ବ୍ୟୁରୋ ରିପୋର୍ଟ: ଆଇପିଏଲ ଦଳର ପଞ୍ଚମ ମ୍ୟାଚ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାର ଅଛି। ଆରସିବି ଦଳ ଗତ କିଛି ବର୍ଷ ଧରି ଭଲ ପ୍ରଦର୍ଶନ କରି ଆସିଛି।
ପୂର୍ବ ତିନୋଟି ସିଜିନରେ ଆଇପିଏଲ ଦଳ ଲଗାତାର ଭାବରେ ପ୍ଲେଅଫସ ରେ ପ୍ରବେଶ କରିଛି। କିନ୍ତୁ ୨୦୨୨ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ୧୪ ଟି ମ୍ୟାଚରୁ ୪ ଟି ମ୍ୟାଚରେ ବିଜୟ ଲାଭ ହୋଇଥିଲା। ତେବେ ଆଜିର ଏହି ମୁକାବିଲା ବହୁତ ରୋମାଂଚକର ହେବାକୁ ଯାଉଛି। ଉଭୟ ଦଳ ନିଜର ବେଷ୍ଟ ପ୍ରଦର୍ଶନ ଦେବା ଲାଗି ପ୍ରସ୍ତୁତ ଅଛନ୍ତି। ତେବେ କଣ ହୋଇପାରେ ଉଭୟ ଦଳର ସମ୍ଭାବ୍ୟ ଏକାଦଶ।
ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପୂର୍ବରୁ ବହୁତ ଥର ସାମ୍ନା-ସାମ୍ନି ହୋଇଥିବା ବେଳେ ଏଥିମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଭାରି ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ୩୦ ଟି ମ୍ୟାଚରୁ ଆରସିବି ୧୩ ଟି ଏବଂ ମୁମ୍ବାଇ ୧୭ ଟି ଜିତିଛି। କିନ୍ତୁ ପୂର୍ବ ୫ ଟି ମ୍ୟାଚ ମଧ୍ୟରୁ ମୁମ୍ବାଇ କେବଳ ଗୋଟିଏ ମ୍ୟାଚ ଜିତି ପାରିଛି।
ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବ୍ୟାଟ୍ସମ୍ୟାନ୍ ଙ୍କୁ ସୁହାଉଥିବା ବେଳେ ଏଠାରେ ବୋଲରଙ୍କୁ କୌଣସି ପ୍ରକାରର ସୁବିଧା ମିଳିବ ନାହିଁ। ଏଠାରେ ପ୍ରଥମ ପାରିରେ ଅଉସତ ୧୭୦ ରନ ଥିବା ବେଳେ ଏଠାରେ ଅଧିକ ରନ ସଂଗ୍ରହ କରି ହିଁ ବିପକ୍ଷ ଦଳକୁ ଚାପରେ ରଖି ହୁଏ। ଟସ୍ ଜିତି ପ୍ରଥମେ ଫିଲଡିଂ କରୁଥିବା ଦଳ ଫାଇଦାରେ ରହିବ।
କ୍ରିକେଟରେ କିଛି ବି ହୋଇପାରେ। କୌଣସି ଦଳ ବିଜୟ ଲାଭ କରିପାରେ। କିନ୍ତୁ ଗତ ୫ ଟି ମ୍ୟାଚରେ ଆରସିବି ଯେଉଁ ଭଳି ଭାବରେ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପ୍ରଭାବ ବିସ୍ତାର କରିଛି, ଏହାକୁ ଦେଖି ଲାଗୁଛି ଯେ, ଆଜି ମଧ୍ୟ ଆରସିବି ଦଳର ପ୍ରଭାଵ ଜାରି ରହିବ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ସମ୍ଭାବ୍ୟ ଏକାଦଶ:
ଫାଫ୍ ଡ୍ୟୁ ପ୍ଲେସିସ୍ (ଅଧିନାୟକ), ଫିନ ଆଲେନ, ବିରାଟ କୋହଲି, ମହିପାଲ ଲୋମରୋର , ମାଇକେଲ ବ୍ରେସୱେଲ, ଦିନେଶ୍ କାର୍ତ୍ତିକ, ସହଵାଜ ଅହମ୍ମଦ, ହର୍ଷଲ ପଟେଲ, କର୍ଣ୍ଣ ଶର୍ମା, ରିସ ଟପଲି, ମହମ୍ମଦ ସିରାଜ।
ମୁମ୍ବାଇ ଇଣ୍ଡିଆନ୍ସ ଦଳର ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, କ୍ୟାମେରନ ଗ୍ରୀନ, ଟିମ ଡେଭିଡ, ରିତିକ ଶୋଖିନ,ଜୋଫ୍ରା ଆର୍ଚ୍ଚର, କୁମାର କାର୍ତ୍ତିକେୟନ, ଅରସଦ ଖାଁ, ଜସନ ବେହେନଡ୍ରଫ୍।