ବ୍ୟୁରୋ ରିପୋର୍ଟ: IPL ୨୦୨୨ରେ ନିଜର ଆରମ୍ଭ ଦୁଇଟି ମ୍ୟାଚ ଜିତିଥିବା ରାଜସ୍ଥାନ ରୟାଲ୍ସ ମଙ୍ଗଳବାରକୁ ବିଜୟର ହାଟ୍ରିକ ପାଇଁ ଆରସିବି ବିରୁଦ୍ଧରେ ଓହ୍ଲାଇପାରେ। ରାଜସ୍ଥାନ ପୂର୍ଵ ମ୍ୟାଚରେ ମୁମ୍ବାଇକୁ ୨୩ ରନରେ ହରାଇଥିଲା। ସେହିପରି ଆରସିବି ପୂର୍ଵ ମ୍ୟାଚରେ କେକେଆର ବିରୁଦ୍ଧରେ ବିଜୟ ହାସଲ କରିଥିଲା।

ୱାନଖଡେ ପିଚରେ ଆରମ୍ଭରୁ ପେସର ବୋଲରଙ୍କୁ ସହାୟତା ମିଳୁଛି ଯାହାର ଫାଇଦା ଦୁଇ ଟିମ ଉଠାଇବା ପାଇଁ ଚାହିଁପାରେ। ରାଜସ୍ଥାନର ଓପନର ବ୍ୟାଟ୍ସମ୍ୟାନ ଜୋସ ବଟଲର ସୁନ୍ଦର ଫର୍ମରେ ଅଛନ୍ତି ସେ ପୁର୍ବ ମ୍ୟାଚରେ ମୁମ୍ବାଇ ବିରୁଦ୍ଧରେ ସୁନ୍ଦର ଶତକୀୟ ପାରି ଖେଳିଥିଲେ। ତାଙ୍କୁ ଅନ୍ୟ ଓପନର ୟସସ୍ୱି ଜଯସୱାଲ ଓ ତୃତୀୟ ନମ୍ବରରେ ଖେଳୁଥିବା ଦେବଦତ ପାଡିକଲଙ୍କ ସହାୟତା ଆବଶ୍ୟକ।
ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ଅଧିନାୟକ ସଞ୍ଜୁ ସାମସନ ମୁମ୍ବାଇ ବିରୁଦ୍ଧରେ ଭଲ ସ୍କୋର କରିଥିଲେ କିନ୍ତୁ ବଡ଼ ସ୍କୋର କରିପାରିନଥିଲେ ଯାହାକୁ ସେ ବଦଳାଇକୁ ଚାହିଁବେ। ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ସିମରାନ ହେଟମାୟର ମଧ୍ୟ ଭଲ ଫର୍ମରେ ଅଛନ୍ତି। ରାଜସ୍ଥାନର ଏହି ୫ ବ୍ୟାଟ୍ସମ୍ୟାନ ଆରସିବିର ବୋଲିଙ୍ଗ ଲାଇନକୁ ଖରାପ କରିପାରନ୍ତି।

ବୋଲିଙ୍ଗରେ ମଧ୍ୟ ରାଜସ୍ଥାନ ଭଲ ପ୍ରଦର୍ଶନ କରୁଛି ଓ ସେ ଏହାକୁ ବଦଳାଇବା ନାହିଁ। ପେସ ବୋଲିଙ୍ଗରେ ଟ୍ରେଣ୍ଟ ବୋଲଟ, ପ୍ରସିଦ୍ଧ କ୍ରିଷ୍ଣା, ନବଦୀପ ସୈନି ରହିଥିବା ବେଳେ ସ୍ପିନିରେ ଆର ଅଶ୍ୱିନୀ ଓ ୟୁଜବେନ୍ଦ୍ର ଚାହଲ ଅଛନ୍ତି।
ଆରସିବିର ବୋଲିଙ୍ଗରେ ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହସରଙ୍ଗା ଅଛନ୍ତି। ତାଙ୍କ ଛଡା ଡେଭିଡ଼ ୱିଲି ,ଆକାଶ ଦୀପ ଓ ମହମ୍ମଦ ସିରାଜଙ୍କୁ ପୂର୍ଵ ମ୍ୟାଚ ପରି ଭଲ ପ୍ରଦର୍ଶନ କରିବାକୁ ହେବ। ଶେଷ ଓଭର ମାନଙ୍କରେ ହର୍ଷଲ ପଟେଲଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ।

ଆରସିବି ପାଇଁ ବ୍ୟାଟିଙ୍ଗ ଚିନ୍ତାର ବିଷୟ ଅଟେ କାରଣ ଓପନର ଅନୁଜ ରାୱତ ନିରନ୍ତରତା ଦେଖାଇପାରୁ ନାହାଁନ୍ତି। ଅଧିନାୟକ ଡୁ ପ୍ଲେସିଙ୍କୁ ଅଧିକ ବଡ଼ ସ୍କୋର କରିବାର ଆବଶ୍ୟକତା ରହିବ। ଏହା ସ୍ପଷ୍ଟ ହୋଇନାହିଁ କି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଏହି ମ୍ୟାଚ ପାଇଁ ଉପଲବ୍ଧ ହେବେକି ନାହିଁ।
ଦୁଇ ଟିମ ଏହି ପ୍ରକାର ଅଟେ:
ଆରସିବି: ବିରାଟ କୋହଲି, ଗ୍ଲେନ ମାକ୍ସୱେଲ, ମହମ୍ମଦ ସିରାଜ, ଫାଫ ଡୁପ୍ଲେସି, ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ଦିନେସ କାର୍ତିକ, ଜୋସ ହେଜଲଉଡ଼, ସାହବାଜ ଅହମ୍ମଦ, ଅନୁଜ ରାୱାତ, ଆକାଶ ଦୀପ, ମହିପାଲ ଲୋମରର, ଫିନ ଆଲେନ, ସେରଫେନ ରଦରଫୋର୍ଡ, ଯେସନ ବେହରେନଡର୍ଫ, ସୁୟସ ପ୍ରଭୁଦେସାଇ, ଚାମା ମିଲିଂନ୍ଦ, ଅନିସ୍ୱର ଗୌତମ, କରନ ଶର୍ମା, ଡେଭିଡ ୱିଲି, ରଜତ ପାଟିଦାର, ସିଦ୍ଧାର୍ଥ କଲ।

ରାଜସ୍ଥାନ: ସଞ୍ଜୁ ସାମସନ(ଅଧିନାୟକ), ୟସସ୍ୱି ଜୟସୱାଲ, ରିୟାନ ପରାଗ, ଶୁଭମ ଗରବାଲ, ଧ୍ରୁବ ଜୁରେଲ, କୁଲଦୀପ ଯାଦବ, କୁଲଦୀପ ସେନ, ଜୋସ ବଟଲର, ରାଶି ଭାନ ଡେନ ହୁସେନ, ନାଥନ କୁଲଟର ନାଇଲ, ଜିମି ନିସାମ, ଡାରେଲ ମିସେଲ,କରୁଣ ନାୟର, ଓବେଦ ମେକକାୟ, ନବଦୀପ ସୈନି, ରବିଚନ୍ଦ୍ରନ ଅଶ୍ୱିନୀ, ଟ୍ରେଣ୍ଟ ବୋଲଟ ,ସିମରାଜ ହେଟମାୟର, ଦେବଦତ ପାଡିକଲ,ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚାହଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।