ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏବର୍ଷ ନୂଆ ଅଧିନାୟକଙ୍କ ତଲାସ ଅଛି। ପୂର୍ବ ବର୍ଷ ବିରାଟ କୋହଲି କହିଥିଲେ କି ଅଧିନାୟକ ଭାବେ ଆଇପିଏଲ ୨୦୨୧ ତାଙ୍କର ଶେଷ ଆଇପିଏଲ ସିରିଜ ହେବ। ଟିମର ମଝଭୁତ ତଥା MR.360 ନାମରେ ନାମିତ ଟିମର ସବୁଠୁ ଅନୁଭବୀ ଖେଳାଳି ଏବି ଡିଭିଲିଏର୍ସ ମଧ୍ୟ ଅବସର ଘୋଷଣା କରି ଦେଇଥିଲେ। ତାଙ୍କ ଟିମକୁ ଅଧିନାୟକର ତଲାସ ଅଛି ଏବଂ ଯାହା ଅନୁମାନ କରାଯାଉଛି ତାହା ଜଣେ ବିଦେଶୀ ଖେଳାଳିଙ୍କ ଉପରେ ସମାପ୍ତ ହେବାର ଚାନ୍ସ ଅଛି। ତେବେ ଏହିଥର ଟିମ ଅକ୍ସନରେ କିଛି ବହୁତ ମହଙ୍ଗା ମହଙ୍ଗା କିଣା କିଣି ମଧ୍ୟ କରିଛି।

କେବେ ଚେନ୍ନାଇ ସୁପର କିଙ୍ଗସଙ୍କର ସ୍ଥମ୍ଭ ରହିଥିବା ଫାଫ ଡୁ ପ୍ଲେସି ମଧ୍ୟ ଏଥର ଆରସିବିର ଭାର ସମ୍ଭାଳିବାକୁ ପ୍ରସ୍ତୁତ ଥାଇପାରନ୍ତି। ତେବେ ଆରସିବି ନିଜର ଅଫିସିଆଲ ପେଜ୍ ରେ ଏକ ଭିଡିଓ ସେୟାର କରି ଏହାର ସଂକେତ ମଧ୍ୟ ଦେଇଛନ୍ତି କି ଡୁ ପ୍ଲେସି ଆରସିବିର ଅଧିନାୟକ ହେଇପାରନ୍ତି।
ଭିଡିଓରେ ଏହା ଦେଖାଗଲା କି ଡୁ ପ୍ଲେସିସଙ୍କୁ ନେବାକୁ କିଭଳି ଭାବେ ଟିମ ମାନେ ନିଜର ଯୋଜନା ତିଆରି କରୁଥିଲେ ଆଉ କିଭଳି ଭାବେ ସବୁ ଟିମ ତାଙ୍କୁ ଏକ ଲିଡର ଭାବେ ଦେଖନ୍ତି। ତେବେ ଆରସିବି ଡିରେକ୍ଟର ମାଇକ ହାସନ ଏହିଥିରେ ଡୁ ପ୍ଲେସିସଙ୍କର ଲିଡର ସିପ ସ୍କିଲ ବାବଦରେ ଚିନ୍ତା କରୁଥିବାର ନଜର ଆସିଲେ।
Every important decision needs preparation, and the think tank planned Faf du Plessis’s auction pick well ahead of the #IPLAuction, considering the experience and the leadership value he brings to the group. Watch to find out how it all unfolded.#PlayBold #WeAreChallengers pic.twitter.com/JpnvWCcT7Y
— Royal Challengers Bangalore (@RCBTweets) February 20, 2022
ଭିଡିଓରେ ହାସନ କହୁଛନ୍ତି କି ଡୁ ପ୍ଲେସିସଙ୍କ ପାଖରେ ଦକ୍ଷିଣ ଆଫ୍ରିକୀୟ ଟିମର ଅଧିନାୟକ ହେବାର ଅନୁଭବ ଅଛି ଏବଂ ତାଙ୍କ ପଛରେ ଅନେକ ଟିମ ବିଡ଼ କରିବାରେ ଲାଗିବେ। ଆମେ ତାଙ୍କୁ କିଣିବା ପାଇଁ ବହୁତ ବଡ଼ ଆକାରର ବଜେଟ ରଖିବାକୁ ପଡିବ ଯାହାଦ୍ୱାରା କି ଆମେ ଅନ୍ୟାନ୍ୟ ଟିମ ମାନଙ୍କ ସହ ଲଢ଼ିପାରିବା। ତେବେ ଆରସିବି ଫାଫ ଡୁ ପ୍ଲେସିଙ୍କୁ ୭ କୋଟି ଟଙ୍କାରେ ଟିମରେ ସାମିଲ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।