ବ୍ୟୁରୋ ରିପୋର୍ଟ: କଥାରେ ଅଛି ଯଦି ଭାଗ୍ୟ ଆପଣଙ୍କ ସାଥିରେ ରୁହେ ତାହାଲେ କେହି କେବେବି ଆପଣଙ୍କୁ ତଳକୁ ଆଣି ପାରିବେ ନାହିଁ। ଏହା ହିଁ ଘଟିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ। ଶନିବାର ରାତିରେ ଖେଳା ଯାଇଥିବା ମୁମ୍ବାଇ ଏବଂ ଦିଲ୍ଲୀ ବିପକ୍ଷ ମ୍ୟାଚରେ ମୁମ୍ବାଇ ଦିଲ୍ଲୀକୁ ହରାଇବା ପରେ ଆରସିବିର ପ୍ଲେ ଅଫକୁ ଯାଇସାରିଛି। ଏବେ ଏହା ସହ ଆରସିବି ନିଜ ନାମରେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି,ତେବେ ଆସନ୍ତୁ ଜାଣିବା ଏହା କଣ ଅଟେ।

ଚଳିତ ବର୍ଷ ଆଇପିଏଲ ରେ ଆରସିବି ୮ଟି ମ୍ୟାଚରେ ବିଜୟ ହାସଲ କରି ୧୬ ପଏଣ୍ଟ ହାସଲ କରିଥିଲା କିନ୍ତୁ ଶେଷ ବେଳକୁ ପ୍ରାୟ କେତେକ ଫ୍ୟାନସଙ୍କ ଚିନ୍ତା ଥିଲା କି ଆରସିବି ପ୍ଲେ ଅଫକୁ ଯିବ କି ନାହିଁ କିନ୍ତୁ ଦଳ ତାର ଭାଗ୍ୟ ବଶତଃ ପ୍ଲେ ଅଫ ମଧ୍ୟରେ ପ୍ରବେଶ କରିଛି ଏବଂ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି।
ଯେଉଁଟି ହେଲା ଯେଉଁ ଆରସିବି ନିଜ ନାମରେ ଗୋଟିଏ ବି କପ ହାସଲ କରି ନାହିଁ ସେ ଆଇପିଏଲ ପ୍ଲେ ଅଫକୁ ସବୁଠାରୁ ଅଧିକ ଥର ଯିବାର ତୃତୀୟ ଦଳ ହୋଇ ସାରିଛି। ଗତ ୩ ବର୍ଷ ହେବ ଆରସିବି ଲଗାତାର ଆଇପିଏଲ ପ୍ଲେ ଅଫ ଯାଉଛି। ଚଳିତ ସିଜନ ସହ ଆରସିବି ପ୍ଲେ ଅଫକୁ ୮ ଥର ସ୍ଥାନ ହାସଲ କରିଛି। ପ୍ରଥମ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ଯିଏକି ପ୍ଲେ ଅଫକୁ ୧୧ ଥର ଏବଂ ଦ୍ଵିତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନସ୍ ଅଛି ଯିଏକି ପ୍ଲେ ଅଫକୁ ୯ ଥର ଯାଇଛି,ପୂର୍ବରୁ କୋଲକାତା ଏବଂ ଆରସିବି ଏହି ସ୍ଥାନରେ ସମାନ ଭାବରେ ଥିଲେ କିନ୍ତୁ ଚଳିତ ବର୍ଷ ଆରସିବି ପ୍ଲେ ଅଫକୁ ଯାଇ କୋଲକାତାକୁ ଅତିକ୍ରମ କରିଛି।

ତେବେ ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ଏବଂ ମୁମ୍ବାଇର ଖରାପ ପ୍ରଦର୍ଶନ କାରଣରୁ ନୂଆ କରି ଆଇପିଏଲ ଖେଳି ଥିବା ଗୁଜରାଟ ଏବଂ ଲକ୍ଷନୌ ଦଳ ପ୍ଲେ ଅଫ ମଧ୍ୟରେ ସ୍ଥାନ ହାସଲ କରିଛି। ଏଥି ସହ ଆଇପିଏଲ ପ୍ଲେ ଅଫରେ ରାଜସ୍ଥାନ ହିଁ ଏପରି ଏକ ଦଳ ଯିଏକି ନିଜ ନାମରେ ଆଇପିଏଲ କପ ରଖିଛି। ତେବେ ଏହା ଅତ୍ୟନ୍ତ ରୋମାଞ୍ଚକ ହେବ କି ଚଳିତ ବର୍ଷ ଆଇପିଏଲ ରେ କେଉଁ ଦଳ କପ ହାସଲ କରିବ। IPL ରେ ଏହି ବର୍ଷ ରୋମାଂଚ ମ୍ୟାଚ କେତେକ ଖେଳାଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।