ବ୍ୟୁରୋ ରିପୋର୍ଟ: ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଲେ ସିମନ୍ସ। ୱେଷ୍ଟ ଇଣ୍ଡିଜର ଏହି ଜବରଦସ୍ତ ବ୍ୟାଟ୍ସମାନ କ୍ରିକେଟର ସବୁ ଫର୍ମାଟରେ କରିଛନ୍ତି ୩୭୬୩ ରନ।

ଜୁନ ୨୫, ୧୯୮୫ ରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ୟାଟ୍ସମାନ ଡେବ୍ୟୁ ୨୦୦୬ ରେ କରିଥିଲେ। ସେ ପାକିସ୍ତାନ ବିପକ୍ଷରେ କରିଥିଲେ ଡେବ୍ୟୁ। ୨୦୧୫ ରେ ସେ ଶେଷ ODI ମ୍ୟାଚ ଖେଳିଥିଲେ।
ଲେଣ୍ଡଲ ସିମନ୍ସ ୬୮ ଟି ODI ମ୍ୟାଚ ଖେଳି ୧୯୫୮ ରନ କରିଛନ୍ତି। ୩୧.୫୮ ହାରରେ ରନ କରିଛନ୍ତି। ସେ ODI କ୍ୟାରିୟରରେ ହାସଲ କରିଛନ୍ତି ୨ଟି ଶତକ।
୨୦୦୯ ରେ ସେ ଟେଷ୍ଟରେ ଡେବ୍ୟୁ କରିଥିଲେ। ବାଂଲାଦେଶ ବିରୁଦ୍ଧରେ ୨୦୧୧ ମସିହାରେ ସେ ଶେଷ ଟେଷ୍ଟ ଖେଳିଥିଲେ। ସେ ୮ଟି ମ୍ୟାଚ ଖେଳି ୨୭୮ ରନ କରିଛନ୍ତି। ଟି-୨୦ କ୍ୟାରିୟରରେ ସେ ୬୮ ଟି ମ୍ୟାଚ ଖେଳି ୧୫୨୭ ରନ କରିଛନ୍ତି। ସେ ୯ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି।

IPL ରେ ମଧ୍ୟ ସେ ଅନେକ ଦମଦାର ପାରି ଖେଳିଛନ୍ତି। ସେ ୨୦୧୫ ରେ IPL ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ୧୩ ଟି ମ୍ୟାଚରେ ୫୪୦ ରନ କରିଥିଲେ। ତେବେ ସେ IPL ରେ ମୋଟ ୨୯ ଟି ମ୍ୟାଚ ଖେଳି ୧୦୭୯ ରନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।