IPL ରିଟେନ: ଭେଙ୍କଟେସ ଆୟରଙ୍କ ଦରମା ବଢିଗଲା ପାଖାପାଖି ୪୦ ଗୁଣ! ଏହି ଯୁବ ଖେଳାଳି ହେଲେ ଏତେ ଟଙ୍କାରେ ରିଟେନ…

ଆଇପିଏଲ ୨୦୨୨ ପାଇଁ ୮ ଟି ଯାକ ଟିମ ନିଜର ରିଟେନ ଲିଷ୍ଟ ଜାରି କରିଦେଇଛନ୍ତି। ଏଥିରେ କିଛି ଆଶ୍ଚର୍ଯ୍ୟ କଲା ଭଳି ନାମ ସାମିଲ ଅଛି ଯାହାଙ୍କୁ ଟିମ ଅଧିକ ଟଙ୍କା ଦେଇ ଟିମରେ ସାମିଲ କରିଛନ୍ତି। ଏଥିରେ ସବୁଠୁ ବଡ଼ ନାମ ଭେଙ୍କଟେସ ଅୟରଙ୍କର ଅଟେ। ସେ ପୂର୍ଵ ମାସରେ ହିଁ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଇଣ୍ଟରନେସନାଲରେ ଡେବ୍ୟୁ କରିଛନ୍ତି। ସେ ଆଇପିଏଲ ୨୦୨୧ରେ ମଧ୍ୟ କେକେଆର ପାଇଁ ଖେଳିଥିଲେ। ଲିଗର ଗୋଟେ ସିଜନରେ ଅନୁଭବ ହେବା ପରେ ତାଙ୍କୁ କେକେଆର ୨୦ ଲକ୍ଷରୁ ୮ କୋଟି ଦେଇ ଆଇପିଏଲ ୨୦୨୨ ପାଇଁ ରିଟେନ କରିଛି। ତାଙ୍କ ଦରମାରେ ପାଖାପାଖି ୪୦ ଗୁଣ ବୃଦ୍ଧି ହୋଇଛି।

Google

ଅବ୍ଦୁଲ ସମଦ: ସନରାଇଜର୍ସ ହାଇଦ୍ରାବାଦ ଜାମ୍ମୁକାଶ୍ମୀରର ଅଲରାଉଣ୍ଡର ଅବ୍ଦୁଲ ସମଦଙ୍କୁ ଆଇପିଏଲ ୨୦୨୦ରେ ତାଙ୍କ ବେଶ ପ୍ରାଇଜ ୨୦ ଲକ୍ଷ ଟଙ୍କା ଦେଇ ଟିମରେ ସାମିଲ କରାଯାଇଥିଲା। କିନ୍ତୁ ଆଇପିଏଲ ୨୦୨୨ ପାଇଁ ତାଙ୍କୁ ରିଟେନ କରିଛି। ସେ ପାଖାପାଖି ୨୦ ଗୁଣ ଅଧିକ ଦାମ ୪ କୋଟି ପାଇଛନ୍ତି। ସେ ଆଇପିଏଲ ୨୦୨୧ରେ ୭ ଟି ମ୍ୟାଚରେ ୭୫ ରନ କରିଥିଲେ ଓ ୧ ଟି ୱିକେଟ ନେଇଥିଲେ। ଆଇପିଏଲ ୨୦୨୦ରେ ସେ ୧୧ ଟି ମ୍ୟାଚରେ ୧୧୧ ରନ କରିଥିଲେ ଓ ତାଙ୍କ ଷ୍ଟାଇକ ରେଟ ୧୭୦ର ରହିଥିଲା।

ଅର୍ସଦୀପ ସିଂହ: ପଞ୍ଜାଵ କିଙ୍ଗସ ଆଇପିଏଲ।୨୦୨୨ପାଇଁ ଦୁଇ ଖେଳାଳିଙ୍କୁ ରିଟନ କରିଛି।ଏଥିରେ ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଓ ଅନକ୍ୟାପଡ଼ ଖେଳାଳି ଅର୍ସଦୀପ ସିଂହ ସାମିଲ ଅଛନ୍ତି। ତାଙ୍କୁ ପଞ୍ଜାଵ କିଙ୍ଗସ ୨୦୧୯ରେ ୨୦ ଲକ୍ଷରେ କିଣିଥିଲା। ଏବେ ଆଇପିଏଲ ୨୦୨୨ରେ ପଞ୍ଜାଵ କିଙ୍ଗସ ତାଙ୍କୁ ପାଖାପାଖି ୨୦ ଗୁଣ ଅଧିକ ୪ କୋଟିରେ ରିଟେନ କରିଛି। ଆଇପିଏଲ ୨୦୨୧ରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲ ୨୦୨୧ରେ ୧୨ ଟି ମ୍ୟାଚରେ ୧୮ ଟି ୱିକେଟ ଅକ୍ତିଆର କରିଥିଲେ। ସେ ପ୍ରତି ୧୪ ବଲରେ ୱିକେଟ ଅକ୍ତିଆର କରିଥିଲେ। ସେ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୨୩ ମ୍ୟାଚରେ ୩୦ ୱିକେଟ ନେଇଛନ୍ତି।

ଉମରାନ ମଲ୍ଲିକ: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୨ପାଇଁ ଜାମ୍ମୁକାଶ୍ମୀରର ପ୍ରେସର ବୋଲର ଉମରାନ ନଲିକଙ୍କୁ ଟିମରେ ସାମିଲ କରିବାକୁ ନିସ୍ପତି ନେଇଛି। ସେ ଆଇପିଏଲ ୨୦୨୧ରେ ଡେବ୍ୟୁ କରିଥିଲେ। ତାଙ୍କୁ ହାଇଦ୍ରାବାଦ ୪ କୋଟିରେ ରିଟେନ କରିଥିଲା। ସେ ପୂର୍ଵ ସିଜନରେ ୩ ଟି ମ୍ୟାଚରେ ୨ ଟି ୱିକେଟ ଅକ୍ତିଆର କରିଥିଲେ। ସେ ଆଇପିଏଲ ୨୦୨୧ରେ ୧୫୨.୯୫ ବେଗରେବଲ ପକାଇଥିଲେ। ଏହା ସହ ସେ ଆଇପିଏଲ ଇତିହାସରେ ସବୁଠୁ ତୀବ୍ର ବେଗରେ ବଲ ପକାଇଥିବା ଭାରତୀୟ ବୋଲର ହୋଇଥିଲେ। ସେ ଟି-୨୦ ବିଶ୍ୱକପରେ ନେଟ ବୋଲର ଭାବରେ ଭାରତୀୟ ଟିମରେ ଯୋଡିହୋଇଥିଲେ।

ଯଶସ୍ୱି ଜୟସୱାଲ: ୨୦୨୦ରେ ହୋଇଥିବା ଅଣ୍ଡର-୧୯ ବିଶ୍ୱକପରେ ଜୟସୱାଲ ୬ ଟି ମ୍ୟାଚରେ ୪୦୦ ରନ କରିଥିଲେ। ଏହା ପରେ ଆଇପିଏଲ ୨୦୨୦ରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୨ ପାଇଁ ମଧ୍ୟ ରାଜସ୍ଥାନ ତାଙ୍କୁ୪ କୋଟିରେ ରିଟନ କରିଛି। ଆଇପିଏଲ ୨୦୨୧ରେ ସେ ୧୦ ଟି ମ୍ୟାଚରେ ୨୪୯ ରନ କରିଥିଲେ। ସେ ଗୋଟେ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୪୮.୨୧ର ରହିଥିଲା। ସେ ପୂର୍ଵ ସିଜନରେ  ପାଖାପାଖି ୩୨ ଚୌକା ଓ ୧୦ ଟି ଛକା ମାରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *