IPL 2022 ରେ ଆଜିର ମ୍ୟାଚ RCB ବନାମ LSG ଭିତରେ ଖେଳାଯାଉଛି। ଆଗ ବ୍ୟାଟିଂ କରି ୧୮୧ ରନ ବନାଇଛି ବାଙ୍ଗାଲୋର। ପ୍ରଥମରୁ ଓପନ କରିବାକୁ ଆସିଥିବା ଅନୁଜ ରାୱତ ପ୍ରଥମ ଓଭରରେ ୪ ରନରେ ଆଉଟ ହୋଇଯାଇଥିବା ବେଳେ ସେହି ଓଭରରେ ବିରାଟ କୋହଲି ମଧ୍ୟ ଆଉଟ ହୋଇଯାଇଥିଲେ। ଗୋଟିଏ ଓଭରରେ ୨ଟି ୱିକେଟ ତାହା ବି ପ୍ରଥମ ଓଭରରେ ଯିବା ପରେ ଦଳ ଅସୁବିଧାରେ ଥିଲା। ହେଲେ ସୁନ୍ଦର ବ୍ୟାଟିଂ କରି ଦଳକୁ ମଝଭୁତ ସ୍ଥିତିକୁ ଆଣିଥିଲେ କ୍ୟାପଟେନ ଫାଫ ଡୁ ପ୍ଲେସି ଏବଂ ମାକ୍ସୱେଲ।

ଗ୍ଲେନ ମାକ୍ସୱେଲ ୧୧ ବଲରେ ୨୩ କରି ଆଉଟ ହୋଇଯାଇଥିଲେ। ସେ ଗୋଟିଏ ଛକା ଓ ୩ଟି ଚୌକା ମାରିଥିଲେ। ସୁୟସ ପ୍ରଭୁଦେଶାଇ ଗୋଟିଏ ଛକା ଲଗାଇଥିଲେ। ହେଲେ ସେ ହୋଲଡ଼ରଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ୧୦ ରନ କରି ଆଉଟ ହୋଇଯାଇଥିଲେ।
ତାହାପରେ ଦଳକୁ ଆଗକୁ ନେଇଥିଲେ ଫାଫ ଏବଂ ସାହବାଜ। ସାହବାଜ ୨୨ ବଲରେ ୨୬ କରିଥିଲେ। ତାଙ୍କର ଏହି ପାରିରେ ଗୋଟିଏ ଚୌକା ସାମିଲ ଥିଲା। ସେ ଆଉଟ ହେବା ପରେ ଫାଫ ଏବଂ ଦିନେଶ କାର୍ତ୍ତିକ ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ। ଫାଫ ୬୪ ବଲରେ ୯୬ କରିଥିଲେ। ତାଙ୍କର ଏହି ପାରିରେ ୧୧ ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଷ୍ଟ୍ରାଇକ ରେଟ ୧୫୦ ଥିଲା। ଦିନେଶ କାର୍ତ୍ତିକ ୮ ବଲରେ ୧୩ କରିଥିଲେ। ସେ ଗୋଟିଏ ଛକା ଲଗାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।