ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ଟି-୨୦ ସିରିଜ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ ହେବ। ଜଲଦି ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ଓ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବ। ଏହା ପୂର୍ଵ ବଡ଼ ଖବର ଆସୁଛି କି ରବିନ୍ଦ୍ର ଜାଡେଜା ଟିମକୁ ଫେରିପାରନ୍ତି।
🔸 Jadeja set for comeback from injury
🔸 Kohli could be rested for Sri Lanka T20Is
🔸 Rohit Sharma to be named Test skipper?@vijaymirror has more #INDvSL— Cricbuzz (@cricbuzz) February 18, 2022
ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କ ଚୟନ ହୋଇପାରେ। ଜାଡେଜା ନ୍ୟୁଜିଲାଣ୍ଡ ସହ ସିରିଜ ପୂର୍ବରୁ ଟିମରୁ ବାହାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବା ପୂର୍ବରୁ ଜାଡେଜା ଆଘାତ ହୋଇଯାଇଥିଲେ ଯାହା ପରେ ଏନସିଏ ଯିବାକୁ ପଡିଥିଲା।
କ୍ରିକବଜର ଖବର ଅନୁସାରେ ଜାଡେଜା ଟି-୨୦ ସିରିଜରେ ମଧ୍ୟ ଖେଳିପାରନ୍ତି ଓ ଟେଷ୍ଟ ସିରିଜ ପୂର୍ବରୁ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ମଧ୍ୟ ତାଙ୍କ ଚୟନ ହୋଇପାରେ। ଏହାପାଇଁ ରବିନ୍ଦ୍ର ଜାଡେଜା ଏବେଠୁ ଲକ୍ଷନଉ ପହଁଚିଯାଇଛନ୍ତି। ସେ ଏବେ ଲକ୍ଷନୌ ହୋଟେଲରେ ଅଛନ୍ତି ଓ କ୍ବାରେଣ୍ଟାଇନ ପିରିୟଡ ପୁରା କରୁଛନ୍ତି।

ଜାଡେଜାଙ୍କ ପରି ବୁମରା ମଧ୍ୟ ଟିମକୁ ଫେରିବେ,ଯାହାଙ୍କୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପରେ ବିଶ୍ରାମ ଦିଆଯାଇଥିଲା। ମହମ୍ମଦ ସାମୀ ଓ ଯଶପ୍ରୀତ ବୁମରାଙ୍କୁ ୱେଷ୍ଟଇଣ୍ଡିଜ ସହ ଏକଦିବସିୟ ସିରିଜ ଓ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଦୁହେଁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଓ ବିଶ୍ୱକପର ପ୍ରସ୍ତୁତିରେ ଲାଗିଛନ୍ତି।
ଟେଷ୍ଟ ସିରିଜ ପାଇଁ ଖେଳାଳିଙ୍କ ଫେରିବା ସହ ସମସ୍ତେ ନୂତନ ଟେଷ୍ଟ ଅଧିନାୟକଙ୍କୁ ମଧ୍ୟ ଅପେକ୍ଷା କରିଛନ୍ତି। ମାନାଯାଉଛି କି ଟି-୨୦ ଓ ଏକଦିବସିୟର ଅଧିନାୟକ ରୋହିତ ଶର୍ମାଙ୍କୁ ଟେଷ୍ଟର ଅଧିନାୟକ କରାଯାଇପାରେ। ବିରାଟ କୋହଲି ଇସ୍ତପା ଦେବା ପରଠୁ ଟେଷ୍ଟ ଅଧିନାୟକ ପଦ ଖାଲିଅଛି।
Virat Kohli likely to skip Sri Lanka T20is, Ravindra Jadeja set to make his return through that series. (Reported by Cricbuzz).
— Mufaddal Vohra (@mufaddal_vohra) February 18, 2022
ଏହା ପ୍ରାୟ ସଫା ଅଟେ କି ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦେଖିବାକୁ ମିଳିବ। ଯେଉଁଠି ତାଙ୍କ ସାମ୍ନାରେ ଟି-୨୦,ଏକଦିବସିୟ ବିଶ୍ୱକପ ସହ ବିଶ୍ୱ ଟେଷ୍ଟ ଚମ୍ପିୟାନ ଜିତିବାର ଚ୍ୟାଲେଞ୍ଜ ରହିପାରେ। ରୋହିତ ଶର୍ମା ଏହି ମିଶନ ପାଇଁ ପ୍ରସ୍ତୁତି ଅଛନ୍ତି।
କ୍ରିକବଜ ନିଜ ରିପୋର୍ଟରେ କହିଛନ୍ତି କି ବିରାଟ କୋହଲିଙ୍କୁ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ। କିନ୍ତୁ ଏଯାଏ ଏହି କଥାର ପୃଷ୍ଟି ହୋଇନାହିଁ। ଟିମ ଇଣ୍ଡିଆର କିଛି ଖେଳାଳିଙ୍କ ତରଫରୁ ଏହି କଥା କୁହାଯାଇଛି।

ବିରାଟ କୋହଲିଙ୍କ ପାଇଁ ଏହି ସିରିଜ ଖାସ ହେବ କାରଣ ସେ ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଯଦି ବିରାଟ କୋହଲି ଦୁଇଟି ଯାକ ଟେଷ୍ଟ ମ୍ୟାଚ ଖେଳିବେ ତେବେ ମୋହାଲିରେ ତାଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ ହେବ। ଯଦି ସେ ଟି-୨୦ ସିରିଜରେ ବିଶ୍ରାମ ନେବେ ଓ ଏହାକୁ ଲମ୍ବା କରିବେ ତେବେ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଡେ ନାଇଟ ଟେଷ୍ଟ ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।