ଅନୀଲ କୁମ୍ବଲେଙ୍କୁ ମଧ୍ୟ ପଛରେ ପକାଇଦେଲେ ଦକ୍ଷିଣ ଆଫ୍ରିକାର ଏହି ଅଲରାଉଣ୍ଡର, ଗୋଟେ ପାରିରେ ନେଲେ ୧୦ ୱିକେଟ ଓ ମାରିଲେ ୧୧୧ ରନ

ଅନୀଲ କୁମ୍ବଲେଙ୍କର ୧୦ ୱିକେଟ ଆଜି ମଧ୍ୟ ତାଜା ଅଛି। ସେ ୧୯୯୯ରେ ପାକିସ୍ତାନ ବିରୁଦ୍ଧରେ ଏକ ଟେଷ୍ଟ ମ୍ୟାଚର ପାରିରେ ୧୦ ୱିକେଟ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଅଲରାଉଣ୍ଡର ସିନ ହ୍ଵାଇଟହେଡ଼ ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଦେଇଛନ୍ତି। ସେ ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟି ଯାକରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି। ୨୦୧୬ରେ ଦକ୍ଷିଣ ଆଫ୍ରିକା ପାଇଁ ଅଣ୍ଡର ୧୯ ବିଶ୍ୱକପ ଖେଳିଥିବା ସିନ ଗୋଟେ ଫାଷ୍ଟକ୍ଳାସ ମ୍ୟାଚରେ ଏକ ପାରିରେ ୧୦ ୱିକେଟ ନେଇଛନ୍ତି। ୪ ଦିନିକିଆ ଟିମ ସିରିଜରେ ଦକ୍ଷିଣ ବେଷ୍ଟନ ତରଫରୁ ପୂର୍ଵନସ ବିପକ୍ଷ ମ୍ୟାଚରେ ଖେଳି ସିନ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଚମତ୍କାର ପ୍ରଦର୍ଶନ କରିଥିଲେ।

Google

ଅନୀଲ କୁମ୍ବଲେ ଟେଷ୍ଟରେ ଗୋଟେ ପାରିରେ ୧୦ ୱିକେଟ ଅକ୍ତିଆର କରିଥବା ଦ୍ୱିତୀୟ ବୋଲର ଅଟନ୍ତି। ଇଂଲଣ୍ଡର ଅଫ ସ୍ପିନର ଯେମ ଲେକର ୧୯୫୬ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଗୋଟେ ଟେଷ୍ଟର ଗୋଟେ ପାରିରେ ୧୦ ୱିକେଟ ନେଇଥିଲେ। ଲେକର ଓ କୁମ୍ବଲେ ଦୁହେଁ ବୋଲିଙ୍ଗରେ କମାଲ କରିଥିଲେ କିନ୍ତୁ ସିନ ତାଙ୍କ ଠୁ ଗୋଟେ ପାଦ ଆଗକୁ ପଳେଇଛନ୍ତି। ପୂର୍ଵନସକୁ ଜିତିବା ପାଇଁ ୧୮୬ ରନର ଆବଶ୍ୟକତା ଥିଲା କିନ୍ତୁ ସିନ ତାଙ୍କୁ କୌଣସି ମୌକା ଦେଇନଥିଲେ ଓ ପୁରା ୧୦ ୱିକେଟ ନେଇଯାଇଥିଲେ।

୩୬ ରନ ଦେଇ ନେଇଥିଲେ ୧୦ ୱିକେଟ: ସେ ଶେଷ ପାରିରେ ୨.୯୫ ଇକୋନୋମିରେ ୩୬ ରନ ଦେଇ ୧୦ ୱିକେଟ ଅକ୍ତିଆର କରିଥିଲେ। କେବଳ ଏତିକି ନୁହେଁ ସେ ପ୍ରଥମ ପାରିରେ ୫ ୱିକେଟ ଅକ୍ତିଆର କରିଥିଲେ ଓ ୬୬ ରନ କରିଥିଲେ ଓ ଦ୍ୱିତୀୟ ପାରିରେ ୪୫ ରନ କରିଥିଲେ। ପ୍ରଥମେ ବ୍ୟାଟିଙ୍ଗ କରି ଦକ୍ଷିଣ ବେଷ୍ଟନ ୨୪୨ ରନ କରିଥିଲା। ସିନ ପ୍ରଥମ ପାରିରେ ୧୦୬ ବଲରେ ୬୬ ରନ କରିଥିଲେ। ଏହା ପରେ ପୂର୍ଵନସ ପ୍ରଥମ ପାରିରେ ୨୫୦ ରନ କରିଥିଲା। ଏହା ପରେ ଦ୍ୱିତୀୟ ପାରିରେ ଦକ୍ଷିଣ ବେଷ୍ଟନ ମାତ୍ର ୧୯୩ ରନ କରିଥିଲା। ସିନ ଦ୍ୱିତୀୟ ପାରିରେ ୯୧ ବଲରେ ୪୫ ରନ କରିଥିଲେ।

ମ୍ୟାଚ ବହୁତ କମ ସ୍କୋରିଙ୍ଗ ଥିଲା ଓ ପୂର୍ଵନସର ପକ୍ଷ ଭାରି ନଜର ଆସୁଥିଲା। କିନ୍ତୁ ସିନ ସୁନ୍ଦର ପ୍ରଦର୍ଶନ ଦ୍ଵାରା ପୂର୍ଵନସକୁ ୬୫ ରନରେ ଅଲଆଉଟ କରି ମ୍ୟାଚକୁ ୧୨୦ ରନରେ ଜିତାଇଦେଇଥିଲେ।ଦକ୍ଷିଣ ଆଫ୍ରିକା ପାଖରେ ଏହି ସମୟରେ କୌଣସି ସ୍ପିନ ବିକଳ୍ପ ନାହିଁ। ଯଦି ସିନ ଏହିପରି ପ୍ରଦର୍ଶନ ଜାରି ରଖିବେ ତେବେ ଜଲ୍ଦି ନେସନାଲ ଟିମରେ ମୌକା ପାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *