ଟିମ ଏହି ଏହି ଖେଳାଳିଙ୍କୁ କଲା ନାହିଁ ରିଟେନ, ପରେ ଦମଦାର ପ୍ରଦର୍ଶନ କରି ନିଜର ହିଁ ଟିମ ଉପରେ ପଡିଲେ ଭାରି! ଦେଖନ୍ତୁ ଲିଷ୍ଟ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଲିଗ ରାଉଣ୍ଡର ୭୦ ମ୍ୟାଚ ହୋଇସାରିଛି। ୧୦ ଟିମରୁ ୬ ଟି ଟିମ ବାହାର ହୋଇଯାଇଛି। ନକଆଉଟ ରାଉଣ୍ଡର ମ୍ୟାଚ କାଲିଠୁ ଆରମ୍ଭ ହେବ। କ୍ୟାଲିଫାୟର-୧ରେ ଗୁଜରାଟର ସାମ୍ନା ରାଜସ୍ଥାନ ରୟାଲ୍ସ ସହ ହେବ। ଏହି ମ୍ୟାଚ ଜିତିବା ଵାଲା ଟିମ ଫାଇନାଲରେ ପହଞ୍ଚିବ।

Google

ଲେଗ ସ୍ପିନର ଚହଲ ପୂର୍ଵ ସିଜନରେ ଆରସିବି ଟିମ ପଟୁ ଖେଳୁଥିଲେ। ତାଙ୍କୁ ଟିମ ଆଇପିଏଲ ୨୦୨୨ରେ ରିଟେନ କରିନଥିଲା। ସେ ଏହି ବର୍ଷ ରାଜସ୍ଥାନ ରୟାଲ୍ସ ଟିମ ପଟୁ ଖେଳୁଛନ୍ତି ଓ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ସେ ଏହି ସିଜନରେ ୨୬ ୱିକେଟ ସହ ଟପରେ ଅଛନ୍ତି। ୪୦ ରନ ଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ତାଙ୍କର ଇକୋନୋମି ୭.୬୭ ର ଅଟେ। ଏହି ସିଜନରେ ସେ ଗୋଟେ ଥର ୪ ଓ ଗୋଟେ ଥର ୫ ୱିକେଟ ନେଇଛନ୍ତି।

ବାମହାତୀ ସ୍ପିନର କୁଲଦୀପ ଯାଦବ ପୂର୍ଵ ସିଜନରେ କେକେଆର ତରଫରୁ ଖେଳୁଥିଲେ କିନ୍ତୁ ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିନଥିଲା। ଏହି ସିଜନରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳି ୧୪ ମ୍ୟାଚରେ ୨୦ ଔସତରେ ୨୧ ୱିକେଟ ନେଇଛନ୍ତି। ୧୪ ରନ ଦେଇ ୪ ୱିକେଟ ତାଙ୍କର ଏହି ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ ଯାହା କେକେଆର ବିରୁଦ୍ଧରେ ଆସିଥିଲା।

Google

ଓପନର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ ଆଇପିଏଲ ୨୦୨୨ରେ ୧୪୦ ରନ ନଟଆଉଟ ବିଶିଷ୍ଟ ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି। ସେ ପୂର୍ଵ ସିଜନରେ ମୁମ୍ବାଇ ଟିମରୁ ଖେଳୁଥିଲେ କିନ୍ତୁ ଏହି ସିଜନରେ ତାଙ୍କୁ ତାଙ୍କୁ ରିଟେନ କରିନଥିଲା। ସେଏହି ସିଜନରେ ଲକ୍ଷନଉ ଟିମ ପଟୁ ୧୪ ମ୍ୟାଚରେ ୩୯ ଔସତରେ ୫୦୨ ରନ କରିଛନ୍ତି। ସେ ୩ ଟି ଅର୍ଦ୍ଧଶତକ ମାରିଛନ୍ତି ଓ ତାଙ୍କ ଷ୍ଟାଇକ ରେଟ ୧୪୯ ରହିଛି।

