ବ୍ୟୁରୋ ରିପୋର୍ଟ: ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବାର ଅଛି ଟି-୨୦ ବିଶ୍ୱକପ। ତେବେ ଏନେଇ ହୋଇପାରେ ବଡ଼ ରୋମାଂଚକର ବିଶ୍ୱକପ। ଅଷ୍ଟ୍ରେଲିଆର ପୂର୍ବତନ ବିଶ୍ୱକପ ବିଜୟୀ କ୍ୟାପଟେନ ରିକି ପଏଂଟିଙ୍ଗ ଅନୁମାନ କରିଛନ୍ତି କି ଏହି ୨ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପଂହଁଚିବ। ତେବେ ଫାଇନାଲରେ କେଉଁ ୨ ଟିମ ପଂହଁଚିବେ ସେଇଟା କହିବା ସହ କିଏ ଚମ୍ପିୟନ ହେବ ଏହା ବିଷୟରେ ବି ଅନୁମାନ କରିଛନ୍ତି ଏହି ବିଶ୍ୱକପ ବିଜୟୀ କ୍ୟାପଟେନ।
Will you agree with Ricky Pointing ??
📸 BCCI #INDvAUS #AUSvIND #T20WORLDCUP pic.twitter.com/HiAum7enXP
— Cricket Apna l Indian cricket (@cricketapna1) July 26, 2022
ICC ରିଭ୍ୟୁରେ ରିକି କହିଛନ୍ତି କି ଭାରତ ଓ ଅଷ୍ଟ୍ରେଲିଆ ଏହି ୨ ଟିମ ପଂହଁଚିବ ଟି-୨୦ ବିଶ୍ୱକପ ଫାଇନାଲରେ। ଏଥିରେ ଅଷ୍ଟ୍ରେଲିଆ ଦଳ ହେବ ଚମ୍ପିୟନ। ପୂର୍ଵ ବର୍ଷ ହୋଇଥିବା ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ହରାଇ ଚମ୍ପିୟନ ହୋଇଥିଲା ଅଷ୍ଟ୍ରେଲିଆ। ସୁନ୍ଦର ବ୍ୟାଟିଂ କରିଥିଲେ ମାର୍ସ।
ଘରୋଇ ଟିମ ହେବାର ଅଷ୍ଟ୍ରେଲିଆକୁ ମିଳିବ ଫାଇଦା ବୋଲି କହିଛନ୍ତି ରିକି। ତେବେ ରିକିଙ୍କ ୩ୟ ପ୍ରିୟ ଟିମ ହେଉଛନ୍ତି ଇଂଲଣ୍ଡ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।