IPL 2022 ର ଆଉ ଏକ ମୁକାବିଲା ଯାହାକି ବାଙ୍ଗାଲୋର ଏବଂ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା ଏହି ମ୍ୟାଚକୁ ବାଙ୍ଗାଲୋର ୬୭ ରନରେ ଜିତି ନେଇଛି। ଆଗ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୨ ରନ କରିଥିଲା ଜବାବରେ ହାଇଦ୍ରାବାଦ ୧୨୫ ରନରେ ଅଲଆଉଟ ହୋଇଯାଇଥିଲା।

RCB ପାରିର ଆରମ୍ଭରେ ପ୍ରଥମ ବଲରେ ଆଉଟ ହୋଇଯାଇଥିଲେ ବିରାଟ କୋହଲି। ଫାଫ ଏବଂ ରଜତ ପତିଦର ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ। ଫାଫ ୫୦ ବଲରେ ୭୩ କରି ନଟ ଆଉଟ ଥିଲେ। ସେ ୮ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ରଜତ ୩୮ ବଲରେ ୪୮ କରି ଆଉଟ ହୋଇଯାଇଥିଲେ। ସେ ୪ଟି ଚୌକା ଓ ୨ଟି ଛକା ଲଗାଇଥିଲେ।

ମାକ୍ସୱେଲ ୨୪ ବଲରେ ୩୩ କରି ଆଉଟ ହୋଇଯାଇଥିଲେ। ଶେଷ ଓଭର ଆଡେ ସୁନ୍ଦର ବ୍ୟାଟିଂ କରିଥିଲେ ଦିନେସ କାର୍ତ୍ତିକ। ସେ ୮ ବଲରେ ୩୦ କରିଥିଲେ ଓ ନଟ ଆଉଟ ଥିଲେ। ସେ ୪ଟି ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୩୭୫ ଥିଲା।

ହାଇଦ୍ରାବାଦର ଆରମ୍ଭ ଏତେ ଖାସ୍ ନଥିଲା। କ୍ୟାପଟେନ ୱିଲିୟମସନ ପ୍ରଥମ ଓଭରରେ ରନ ଆଉଟ ହୋଇଯାଇଥିଲେ। ସେହି ଓଭରରେ ଅଭିଷେକ ଶର୍ମା ବି ଆଉଟ ହୋଇଯାଇଥିଲେ। ଦଳକୁ କିଛି ପର୍ଯ୍ୟନ୍ତ ସମ୍ଭାଳିଥିଲେ ମାକର୍ମ ଏବଂ ରାହୁଲ ତ୍ରିପାଠୀ। ମାର୍କମ ୨୭ ବଲରେ ୨୧ କରି ଆଉଟ ହୋଇଥିଲେ। ରାହୁଲ ତ୍ରିପାଠୀ ୩୭ ବଲରେ ୫୮ କରିଥିଲେ। ସେ ୬ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ତାଙ୍କୁ ହେଜେଲଉଡ଼ ଆଉଟ କରିଥିଲେ।

ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୪ ଓଭରରେ ୧୮ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ। ହେଜେଲଉଡ଼ ୪ ଓଭରରେ ୨୭ ରନ ଦେଇ ୨ଟି ୱିକେଟ ନେଇଥିବା ବେଳେ ହରସଲ ପଟେଲ ୩.୨ ବଲରେ ୨୦ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।
That's that from Match 54. @RCBTweets win by 67 runs and add two important points to their tally.#TATAIPL pic.twitter.com/YOHIVDY3mT
— IndianPremierLeague (@IPL) May 8, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।