟାନ ଟିମ ରାୟୁଡୁଙ୍କୁ ପୁଣି ଟିମରେ ନେବାକୁ ଚାହିଁବ”।

ମୁଖ୍ୟ ଅଧିନାୟକ ଅଧିନାୟକତ୍ୱ ଛାଡିବା ଦ୍ଵାରା ନୂତନ ଅଧିନାୟକ ଖୋଜା ହେଉଛି, ପୁଣି କୋହଲି ମଧ୍ୟ ହୋଇପାରନ୍ତି ଅଧିନାୟକ?:
ନିଲାମୀରେ ରାଇଡୁ ୱିକେଟ କିପର ବ୍ୟାଟ୍ସମ୍ୟାନ ରୂପରେ ଓହ୍ଲାଉଛନ୍ତି ତେଣୁ ଏହି ପଦ ବହୁତ ଗୁରୁତ୍ୱପୂର୍ଣ ଅଟେ। ଆଇପିଏଲ ୨୦୨୦ରେ ଭଲ ପ୍ରଦର୍ଶନ କରିବା ପରେ ପରାଗଙ୍କ ପାଇଁ ଆଇପିଏଲ ୨୦୨୧ ଭଲ ଯାଇନଥିଲା। ସେ ବଡ଼ ଶର୍ଟ ମାରିଥାନ୍ତି ଓ ସ୍ପିନ ବୋଲିଙ୍ଗ ମଧ୍ୟ କରିଥାନ୍ତି ତେଣୁ ତାଙ୍କ ଉପରେ ମଧ୍ୟ ବଡ଼ ଦାମ ଲଗାଯାଇପାରେ। ଆରସିବି ଏକ ଅଧିନାୟକଙ୍କ ତଲାସରେ ଅଛି। ଶ୍ରେୟସ ଅୟରଙ୍କୁ ଟିମରେ ଯୋଡିବାକୁ ଚାହିଁବ ବା କୋହଲିଙ୍କୁ ଆଉ ଗୋଟେ ବର୍ଷ ପର୍ଯ୍ୟନ୍ତ ଅଧିନାୟକତ୍ୱ କରିବାକୁ ରାଜିକରେଇବ ଏହା ଦେଖିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।