ମିଳିଗଲା RCB ର କ୍ୟାପଟେନ! ଧୋନୀଙ୍କ ସାଥି କହିଲେ ସମ୍ଭାବିତ ନାମ, ପଢନ୍ତୁ ପୁରା ଖବର

ବିରାଟ କୋହଲି ପୂର୍ବରୁ ଆରସିବିର ଅଧିନାୟକ ଛାଡିସାରିଛନ୍ତି। ଆଇପିଏଲ ୨୦୨୧ ତାଙ୍କର ଆରସିବିର ଅଧିନାୟକତ୍ୱ ରୂପରେ ଶେଷ ମ୍ୟାଚ ଥିଲା। ଏବେ ସେଆରସିବି ପାଇଁ କେବଳ ବ୍ୟାଟ୍ସମ୍ୟାନ ରୂପରେ ଓହ୍ଲାଇବେ। କୋହଲି ଆରସିବିର ଅଧିନାୟକତ୍ୱ ଛାଡିବା ପରେ ଡିଭିଲିୟର୍ସ ଅଧିନାୟକତ୍ୱ କରିଥାନ୍ତେ ବୋଲି ସମସ୍ତେ ଭାବୁଥିଲେ କିନ୍ତୁସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି।

Google

ସମସ୍ତଙ୍କ ମନରେ ଏହି ପ୍ରଶ୍ନକି ବିରାଟ କୋହଲିଙ୍କ ଜାଗାରେ ଆରସିବିର ଆଗାମୀ ଅଧିନାୟକ କିଏ ହେବ। ଏହାର ଉତ୍ତର ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ପୂର୍ଵ ବ୍ୟାଟ୍ସମ୍ୟାନ ଏସ ବଦ୍ରୀନାଥ ଦେଇଛନ୍ତି। ତାଙ୍କୁ ଜଣେ ୟୁଜର୍ସ ପଚାରିଥିଲେକି ଆରସିବିର ଆଗାମୀ ଅଧିନାୟକ କିଏ ହେବ ଓ ସେ କହିଥିଲେ କେଏଲ ରାହୁଲ।

ରାହୁଲ ଲଖନଉ ଟିମରେ ମିଶିବାର ଖବର: ଏହା ପୂର୍ବରୁ ଖବର ଆସିଥିଲାକି ପଞ୍ଜାଵ ଟିମ ନିଜର ସବୁ ଖେଳାଳିଙ୍କୁ ରିଲିଜ କରିପାରେ। ସବୁ ଖେଳାଳିଙ୍କୁ ୪ ଜଣ ଖେଳାଳିଙ୍କୁ ରିଟନ କରିବାର ଅନୁମତି ଦିଆଯାଇଛି। ପଞ୍ଜାଵ ଟିମ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ରବି ବିସ୍ନୋଇ ଓ ଅର୍ସଦୀପ ସିଂହଙ୍କୁ ରିଟେନ କରିବାକୁ ଚାହୁଁଥିଲା କିନ୍ତୁ କେ ଏଲ ରାହୁଲ ଟିମର ସହ ରହିବେନି ବୋଲି ଖବର ଭାଇରଲ ହେଉଛି।

Google

ଏହା ମଧ୍ୟରେ ଖବର ଆସୁଥିଲାକି କେ ଏଲ ରାହୁଲ ଆଇପିଏଲ ୨୦୨୨ରେ ଖେଳିବାକୁ ଯାଉଥିବା ଦୁଇ ନୂଆ ଟିମ ମଧ୍ୟରୁ ଗୋଟେ ଲଖନଉର ଅଧିନାୟକ ହୋଇପାରନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ଦୁହିଁଙ୍କ ମଧ୍ୟରେ ତିନିବର୍ଷ ପାଇଁ ଚୁକ୍ତି ମଧ୍ୟ ହୋଇଛି। ଆଇପିଏଲର ପୂର୍ଵ ୪ ଟି ସିଜନରେ ରାହୁଲ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ସବୁ ସିଜନରେ ୫୫୦ ରୁ ଅଧିକ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *