ରିଷଭ ପନ୍ତଙ୍କ କ୍ୟାରିୟର ଶେଷ କରିଦେବେ କି ଏହି ଦୁଇ ବ୍ୟାଟ୍ସମ୍ୟାନ! ଲିଷ୍ଟରେ ଅଛନ୍ତି ଗୋଟିଏ ପରିଏ ଗୋଟିଏ ଷ୍ଟାର

ଭାରତୀୟ ଟିମ ଟି-୨୦ ବିଶ୍ୱକପ ହାରିଯିବା ପରେ ନ୍ୟୁଜିଲ୍ୟାଣ୍ଡକୁ ଟି-୨୦ ସିରିଜରେ ୩-୦ ରେ ହରାଇବା ପରେ ପ୍ରସଂସକ ଖୁସି ଅଛନ୍ତି। ଏବେ ନ୍ୟୁଜିଲ୍ୟାଣ୍ଡ ସହ ୨୫ ନଭେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି ଯାହା ପାଇଁ ପ୍ରସ୍ତୁତି ଚାଲିଛି । ଏହି ଟେଷ୍ଟ ସିରିଜ ଭାରତ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ସିରିଜରେ ଖାସ କଥାକି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଜାଗାରେ ରିଧିମାନ ସାହା ଓ କେ ଏସ ଭରତଙ୍କୁ ସାମିଲ କରାଯାଇଛି।

Google

ପୂର୍ଵ କିଛି ଟେଷ୍ଟ ମ୍ୟାଚରେ ପନ୍ତ କିଛି ଖାସ କରିପାରି ନାହାନ୍ତି ଯାହାକୁ ନେଇ ପ୍ରଶ୍ନ ଉଠୁଥିଲା। ପୂର୍ଵ ଟେଷ୍ଟ ପାରିରେ ପନ୍ତ ୪,୪୧, ୨୫,୩୭, ୨୨, ୨,୧,୯,୫୦ ରନ କରିଛନ୍ତି। ପନ୍ତଙ୍କ କାରଣରୁ ଟିମ ଇଣ୍ଡିଆର ଲାଇନଅପରେ ବହୁତ ପ୍ରଭାବ ପଡିଛି। ପନ୍ତଙ୍କ ଏପରି ପ୍ରଦର୍ଶନ ପରେ ଏବେ ଟେଷ୍ଟ ଟିମରେ ସେ ରହିବା କଷ୍ଟକର ହୋଇଗଲାଣି। ଏବେ ଭାରତୀୟ ଟିମ ପନ୍ତଙ୍କ ଜାଗାରେ ଦୁଇଟି ୱିକେଟ କିପର ନେଇପାରନ୍ତି।

କେ ଏସ ଭରତ: ରିଷଭ ପନ୍ତଙ୍କ ଖରାପ ପ୍ରଦର୍ଶନ ପରେ ଏବେ ଟିମ ଇଣ୍ଡିଆରେ ତାଙ୍କ ଜାଗାକୁ ନେଇ ସଙ୍କଟ ଦେଖାଯାଉଛି। ଟିମରେ ୱିକେଟ ଆକାରରେ ଆନ୍ଧ୍ର ପ୍ରଦେଶର ଯୁବ ଖେଳାଳି କେଏସ ଭରତଙ୍କୁ ସାମିଲ କରାଯାଇଛି। ଘରୋଇ କ୍ରିକେଟରେ ବଡ଼ ନାମ ହାସଲ କରିଥିବା ଏହି ଖେଳାଳି ଆନ୍ଧ୍ର ପ୍ରଦେଶ ତରଫରୁ ଖେଳି ତୃତୀୟ ଶତକ ମଧ୍ୟ ମାରିଛନ୍ତି।

Google

କେ ଏସ ଭରତଙ୍କ ବ୍ୟାଟିଙ୍ଗ ଟେକ୍ନିକ ରିଷଭ ପନ୍ତଙ୍କ ଠୁ ବହୁତ ଭଲ ଅଟେ। ସେ ଆଇପିଏଲରେ ଆରସିବି ଟିମର ସ୍କ୍ୱାର୍ଡର ଅଂଶ ଅଛନ୍ତି। ସେ ୭୮ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୩୭ର ଔସତରେ ୪୨୮୩ ରନ କରିଛନ୍ତି। ୯ ଟି ଶତକ ଓ ୨୩ ଅର୍ଦ୍ଧଶତକ ମାରିଛନ୍ତି।

କେ ଏଲ ରାହୁଲ: କେଏଲ ରାହୁଲ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ ଯଦି ୱିକେଟକିପିଙ୍ଗ କରିବାକୁ ଦିଆଯିବ ତେବେ ଟିମ ଇଣ୍ଡିଆକୁ ବହୁତ ଫାଇଦା ମିଳିବ। ରାହୁଲ ଯଦି ଟେଷ୍ଟରେ ୱିକେଟକିପିଙ୍ଗ କରିବେ ତେବେ ପନ୍ତଙ୍କ ଜାଗାରେ ଅନ୍ୟ କୌଣସି ଅଲରାଉଣ୍ଡରକୁ ଟିମରେ ସାମିଲ କରାଯାଇପାରେ। ଯାହା ଟିମ ଇଣ୍ଡିଆକୁ ଅଧିକ ବାଲାନ୍ସ ଦେବ।

Google

କେଏଲ ରାହୁଲ ଦିନିକିଆ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆ ପାଇଁ ୱିକେଟକିପିଙ୍ଗ କରିସାରିଛନ୍ତି। ଯଦି ରାହୁଲ ଟେଷ୍ଟରେ ୱିକେଟକିପିଙ୍ଗ କରିଚାଲିଲେ ତେବେ ପନ୍ତଙ୍କ ପାଇଁ ଏହା ବହୁତ କଷ୍ଟକର ହେବ ଟିମରେ ଜାଗା ବନେଇବା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *