କୌଣସି ଖେଳାଳି ଅଚାନକ ନେଇପାରିବେ ନାହିଁ ଅବସର! ଏହି କ୍ରିକେଟ ବୋର୍ଡ ଲାଗୁ କଲା ନିୟମ

ବ୍ୟୁରୋ ନ୍ୟୁଜ: ଶ୍ରୀଲଙ୍କା କ୍ରିକେଟ ଟିମକୁ ଦେଖି ଆପଣ ଭାବିପାରିବେନି ସେ ଶ୍ରୀଲଙ୍କା ଟିମ ବୋଲି ଯାହା ଆଗରୁ ଜଣାଯାଉଥିଲା। ଶ୍ରୀଲଙ୍କା ଟିମରେ କୌଣସି ସେପରି ଅନୁଭବୀ ଖେଳାଳି ନାହାନ୍ତି ଯାହାର କମି ଟିମରେ ଦେଖାଯାଉଛି। ଟିମ ଖରାପ ପ୍ରଦର୍ଶନ କରିଆସୁଛି। ଏହା ମଧ୍ୟରେ ଟିମରୁ ଆଉ ଦୁଇ ଖେଳାଳି ବାମହାତୀ ବ୍ୟାଟ୍ସମ୍ୟାନ ଭାନୁକା ରାଜପେଖେ ଅବସର ନେଇଥିବା ବେଳେ ଦାନୁଷ୍କା ଗୁଣତିଲକା ଟେଷ୍ଟରୁ ଅବସର ନେଇଛନ୍ତି।

Google

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଅନୁଭବୀ ଖେଳାଳିଙ୍କ ଅଭାବ ଓ ଲଗାତର ଖେଳାଳିଙ୍କ ଅବସର ଦ୍ଵାରା ପ୍ରେସରରେ ଆସିଯାଇଛି ଯାହା ଦ୍ୱାରା ବୋର୍ଡ ବାଧ୍ୟ ହୋଇ ତିନୋଟି ଗୁରୁତ୍ୱପୂର୍ଣ୍ଣ କଡା ନିୟମ ଲାଗୁକରିଦେଇଛି। କହିରଖିବୁ ଏହି ତିନୋଟି ଯାକ ନିୟମ କ୍ରିକେଟର ଅବସର ନେଇଥିବା ଓ ଆଗକୁ ନେବାକୁ ଯାଉଥିବା ଖେଳାଳିଙ୍କ ପାଇଁ ଅଟେ।

ଅଚାନକ ଖେଳାଳି ମାନେ ଅବସର ନେଉଥିବାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଅସୁବିଧାର ସାମ୍ନା କରୁଛି। ସେଥିପାଇଁ ବୋର୍ଡ ନିୟମ କରିଛିକି ଜାତୀୟ ସ୍ତରରେ ଖେଳୁଥିବା ଖେଳାଳି ଯଦି ଅବସର ନେବେ ତେବେ ତିନିମାସ ଆଗରୁ ବୋର୍ଡକୁ ଜଣାଇବେ। ସେହିପରି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ ଖେଳିଥିଲେ ଅବସର ପାଇଁ ୬ ମାସ ଆଗରୁ ଏନଓସି ଆଣି ବାକୁ ହେବ। ଏହା ସହ ଯେଉଁ ଖେଳାଳି ଅବସର ନେଇଛନ୍ତି ସେ ଶ୍ରୀଲଙ୍କା ପ୍ରିମୀୟର ଲିଗ ଖେଳିବା ପାଇଁ ୮୦% ଘରୋଇ ମ୍ୟାଚ ଖେଳିବାକୁ ହେବ।

Google

ଏଭଳି ନୂତନ ନିୟମ ଦ୍ଵାରା ଚିନ୍ତତ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ଅବସର ନେଇଥିବା ବ୍ୟାଟ୍ସମ୍ୟାନ ଭାନୁକା ରାଜପଖେ। ସେ ଶ୍ରୀଲଙ୍କା ପାଇଁ ୫ ଟି ଏକଦିବସିୟ ଓ ୧୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *