IPL 2022 ର ଏକ ମୁକାବିଲା ଯାହାକି ବାଙ୍ଗାଲୋର ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ପଞ୍ଜାବ ୨୦୯ ରନ କରିଛି। ବେୟାରଷ୍ଟୋ ଏବଂ ଲିଭିଙ୍ଗଷ୍ଟୋନଙ୍କ ଆକର୍ଷଣୀୟ ବ୍ୟାଟିଂ।

ପଞ୍ଜାବ ପକ୍ଷରୁ ଜନି ବେୟାରଷ୍ଟୋ ୨୯ ବଲରେ ୬୬ କରିଥିଲେ। ସେ ୭ଟି ଛକା ଓ ୪ଟି ଚୌକା ଲଗାଇଥିଲେ। ଧାୱନ ୨୧ କରି ଆଉଟ ହୋଇଯାଇଥିଲେ। ଭାନୁକା ରାଜପକ୍ଷେ ୧ ରନ କରି ଆଉଟ ହୋଇଯାଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୪୨ ବଲରେ ୭୦ କରିଥିଲେ। ତାଙ୍କର ଏହି ପାରିରେ ସେ ୫ଟି ଚୌକା ଓ ୪ଟି ଛକା ଲଗାଇଥିଲେ।
ମୟଙ୍କ ଅଗ୍ରୱାଲ ୧୬ ବଲରେ ୧୯ କରିଥିଲେ। ଜିତେଶ ୯, ହରପ୍ରୀତ ବ୍ରା ୭ କରିଥିଲେ।

ତେବେ ବାଙ୍ଗାଲୋର ପକ୍ଷରୁ ବୋଲିଂରେ ଆକର୍ଷଣୀୟ ବୋଲିଂ କରିଥିଲେ ୱାନିନ୍ଦୁ ହସରଙ୍ଗା ଏବଂ ହରସଲ ପଟେଲ। ହସରଙ୍ଗା ୪ ଓଭରରେ ୧୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ହରସଲ ପଟେଲ ୪ ଓଭରରେ ୩୪ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।