RCB vs CSK: ଚେନ୍ନାଇକୁ ୧୩ ରନରେ ହରାଇ TOP-4 ରେ ଜାଗା ବନାଇଲା RCB! ମାକ୍ସୱେଲ ଓ ଲମରୋର ରହିଲେ ମ୍ୟାଚର ହିରୋ

IPL 2022 ର ଆଉ ଏକ ମ୍ୟାଚ ଦମଦାର ହୋଇଥିଲା। RCB ୧୩ ରନରେ CSK କୁ ହରାଇଥିଲା। ଆଗ ବ୍ୟାଟିଂ କରି RCB ନିର୍ଧାରିତ ୨୦ ଓଭରରେ ୧୭୩ ରନ କରିଥିଲା। ଜବାବରେ ଚେନ୍ନାଇ ୧୬୦ ରନ ହିଁ କରିପାରିଲା।

Google

RCB ପକ୍ଷରୁ ଓପ୍ନର ଦୁଇ ବିରାଟ ଏବଂ ଫାଫ ସୁନ୍ଦର ଷ୍ଟ୍ରାର୍ଟ ଦେଇଥିଲେ। ଫାଫ ୨୨ ବଲରେ ୩୮ କରି ଆଉଟ ହୋଇଯାଇଥିଲେ। ସେ ଗୋଟିଏ ଛକା ଓ ୪ଟି ଚୌକା ଲଗାଇଥିଲେ। ତାଙ୍କ ଛଡା ବିରାଟ ମଧ୍ୟ ଆକର୍ଷଣୀୟ ସର୍ଟସ ଖେଳିଥିଲେ। ସେ ୩୩ ବଲରେ ୩୦ କରିଥିଲେ। ସେ ଗୋଟିଏ ଛକା ଓ ୩ଟି ଚୌକା ଲଗାଇଥିଲେ।

ମହିପାଲ ଲମରୋର ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୨୭ ବଲରେ ୪୨ କରିଥିଲେ। ସେ ୩ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୫୫.୫୬ ଥିଲା। ଦିନେଶ କାର୍ତ୍ତିକ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୧୭ ବଲରେ ୨୬ କରିଥିଲେ। ସେ ଗୋଟିଏ ଚୌକା ଓ ୨ଟି ଛକା ଲଗାଇଥିଲେ।

ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକୱାଡ଼ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୨୩ ବଲରେ ୨୮ କରିଥିଲେ। ତାଙ୍କର ଏହି ପାରିରେ ସେ ୩ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। କନୱେ ୩୭ ବଲରେ ୫୬ କରିଥିଲେ। ମୋଇନ ଅଲ୍ଲୀ ୩୪ କରିଥିଲେ। ପ୍ରିଟୋରିୟସ ୮ ବଲରେ ୧୩ କରିଥିଲେ।

RCB ର ବୋଲିଂ ସୁନ୍ଦର ରହିଥିଲା। ଜୋସ ହେଜେଲଉଡ଼ ୪ ଓଭରରେ ୧୯ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ହରସଲ ପଟେଲ ମଧ୍ୟ ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୩୫ ରନ ଦେଇ ୩ଟି ୱିକେଟ ନେଇଥିଲେ। ଗ୍ଲେନ ମାକ୍ସୱେଲ ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୨୨ ରନ ଦେଇ ୨ଟି ୱିକେଟ ନେଇଥିଲେ। ୱାନିନ୍ଦୁ ହସରଙ୍ଗା ୩ ଓଭରରେ ୩୧ ରନ ଦେଇ ୧ଟି ୱିକେଟ ନେଇଥିଲେ। ସାହବାଜ ଅହମ୍ମଦ ୩ ଓଭରରେ ୨୭ ରନ ଦେଇ ୧ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ ୨ ଓଭରରେ ୨୨ ରନ ଦେଇଥିଲେ।

Google

ଏହି ମ୍ୟାଚ ବିଜୟ ସହ RCB ପଏଂଟସ ଟେବୁଲରେ ନମ୍ବର ୪ରେ ପଂହଁଚିଯାଇଛି। ଚେନ୍ନାଇ ନମ୍ବର ୯ ରେ ଅଛି। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ହର୍ଷଲ ପଟେଲ। ସେ ସୁନ୍ଦର ବୋଲିଂ କରିଥିଲେ। ସେ ୩ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *