ମାକ୍ସୱେଲ ନୁହଁ କି ଦିନେଶ କାର୍ତ୍ତିକ ନୁହଁ, ଏହି ଧୁଆଁଧାର ବ୍ୟାଟ୍ସମାନ ହେବେ RCB ର ଅଧିନାୟକ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନର ମେଗା ଅକ୍ସନ ସରିଯାଇଛି। ଏଥର ଆଇପିଏଲ ରୋମାଞ୍ଚକର ହେବାର ଅନୁମାନ କରାଯାଉଛି କାରଣ ଏଥର ଆଇପିଏଲରେ ୮ ଜାଗାରେ ୧୦ ଟିମ ଖେଳିବାର ଅଛି ଓ ମ୍ୟାଚ ସଂଖ୍ୟା ମଧ୍ୟ ୬୦ ରୁ ବଢି ୭୪ ହୋଇଯାଇଛି। ଆରସିବି ଗୋଟେ ମଧ୍ୟ ଆଇପିଏଲ ଟ୍ରଫି ଜିତିପାରିନାହିଁ। ଏହା ମଧ୍ୟରେ ପୂର୍ଵ ଅଧିନାୟକ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ଛାଡିଦେଇଥିବାରୁ ଆରସିବି ପାଇଁ ଏହା ମଧ୍ୟ ଚାଲେଞ୍ଜ ରହିବ କି ଟିମ କାହାକୁ ଅଧିନାୟକ କରିବ।

Google

କୁହାଯାଉଥିଲା କି ଡିଭିଲିୟର୍ସ ଅଧିନାୟକତ୍ୱ କରିପାରନ୍ତି କିନ୍ତୁ ସେ ମଧ୍ୟ ଅବସର ନେଇଯାଇଥିଲେ। ଏହା ପରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ କିମ୍ବା ଦିନେସ କାର୍ତ୍ତିକଙ୍କୁ ଅଧିନାୟକତ୍ୱ ମିଳିପାରେ ବୋଲି କୁହାଯାଉଥିଲା। ଏବେ କିନ୍ତୁ ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପଡ଼ା କହିଛନ୍ତି କି ଆରସିବି ଦକ୍ଷିଣ ଆଫ୍ରିକାର ପୂର୍ଵ ଅଧିନାୟକ ଫାଫ ଡୁପ୍ଲେସିଙ୍କୁ ଅଧିନାୟକ କରିପାରେ। କହିରଖିବୁ ଅକ୍ସନରେ ଆରସିବି ଡୁ ପ୍ଲେସିଙ୍କୁ ୭ କୋଟିରେ କିଣିଥିଲା।

ଆକାଶଙ୍କ କହିବା ଅନୁସାରେ ଡୁ ପ୍ଲେସି ଆରସିବିର ଅଧିନାୟକ ହେବା ପ୍ରାୟତଃ ନିଶ୍ଚିତ କାରଣ ତାଙ୍କ ପାଖରେ ଅନୁଭବ ଅଛି ଓ ଆରସିବି ଅତି ଶୀଘ୍ର ଏହାର ଘୋଷଣା କରିପାରେ। ଆପଣଙ୍କୁ କହିରଖିବୁ କେକେଆରର ପୂର୍ଵ ଅଧିନାୟକ ଦିନେସ କାର୍ତ୍ତିକଙ୍କୁ ମଧ୍ୟ ଆରସିବି ୫.୫୦ କୋଟିରେ କିଣିଛି। ଆରସିନି ରିଟେନ କରିଥିବା ମାକ୍ସୱେଲଙ୍କ ପାଖରେ ମଧ୍ୟ ଅଧିନାୟକତ୍ୱର ଅନୁଭବ ଅଛି ଓ ସେ ମଧ୍ୟ ଅଧିନାୟକ ପାଇଁ ବିକଳ୍ପ ଅଟନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *