ଏବେବି ଅଷ୍ଟ୍ରେଲିଆ ମାଟିରେ ହେବାକୁ ଯିବା ୱାଲ୍ଡକପ ପାଇଁ ପାଖାପାଖି ୪ ରୁ ୫ ମାସ ବାକି ଅଛି। କିନ୍ତୁ ଯଦି ଦେଖାଯାଏ ତେବେ କ୍ରିକେଟର ସବୁ ଦେଶ ଏହି କପ ପାଇଁ ପ୍ରସ୍ତୁତ ଆରମ୍ଭ କରିସାରିଲେଣି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜ ୱାଲ୍ଡକପ ଦୃଷ୍ଟିରୁ ଏକ ବହୁତ ବଡ଼ ସିରିଜ ଏବଂ ଏହି ସିରିଜ ମଧ୍ୟରେ ପୂର୍ବ ୱାଲ୍ଡକପ ବିଜୟୀ କପ୍ତାନ କିଛି କଥା କହିଛନ୍ତି। ଅଷ୍ଟ୍ରେଲିଆର ପୂର୍ବ କ୍ୟାପଟେନ ରିକି ପଣ୍ଟିଂ ଦିନେଶ କାର୍ତ୍ତିକଙ୍କ ଟି-୨୦ ଦଳରେ ଖେଳିବାର ଅନୁମାନ କରିଛନ୍ତି। କଣ କହିଛନ୍ତି ସେ କାର୍ତ୍ତିକଙ୍କ ସପକ୍ଷରେ ଏବଂ କଣ ତାଙ୍କ ଦୃଷ୍ଟିରୁ ସେ ଦଳରେ ଖେଳିବା ଦରକାର? ଯଦି ହଁ ତାହେଲେ ଦିନେଶ କାର୍ତ୍ତିକ କାହା ବଦଳରେ ଖେଳିବା ଦରକାର ଜାଣିବାକୁ ପଢନ୍ତୁ ଆମ ରିପୋର୍ଟ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜ ଅକ୍ଟୋବରରେ ହେବାକୁ ଯାଉଥିବା ଟି-୨୦ ୱାଲ୍ଡକପ ପୂର୍ବରୁ ବହୁତ ଖେଳାଳିଙ୍କ ଚୟନ ପାଇଁ ବଡ଼ ସୁଯୋଗ ରୂପେ ଦେଖାଯାଉଛି। ରୋହିତ ଶର୍ମା,ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ କେତେକ ଖେଳାଳିଙ୍କ ପାଇଁ ସୁଯୋଗ ମିଳିଛି ଯେ କି ସେ ଚୟନକର୍ତ୍ତାଙ୍କ ଆଗରେ ନିଜର ଚୟନ ପାଇଁ ଖେଳ ଦେଖାଇପାରିବେ।
ଆଇପିଏଲରେ ବାଙ୍ଗାଲୋର ଦଳର ଦିନେଶ କାର୍ତ୍ତିକ ସେହିଭଳି ଏକ ଖେଳାଳି। ଦିନେଶ କାର୍ତ୍ତିକ ଆଇପିଏଲରେ ଖୁବ ଜୋର ଗତିରେ ରନ କରି ଭାରତ ଦଳରେ ନିଜର ସ୍ଥାନ ପାଇଥିଲେ। ଏବଂ ପୂର୍ବ ଅଷ୍ଟ୍ରେଲିଆ କ୍ୟାପଟେନ ଟି-୨୦ ୱାଲ୍ଡକପ ପାଇଁ ଭାରତ ଦଳରେ ଦିନେଶ କାର୍ତ୍ତିକଙ୍କ ଚୟନ ପାଇଁ ଅନୁମାନ କରିଦେଇଛନ୍ତି। ସେ କହିଛନ୍ତି ଯଦି ଦଳରେ କାର୍ତ୍ତିଙ୍କଙ୍କୁ ଚୟନ ନ କରାଯାଏ ତାହେଲେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ।
Ricky Ponting said "I will have Dinesh Karthik at the number 6 role in the T20 WC, he has taken the game into the next level – he had bigger impact than anyone in RCB this season".
— Johns. (@CricCrazyJohns) June 11, 2022
ସେ କହିଛନ୍ତି ମୁଁ ତାଙ୍କୁ ମୋ ଦଳରେ ରଖିବି ଏବଂ ସେ ମୋ ଦଳରେ ୫ମ ସ୍ଥାନରେ ବ୍ୟାଟିଂ କରିବେ। ପଣ୍ଟିଂ କହିଛନ୍ତି ସେ ଆଇପିଏଲକୁ ବହୁତ ଭଲ ଭାବରେ ଶେଷ କରିଛନ୍ତି ଏବଂ ଅନ୍ୟ ଖେଳାଳି ମାନଙ୍କ ତୁଳନାରେ ଭଲ ଖେଳିଛନ୍ତି ଯଦି ତାଙ୍କୁ ଦଳରେ ନ ମିଶାଯାଏ ମୁଁ ବହୁତ ଆଶ୍ଚର୍ଯ୍ୟ ହେବି।ଦଳରେ ସେ ମଧ୍ୟ ବ୍ୟାଟ୍ସମ୍ୟାନ ସହ ଏକ କିପର ରୂପରେ ମଧ୍ୟ ଚୟନ ହୋଇପାରନ୍ତି।ଏଥିରେ ସଙ୍କୋଚ ନାହିଁ ଯେ ପୂର୍ବ କିଛି ବର୍ଷ ହେଲାଣି ରିଷଭ ପନ୍ତ ନିଜକୁ ଏକ ପ୍ରମୁଖ କିପର ଭାବରେ ଦଳରେ ନିଜ ସ୍ଥାନ ରଖିଛନ୍ତି।ଯଦି କେବେ ସେ ଆହତ ହୋଇଯାଆନ୍ତି କି ଭଲ ନଖେଳି ପାରନ୍ତି ତେବେ କାର୍ତ୍ତିକ ଏକ ଭଲ ଚୟନ ହୋଇପାରିବେ।ଏହା ସହ ତାଙ୍କର ଏହି ସ୍ଥାନ ପାଇଁ ମଧ୍ୟ ଇଶାନ କିଶାନଙ୍କ ସହ ମଧ୍ୟ ଲଢେଇ ହେଇପାରେ କିନ୍ତୁ ଇଶାନ କିଶନ ଏକ ଓପନର ଭାବେ ଖେଳୁଛନ୍ତି ଯାହା ତାଙ୍କୁ ପଛୁଆ କରୁଛି।
ଯଦି ଇଶାନଙ୍କୁ ଦଳରେ ରଖାଯାଏ ତେବେ ପୁରା ଦଳର ବ୍ୟାଟିଂ କ୍ରମକୁ ବଦଳିବାକୁ ପଡ଼ିବ। ସେଥିପାଇଁ ଦିନେଶ କାର୍ତ୍ତିକ ଏହି ସ୍ଥାନ ପାଇଁ ଉପଯୁକ୍ତ ଏବଂ ଆଶା କରାଯାଉଛି ଯେ ସେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚରେ ବ୍ୟାଟିଂ ଆସିଲେ ସେ ଆଇପିଏଲରେ ଖେଳିଥିବା ଭଳି ଖେଳ ଦେଖାଇବେ ଏବଂ ନିଜ ଚୟନ ସୁଦୃଢ଼ କରିବେ।
“I would have him (DK), and I’d have him in at that five or six role. The way that he finished games for RCB this year, he took his game to another level,” @RickyPonting said. https://t.co/r6KQeYy8zx
— Circle of Cricket (@circleofcricket) June 11, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।