RCB କୁ ଲାଗିଲା ଶକ୍ତ ଧକ୍କା! ଅଷ୍ଟ୍ରେଲିଆର ଏହି ପେସରଙ୍କ ଖେଳିବା ନେଇ ଆସିଲା ବଡ଼ ଅପଡେଟ!

ବ୍ୟୁରୋ ରିପୋର୍ଟ: IPL 2022 ର ଆରମ୍ଭ ହୋଇସାରିଛି। ଅଷ୍ଟ୍ରେଲିଆର ପେସର ଜୋସ ହେଜଲଉଡ ଏବେ ପର୍ଯ୍ୟନ୍ତ IPL 2022 ପାଇଁ ଆରସିବି ଟିମରେ ଯୋଡି ହୋଇନାହାଁନ୍ତି। ଓ ଏବେ ସେ ଆହୁରି ଗୋଟେ ସପ୍ତାହ ପର୍ଯ୍ୟନ୍ତ ଟିମରେ ଯୋଡି ହେବାର ସମ୍ଭାବନା ପ୍ରାୟ ନାହିଁ। ପାକିସ୍ତାନ ଗ୍ରସ୍ତରେ ଅଷ୍ଟ୍ରେଲିଆ ଟିମର ଅଂଶ ରହିଥିବା ହେଜଲଉଡ଼ ଆଉ କିଛି ଦିନରେ ଟିମ ସହିତ ଯୋଡି ହେବେ ଓ ଉପଲବ୍ଧି ପାଇଁ ତାଙ୍କୁ ତିନିଦିନର କ୍ୱାରେଣ୍ଟାଇରେ ରହିବାକୁ ପଡିବ।

ଆଇପିଏଲରେ ଏକ ସୂତ୍ର ଗୋପନିୟତା ସର୍ତ୍ତରେ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି,”ହେଜଲଉଡ଼ ଆଗାମୀ କିଛି ଦିନରେ ଟିମ ସହିତ ଯୋଡି ହେବେ। ସେ ଅନ୍ୟ ଖେଳାଳିଙ୍କ ପରି ପାକିସ୍ତାନ ଗ୍ରସ୍ତରୁ ସିଧା ଟିମ ସହିତ ଯୋଡି ହେଲେ ନାହିଁ। ସେ ବ୍ୟକ୍ତିଗତ କାରଣରୁ କିଛି ଦିନର ଆରାମ ନେଇଥିଲେ”। ଅଷ୍ଟ୍ରେଲିଆର ବାକି ଖେଳାଳି ୬ ଏପ୍ରିଲ ପରେ ଆଇପିଏଲ ଖେଳିବାର ଅନୁମାନ ଥିଲା କାରଣ ଅଷ୍ଟ୍ରେଲିଆର ପାକିସ୍ତାନ ଗ୍ରସ୍ତ ୫ ଏପ୍ରିଲ ବା ଆଜିର ଦିନରେ ଶେଷ ହୋଇଯିବ। ତେଣୁ ହେଜଲଉଡ଼ ମଧ୍ୟ ୬ ଏପ୍ରିଲ ପରେ ଉପଲବ୍ଧ ହେବାର ସମ୍ଭାବନାଥିଲା।

ସେ ୯ ଏପ୍ରିଲକୁ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ମ୍ୟାଚରେ ଓହ୍ଲାଇପାରିଥାନ୍ତେ। ହେଲେ ରିପୋର୍ଟରୁ ଏହି ଖବର ଆସୁଛି କି ସେ ବ୍ୟକ୍ତିଗତ କାରଣରୁ ଆରାମ ନେଇଛନ୍ତି। ଏବେ ହେଜଲଉଡ଼ ୧୨ ଏପ୍ରିଲକୁ ଚେନ୍ନାଇ ବିରୁଦ୍ଧରେ ମ୍ୟାଚରେ ଉପଲବ୍ଧ ରହିବାର ସମ୍ଭାବନା ଅଛି।

ମାକ୍ସୱେଲ ମଧ୍ୟ ୯ ଏପ୍ରିଲରୁ ଉପଲବ୍ଧ ରହିବେ: ଆରସିବି ଆଜି ମଧ୍ୟ ରାଜସ୍ଥାନ ସହ ମ୍ୟାଚରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାକ୍ସୱେଲଙ୍କ ବିନା ପ୍ଲେଇଂ ଇଲେଭେନରେ ମ୍ୟାଚରେ ଓହ୍ଲାଇଛି। ମାକ୍ସୱେଲ ଆରସିବିର ଆରମ୍ଭ ମ୍ୟାଚରେ ଓହ୍ଲାଇପାରିନଥିଲେ। ସେ ବିବାହ ପାଇଁ ଅନୁପସ୍ଥିତ ଥିଲେ। ଅଷ୍ଟ୍ରେଲିଆର ଏହି ଅଲରାଉଣ୍ଡର IPL 2021 ରେ ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ। ପାକିସ୍ତାନ ଗ୍ରସ୍ତରେ ବଛାଯାଇଥିବା ଖେଳାଳିଙ୍କ ଉପରେ ୬ ଏପ୍ରିଲ ପର୍ଯ୍ୟନ୍ତ ଆଇପିଏଲ ନ ଖେଳିବାକୁ ପ୍ରତିବନ୍ଧକ ଲଗାଇଥିଲା। ୩୩ ବର୍ଷୀୟ ମାକ୍ସୱେଲ ୯ ଏପ୍ରିଲକୁ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଆରସିବିର ଚତ୍ରୁର୍ଥ ମ୍ୟାଚରେ ଖେଳିବା ପାଇଁ ଉପଲବ୍ଧ ରହିବେ।

ସିଏ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି: ଆରସିବିର କ୍ରିକେଟ ଡ଼ାଇରେକ୍ଟର ମାଇକ ହେସନ କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ କଣ୍ଟ୍ରାକ୍ଟ ଅନୁସାରେ ୬ ଏପ୍ରିଲ ପର୍ଯ୍ୟନ୍ତ ଏହି କଣ୍ଟ୍ରାକ୍ଟରେ ଥିବା କୌଣସି ଖେଳାଳି ଆଇପିଏଲରେ ସାମିଲ ହୋଇପାରିବେ ନାହିଁ। ସେ ଆଇପିଏଲ ପାଇଁ ଭାରତ ଆସିଥିଲେ ମଧ୍ୟ ଖେଳିପାରିବେ ନାହିଁ। ମାକ୍ସୱେଲ ୯ ଏପ୍ରିଲରୁ ମ୍ୟାଚ ପାଇଁ ଉପଲବ୍ଧ ରହିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.