IPL 2022 ର ୩ୟ ମ୍ୟାଚ RCB ଏବଂ PBKS ମଧ୍ୟରେ ଖେଳାଯାଉଛି। ଯେବେକି ଏହି ମ୍ୟାଚରେ RCB ପାଇଁ କ୍ୟାପଟେନ ଭାର ସମ୍ଭାଳୁଥିଲେ ଫାଫ ଡୁ ପ୍ଲେସି। ସେ ଏହି ମ୍ୟାଚରେ ପାରିରେ ଆରମ୍ଭ କରିବାକୁ ଆସିଥିଲେ। ଟସ ଜିତି ପଞ୍ଜାବ ବୋଲିଂର ନିଷ୍ପତି ନେଇଥିଲେ। ବାଙ୍ଗାଲୋର ପାଇଁ ଓପନ କରିବାକୁ ଆସିଥିଲେ ଫାଫ ଡୁ ପ୍ଲେସି ଏବଂ ଅନୁଜ ରାୱତ।

ଫାଫ ଆରମ୍ଭରୁ ଧୀରେ ଧୀରେ ପାରି ଆରମ୍ଭ କରିଥିଲେ। ସେ ୮୮ ରନ ବନାଇଥିଲେ। ତାଙ୍କର ଏହି ପାରିରେ ୭ଟି ଛକା ଏବଂ ୩ଟି ଚୌକା ସାମିଲ ଥିଲା। ସେ ୫୭ ବଲରେ ୮୮ ରନ ବନାଇଥିଲେ। ଅନୁଜ ରାୱତ ୨୧ ରନ ୨୦ ବଲରେ କରିଥିଲେ। ଅନୁଜ ଆଉଟ ହେବା ପରେ ଫାଫଙ୍କ ସାଥ ଦେଇଥିଲେ ବିରାଟ କୋହଲି। ସେ ଚମତ୍କାର ସର୍ଟସ ଖେଳିଥିଲେ। ସେ ୨୯ ବଲରେ ୪୧ ବନାଇଥିଲେ। ତାଙ୍କର ଏହି ପାରିରେ ୨ଟି ଛକା ଏବଂ ୧ ଟି ଚୌକା ସାମିଲ ଥିଲା।
ଫାଫ ଅର୍ସଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ। ଫାଫଙ୍କ କ୍ୟାଚ ସହାରୁଖ ଖାନ ଧରିଥିଲେ। ସେ ଆଉଟ ହେବା ପରେ ଦିନେଶ କାର୍ତ୍ତିକ ଆକର୍ଷଣୀୟ ପାରି ଖେଳିଥିଲେ। ସେ ୧୪ ବଲରେ ମହତ୍ତ୍ୱପୂର୍ଣ୍ଣ ୩୨ ରନ ବନାଇଥିଲେ। ତାଙ୍କର ଏହି ପାରିରେ ୩ଟି ଛକା ଏବଂ ୩ ଟି ଚୌକା ସାମିଲ ଥିଲା। RCB ୨୦ ଓଭରରେ ୨୦୫ ରନ ବନାଇଛି। PBKS କୁ ବିଜୟ ପାଇଁ ୨୦୬ ରନର ଲକ୍ଷ୍ୟ ଅଛି।
Faf du Plessis smashed 67 runs from the last 24 balls!
📸: Disney+Hotstar#PBKSvRCB #IPL2022 #FafduPlessis pic.twitter.com/RW6GVt9raC
— CricTracker (@Cricketracker) March 27, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।