ବ୍ୟୁରୋ ନ୍ୟୁଜ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ୩୪ ବର୍ଷ ବୟସରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଯାଇଛନ୍ତି। କ୍ରିସ ମୋରିସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ଅଟନ୍ତି।

କ୍ରିସ ମୋରିସ ମଙ୍ଗଳବାରକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସନ୍ୟାସର ଘୋଷଣା କରିଛନ୍ତି। ସେ ନିଜ ପୋଷ୍ଟରେ କହିଛନ୍ତିକି ଆଜି ମୁଁ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରୁଛି। ମୋର ଏହି କ୍ୟାରିୟରେ ଯୋଗଦାନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ।
କହିରଖିବୁକି କ୍ରିସ ମୋରିସ ଏବେ ଦକ୍ଷିଣ ଆଫ୍ରିକାର ପ୍ରାଞ୍ଚାଇଜ ଟିମ ଟାଇଟନ୍ସର କୋଚ ରୂପରେ ନଜର ଆସିପାରନ୍ତି ଓ ପଛରେ କାମ କରିବେ।
କ୍ରିସ ମୋରିସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ଅଟନ୍ତି। ଆଇପିଏଲ ୨୦୨୧ର ନିଲାମୀରେ କ୍ରିସ ମୋରିସ ଇତିହାସ ରଚିଥିଲେ। ସେ ଯୁବରାଜ ସିଂହଙ୍କୁ ପଛରେ ପକାଇ ସବୁଠୁ ଅଧିକ ଦାମରେ କିଣାଯାଇଥିବା ଖେଳାଳି ହୋଇଯାଇଥିଲେ। ଆଇପିଏଲ ନିଲାମୀରେ ରାଜସ୍ଥାନ ରର୍ୟାଲ୍ସ ତାଙ୍କୁ ୧୬.୨୫ କୋଟିରେ କିଣିଥିଲା।
Just posted a photo @ Centurion, Gauteng https://t.co/flAw9WxnSH
— Chris Morris (@Tipo_Morris) January 11, 2022
କ୍ରିସ ମୋରିସଙ୍କର ଆଇପିଏଲ କ୍ୟାରିଅର କଥା କହିବା ତ ସେ ଅନେକ ଟିମ ପଟୁ ଖେଳିଛନ୍ତି। ଏଥିରେ ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟଲ୍ସ, ରାୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ସାମିଲ ଅଛି। ଆଇପିଏଲ ୨୦୨୧ରେ ସେ ରାଜସ୍ଥାନ ଟିମ ପଟୁ ସବୁଠୁ ଅଧିକ ୱିକେଟ ନେଇଥିଲେ। ସେ ୧୫ ୱିକେଟ ଅକ୍ତିଆର କରିଥିଲେ।
ସେ ଆଇପିଏଲ କ୍ୟାରିଅରରେ ମୋଟ ୮୧ ଟି ମ୍ୟାଚ ଖେଳିଛନ୍ତି। ଏଥିରେ ତାଙ୍କ ନାମରେ ମୋଟ ୯୫ ୱିକେଟ ଅଛି। ସେ ଆଇପିଏଲରେ ମୋଟ ୬୧୮ ରନ ମଧ୍ୟ କରିଛନ୍ତି। ସେ ନିଜ ଆଇପିଏଲ କ୍ୟାରିଅରରେ ୩୫ ଛକା ମଧ୍ୟ ମାରିଛନ୍ତି। ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର କଥା କହିବାତ ସେ ଦକ୍ଷିଣ ଆଫ୍ରିକା ପାଇଁ ୪୨ ଟି ଏକଦିବସିୟରେ ୪୮ ୱିକେଟ ନେଇଛନ୍ତି। ସେହିପରି ସେ ଦକ୍ଷିଣ ଆଫ୍ରିକା ପାଇଁ ୪ ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।