IPL 2022 ରେ ଲକ୍ଷ୍ନୌ ଏବଂ ବାଙ୍ଗାଲୋର ମଧ୍ୟରେ ଏକ ରୋମାଂଚକ ମ୍ୟାଚ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ବାଙ୍ଗାଲୋର ୧୮ ରନରେ ଜିତିଯାଇଛି। ଆଗ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଧାରିତ ୨୦ ଓଭରରେ ୧୮୧ ରନ ବନାଇଥିଲେ। ଦଳର ୬ ୱିକେଟ ଗଳିଥିଲା।

ପ୍ରଥମ ଓଭରରେ ଦୁଇଟି ୱିକେଟ ଗଳିଯାଇଥିଲା। ଯାହାକି ଅନୁଜ ଏବଂ ବିରାଟଙ୍କ ଥିଲା। ହେଲେ ମାକ୍ସୱେଲ ଏବଂ ଫାଫ ଡୁ ପ୍ଲେସି ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ଗ୍ଲେନ ମାକ୍ସୱେଲ ୧୧ ବଲରେ ୨୩ କରିଥିଲେ। ଫାଫ ଡୁ ପ୍ଲେସିସ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ୱିକେଟ ପ୍ରଥମ ଓଭରରୁ ଗଳିବା ପରେ ସେ ଧର୍ଯ୍ୟ ରଖି ଭଲ ଭଲ ସର୍ଟ ଖେଳି ଭଲ ବ୍ୟାଟିଂ କରିଥିଲେ। ସେ ୬୪ ବଲରେ ୯୬ କରିଥିଲେ। ତାଙ୍କର ଏହି ପାରିରେ ୧୧ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଷ୍ଟ୍ରାଇକ ରେଟ ୧୫୦ ଥିଲା।
ସାହବାଜ ଅହମ୍ମଦ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୨୨ ବଲରେ ୨୬ କରିଥିଲେ। ବୋଲିଂରେ RCB ପାଇଁ ଜୋସ ହେଜେଲଉଡ଼ ମ୍ୟାଚ ବିଜୟୀ ବୋଲିଂ କରିଥିଲେ। ସେ ୪ ଓଭରରେ ୨୫ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଛଡା ହର୍ଷଲ ୨ଟି, ସିରାଜ ଗୋଟିଏ ଓ ମାକ୍ସୱେଲ ଗୋଟିଏ ୱିକେଟ ପାଇଥିଲେ।
3️⃣ runs and a wicket in the 1️⃣9️⃣th over. 🔥🔥
What. A. Spell. 🤜🏻🤛🏻#PlayBold #WeAreChallengers #IPL2022 #Mission2022 #RCB #ನಮ್ಮRCB #LSGvRCB pic.twitter.com/MinVVHnxBf
— Royal Challengers Bangalore (@RCBTweets) April 19, 2022
ଲକ୍ଷ୍ନୌ ଏହି ଟାର୍ଗେଟର ପିଛା କରି ୧୬୩ ରନ ହିଁ କରିପାରିଥିଲା। ଲକ୍ଷ୍ନୌର ୮ ଟି ୱିକେଟ ଗଳିଥିଲା। କେ ଏଲ ରାହୁଲ ୨୪ ବଲରେ ୩୦ କରି ଆଉଟ ହୋଇଥିଲେ। ଡି କକ ୩ କରିଥିଲେ। ମନୀଷ ପାଣ୍ଡେ ୬ ରନ କରିଥିଲେ ।
କ୍ରୁନାଲ ପାଣ୍ଡ୍ୟା ଏବଂ ଦୀପକ ହୁଡ୍ଡା ଭଲ ପାର୍ଟନରସିପ କରିଥିଲେ। ହେଲେ ହୁଡ୍ଡା ସିରାଜଙ୍କ ବଲରେ ଆଉଟ ହୋଇଯାଇଥିଲେ। କ୍ରୁନାଲ ୨୮ ବଲରେ ୪୨ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ଓ ୨ଟି ଛକା ଥିଲା।

ଏହି ମ୍ୟାଚ ବିଜୟ ସହ RCB ପଏଂଟସ ଟେବୁଲରେ ନମ୍ବର ୨ ରେ ପଂହଁଚିଯାଇଛି। ଲକ୍ଷ୍ନୌ ପଏଂଟସ ଟେବୁଲରେ ୪ ନମ୍ବରରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।