RCB vs RR ଭିତରେ ହୋଇଥିବା ଆକର୍ଷଣୀୟ ମ୍ୟାଚରେ ବାଜି ମାରିଲା ବାଙ୍ଗାଲୋର। ୪ ୱିକେଟ ଏହି ମ୍ୟାଚ ଜିତିଲା ଡୁ ପ୍ଲେସିଙ୍କ ବାଙ୍ଗାଲୋର। ଆଗ ବ୍ୟାଟିଂ କରି ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୧୬୯ ରନ କରିଥିଲା ଯେବେକି ୩ ୱିକେଟ ହରାଇଥିଲା।

ରାଜସ୍ଥାନ ପକ୍ଷରୁ ଜୋସ ବଟଲର ସୁନ୍ଦର ପାରି ଖେଳିଥିଲେ। ସେ ୭୦ ରନ ୪୭ ବଲରେ କରିଥିଲେ। ତାଙ୍କର ଏହି ପାରିରେ ୬ଟି ଛକା ସାମିଲ ଥିଲା। ଷ୍ଟ୍ରାଇକ ରେଟ ତାଙ୍କର ୧୪୮.୯୪ ଥିଲା। ହେଟମାୟାର ବି ସୁନ୍ଦର ପାରି ଖେଳିଥିଲେ। ସେ ୩୧ ବଲରେ ୪୨ କରିଥିଲେ। ତାଙ୍କର ଏହି ପାରିରେ ୪ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା। ରାଜସ୍ଥାନ କ୍ୟାପଟେନ ସାମସନ ୮ ରନ କରି ଆଉଟ ହୋଇଯାଇଥିଲେ। ତାଙ୍କର ଏହି ପାରିରେ ୧ଟି ଛକା ସାମିଲ ଥିଲା।
ଏହି ଲକ୍ଷ୍ୟର ପିଛା କରି ଭଲ ଆରମ୍ଭ କରିଥିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଡୁ ପ୍ଲେସି ୨୦ ବଲରେ ୨୯ କରି ଆଉଟ ହୋଇଯାଇଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ସାମିଲ ଥିଲା। ଅନୁଜ ରାୱାତ ୨୬ କରି ଆଉଟ ହୋଇଥିଲେ। ବିରାଟ କୋହଲି ୫ ରନ କରି ରନ ଆଉଟ ହୋଇଯାଇଥିଲେ। ୱିଲି ୦୦ ଏବଂ ରଦରଫୋର୍ଡ ୫ କରି ଆଉଟ ହୋଇଯାଇଥିଲେ।
Back to back W. Top knock by DK & Shahbaz. 🤟@RCBTweets pic.twitter.com/z5tMuQqxzp
— Virat Kohli (@imVkohli) April 5, 2022
ଦଳକୁ ସମ୍ଭାଳିଥିଲେ ଦିନେଶ କାର୍ତ୍ତିକ ଏବଂ ସାହବାଜ ଅହମ୍ମଦ। ଦିନେଶ କାର୍ତ୍ତିକ ୨୩ ବଲରେ ୪୪ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୯୧.୩ ଥିଲା। ତାଙ୍କର ଏହି ପାରିରେ ୭ଟି ଚୌକା ଏବଂ ୧ଟି ଛକା ସାମିଲ ଥିଲା। ସାହବାଜ ଅହମ୍ମଦ ବି ସୁନ୍ଦର ପାରି ଖେଳିଥିଲେ। ସେ ୨୬ ବଲରେ ୪୫ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୭୩.୦୮ ଥିଲା। ତାଙ୍କର ଏହି ପାରିରେ ୪ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା।
ହରସଲ ପଟେଲ ୪ ବଲରେ ୯ ରନ କରିଥିଲେ। ତାଙ୍କର ଏହି ପାରିରେ ଗୋଟିଏ ଛକା ସାମିଲ ଥିଲା।
What a sensational win! 👌 👌
Second victory on the bounce & 2⃣ more points in the bag for @RCBTweets as they beat #RR by 4⃣ wickets. 👏 👏
Scorecard ▶️ https://t.co/mANeRaZc3i #TATAIPL | #RRvRCB pic.twitter.com/VJMRJ1fhtP
— IndianPremierLeague (@IPL) April 5, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।