ଆରସିବିର ଅଧିନାୟକ ଫାଫ ଡୁ ପ୍ଲେସି ପୂର୍ଵ ସିଜନରେ ସିଏସକେ ପଟୁ ଖେଳିଥିଲେ ଓ ସିଏସକେ ଚତ୍ରୁର୍ଥ ଥର ଚମ୍ପିୟନ କରାଇବାରେ ଯୋଗଦାନ ଦେଇଥିଲେ। ଏହି ସିଜନରେ ଟିମ ତାଙ୍କୁ ରିଲିଜ କରିଦେଇଥିଲା। ସେ ଆରସିବି ପଟୁ ଏହି ସିଜନରେ ୧୪ ମ୍ୟାଚରେ ୪୪୩ ରନ କରିଛନ୍ତି।ଅନ୍ୟପଟେ ଏହି ସିଜନରେ ସିଏସକେ ମାତ୍ର ୪ ଟି ମ୍ୟାଚ ଜିତିଥିଲା। ଏହି ସିଜନରେ ସେ ୩ ଟି ଅର୍ଦ୍ଧଶତକ ମାରିଥିଲେ।

Google

ଡେଭିଡ ୱାରନର ଆଇପିଏଲର ପୂର୍ଵ ସିଜନରେ ହାଇଦ୍ରାବାଦର ଅଧିନାୟକ ଥିଲେ। କିନ୍ତୁ କେତେକ ମ୍ୟାଚ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା ଓ ଚୂଡାନ୍ତ ଏକାଦଶରେ ମଧ୍ୟ ମୌକା ମିଳିନଥିଲା। ଏହି ସିଜନରେ ସେ ଦିଲ୍ଲୀ ତରଫରୁ ୧୨ ଟି ମ୍ୟାଚରେ ୫ ଟି ଅର୍ଦ୍ଧଶତକ ସହ ୪୩୨ ରନ କରିଛନ୍ତି।

ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ଆଇପିଏଲ ୨୦୨୨ ବହୁତ ଭଲ ରହିଛି। ସେ ନିଜ ଅଧିନାୟକତ୍ୱରେ ଗୁଜରାଟକୁ ଟପରେ ପହଁଞ୍ଚାଇଛନ୍ତି। ପୂର୍ଵ ସିଜନରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳୁଥିଲେ। ଏହି ସିଜନରେ ସେ ୧୩ ଟି ମ୍ୟାଚରେ ୪ ଟି ଅର୍ଦ୍ଧଶତକ ସହ ୪୧୩ ରନ କରିଛନ୍ତି। ସେ ବୋଲିଙ୍ଗରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।

Google

ଯୁବ ବ୍ୟାଟ୍ସମ୍ୟାନ ସୁଭମନ ଗିଲ ପୂର୍ଵ ସିଜନରେ କେକେଆର ପଟୁ ଖେଳୁଥିଲେ। ଏହି ସିଜନରେ ସେ ଗୁଜରାଟ ପଟୁ ୧୪ ପାରିରେ ୪ ଟି ଅର୍ଦ୍ଧଶତକ ସହ ୪୦୩ ରନ କରିଛନ୍ତି।

ମହମ୍ମଦ ସାମୀ ପୂର୍ଵ ସିଜନରେ ପଞ୍ଜାଵ କିଙ୍ଗସ ପଟୁ ଖେଳୁଥିଲେ। ଏହି ସିଜନରେ ସେ ଗୁଜୁରାଟ ପଟୁ ଖେଳି ୧୮ ୱିକେଟ ନେଇସାରିଲେଣି। ଏହି ସିଜନରେ ୨୫ ରନ ଦେଇ ତିନୋଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।

Google

ବାମହାତୀ ବୋଲର ଟ୍ରେଣ୍ଟ ବୋଲଟ ପୂର୍ଵ ସିଜନରେ ମୁମ୍ବାଇ ଟିମରୁ ଖେଳୁଥିଲେ। ଏହି ସିଜନରେ ସେ ରାଜସ୍ଥାନ ତରଫରୁ ଖେଳୁଛନ୍ତି ଓ ୧୩ ମ୍ୟାଚରେ ୧୩ ୱିକେଟ ନେଇଛନ୍ତି। ରାଜସ୍ଥାନ ଟପ-୨ରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.