BAN vs NZ: ବଙ୍ଗଳାଦେଶ ରଚିଲା ଇତିହାସ, ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କଲା ଖାସ କାରନାମା

ବଙ୍ଗଳାଦେଶ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚ ୮ ୱିକେଟରେ ଜିତି ଇତିହାସ ରଚିଛି। ବିଶ୍ୱଟେଷ୍ଟ ଚମ୍ପିୟାନସିପର ପ୍ରଥମ ବର୍ଷର ବିଜେତା ରହିଥିବା ନ୍ୟୁଜିଲାଣ୍ଡ ଟିମ ୫ ବର୍ଷ ଓ ୧୭ ଟେଷ୍ଟ ପରେ ଘରେ ଟେଷ୍ଟ ମ୍ୟାଚ ହାରିଛି। ବଙ୍ଗଳାଦେଶ ପ୍ରଥମ ଥର ନ୍ୟୁଜିଲାଣ୍ଡ ବିରୁଦ୍ଧରେ କୌଣସି ଟେଷ୍ଟ ମ୍ୟାଚ ଜିତିଛି। ଏହା ଛଡା ନ୍ୟୁଜିଲାଣ୍ଡ ମାଟିରେ କୌଣସି ଫର୍ମାଟରେ ଏହା ବଙ୍ଗଳାଦେଶର ପ୍ରଥମ ବିଜୟ ଅଟେ। ବଙ୍ଗଳାଦେଶର ଏହି ଐତିହାସିକ ବିଜୟର ହିରୋ ଇବାଦତ ହୁସେନ ଅଟନ୍ତି ଯିଏକି ଦ୍ୱିତୀୟ ପାରିରେ ୬ ଟି ଉୱିକେ ନେଇଥିଲେ। ପ୍ରଥମ ଟେଷ୍ଟର ଶେଷ ଦିନ ନ୍ୟୁଜିଲାଣ୍ଡ ଟିମ ୧୬୯ ରନରେ ଅଟକିଯାଇଥିଲା। ବଙ୍ଗଳାଦେଶ ବିଜୟ ପାଇଁ ମିଳିଥିବା ୪୦ ରନର ଲକ୍ଷ୍ୟକୁ ୨ ୱିକେଟ ହରାଇ ହାସଲ କରିନେଇଥିଲା।

Google

ବଙ୍ଗଳାଦେଶକୁ ବିଜୟ ପର୍ଯ୍ୟନ୍ତ ଅଧିନାୟକ ମୋମିନୁଲ ହକ(୧୩), ଓ ମୁସଫିକୁର ରହିମ(୫) ପହଁଞ୍ଚାଇଥିଲେ। ଛୋଟ ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ବଙ୍ଗଳାଦେଶ ଟିମର ଆରମ୍ଭ ବହୁତ ଖରାପ ରହିଥିଲା। ଦ୍ୱିତୀୟ ହିଁ ଓଭରରେ ଓପନର ବ୍ୟାଟ୍ସମ୍ୟାନ ସାଦମାନ ଇସ୍ଲାମ (୩) ଟିମ ସାଉଦିଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହା ପରେ କାଇଲ ଯେମିସନ ପ୍ରଥମ ପାରିରେ ସୁନ୍ଦର ଅର୍ଦ୍ଧଶତକ ମାରିଥିବା ନଜମୁଲ ହସନ ସେଂଟି (୧୭) ଙ୍କୁ ଆଉଟ କରିଦେଇଥିଲେ। ଏହା ପରେ ବଙ୍ଗଳାଦେଶର ଆଉ କୌଣସି ୱିକେଟ ଗଳିନଥିଲା। ରହିମ ବଙ୍ଗଳାଦେଶ ପାଇଁ ବିଜୟ ଚୌକା ମାରିଥିଲେ।

ଏହା ପରେ ଶେଷ ଦିନ ନ୍ୟୁଜିଲାଣ୍ଡର ଟିମ ୧୪୭/୫ ରୁ ପାରି ଆରମ୍ଭ କରିଥିଲା। ମ୍ୟାନ ଅଫ ଦି ମ୍ୟାନ ହୋଇଥିବା ଇବାଦତ ହୁସେନ ୪୦ ରନ କରି ନଟଆଉଟ ଥିବା ରସ ଟେଲରଙ୍କୁ ବୋଲ୍ଡ କରିଦେଇଥିଲେ। ଏହି ୱିକେଟ ପରେ ନ୍ୟୁଜିଲାଣ୍ଡର ଶେଷ ୫ ୱିକେଟ ମାତ୍ର ୧୬ ରନରେ ଗଳିପଡିଥିଲା। ଇବାଦତଙ୍କ ଛଡା ତକିନ ଅହମ୍ମଦ ୩ ଟି ଓ ମେହେଦି ହସନ ଗୋଟେ ୱିକେଟ ନେଇଥିଲେ।

ଏହା ପୂର୍ବରୁ ବଙ୍ଗଳାଦେଶ ତିନୋଟି ଫାର୍ମାଟରେ ନ୍ୟୁଜିଲାଣ୍ଡରେ ଯେଉଁ ୩୪ ମ୍ୟାଚ ଖେଳିଛି ସେଥିରୁ ଗୋଟେ ମ୍ୟାଚ ଜିତିଥିଲା ତାହା ପୁଣି ସ୍କର୍ଟଲ୍ୟାଣ୍ଡ ବିରୁଦ୍ଧରେ। ଏହି ମ୍ୟାଚରେ ମଧ୍ୟ ଅନୁଭବୀ ସାକୀବ ଅଲ ହସନ ,ତମିମ ଇକବାଲ ଓ ମହମ୍ମଦୁଉଲ୍ଲାଙ୍କ ଅନୁପସ୍ଥିତରେ ବଙ୍ଗଳାଦେଶ ଜିତିବାର ଆଶା ନଥିଲା। କିନ୍ତୁ ବଙ୍ଗଳାଦେଶ ପ୍ରଥମେ ନ୍ୟୁଜଲ୍ୟାଣ୍ଡକୁ ବଡ଼ ସ୍କୋର କରିବାରୁ ଅଟକାଇଥିଲା।

ବଙ୍ଗଳାଦେଶର ବୋଲର ନ୍ୟୁଜିଲାଣ୍ଡକୁ ପ୍ରଥମ ପାରିରେ ୩୨୮ ରନରେ ଅଟକାଇଦେଇଥିଲା। ଏହା ପରେ ଅଧିନାୟକ ମୋମିନୁଲ ହକ(୮୮), ଲିଟନ ଦାସ(୮୬), ହସନ ଯୋଜ(୭୮) ଓ ନଜମୁଲ ହୁସେନ ସେଟଓ(୬୪) ଙ୍କ ଅର୍ଦ୍ଧ ଶତକ ଦ୍ଵାରା ବଙ୍ଗଳାଦେଶ। ପ୍ରଥମ ପାରିରେ ୪୫୮ ରନର ବଡ଼ ପାରି ଖେଳି ୧୩୦ ରନର ଲିଡ଼ ହାସଲ କରିଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *