ରୋହିତଙ୍କ ଫ୍ୟାନ ବନିଲେ “ବେବି ଏବି”! ବ୍ରେଭିସ କହିଲେ ରୋହିତଙ୍କ ସବୁଠୁ ବଡ଼ ଗୁଣ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଡିୱାଲ୍ଡ ବ୍ରେଭିସଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଆଇପିଏଲ ୨୦୨୨ ମେଗା ଅକ୍ସନରେ ୩ କୋଟିରେ କିଣିଥିଲା। “ବେବି ଏବି” ନାମରେ ପ୍ରସିଦ୍ଧ ବ୍ରେଭିସ ଆଇପିଏଲ ଠିକ ପୂର୍ବରୁ ଅଣ୍ଡର-୧୯ ବିଶ୍ୱକପରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେବେ ସେ ଟୁର୍ଣ୍ଣାମେଣ୍ଟର ଟପ ସ୍କୋରର ରହିଥିଲେ କିନ୍ତୁ ଆଇପିଏଲ ୨୦୨୨ ତାଙ୍କ ପାଇଁ ଏତେ ଖାସ ଯାଇନଥିଲା। ଆଇପିଏଲ ୨୦୨୨ ରେ ସେ ମୁମ୍ବାଇ ତରଫରୁ ୨୩ ଔସତରେ ୧୬୧ ରନ କରିଥିଲେ। ସେ ଏହି ସିଜନରେ ୧୪ ଟି ଛକା ମାରିଥିଲେ ଓ ତାଙ୍କର ଷ୍ଟ୍ରାଇକ ରେଟ ୧୪୨ର ରହିଥିଲା। ସେ ଆଇପିଏଲ ୨୦୨୨ରେ ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିପାରିନଥିଲେ।

Google

ଆଇପିଏଲ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବହୁତ ଖରାପ ରହିଛି। କାରଣ ଟିମ ଏହି ସିଜନରେ ପ୍ଲେ ଅଫରେ ପହଁଚିପାରିନଥିଲା ଓ ଶେଷ ସ୍ଥାନରେ ରହିଥିଲା। କିନ୍ତୁ ବ୍ରେଭିସ ନିଜର ପ୍ରଥମ ଆଇପିଏଲ ଅନୁଭବ ବିଷୟରେ କହି ଅଧିନାୟକ ରୋହିତ ଶର୍ମାଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି କିପରି ଖରାପ ପ୍ରଦର୍ଶନ ପରେ ମଧ୍ୟ ରୋହିତ ଖେଳାଳିଙ୍କ ସାଥୀରେ ରହିଥାନ୍ତି ଓ ସାହାସ ଦେଇଥାନ୍ତି। ସେ କହିଛନ୍ତି ରୋହିତଙ୍କ ଅଧିନାୟକତ୍ୱ ଯୋଗୁ ଖେଳାଳିଙ୍କ ଉପରୁ ଚାପ ହଟିଯାଇଥାଏ।

ରୋହିତ କୌଣସି ଖେଳାଳିଙ୍କ ଉପରେ ଚାପ ପଡିବାକୁ ଦେଇନଥାନ୍ତି: ବ୍ରେଭିସ:

ସେ ମୁମ୍ବାଇ ଇଣ୍ଡିଆନ୍ସର ଟ୍ୱିଟର ପେଜରେ କହିଛନ୍ତି,”ମତେ ଲାଗୁଛିକି ତାଙ୍କ ଅଧିନାୟକତ୍ୱରେ ଖେଳାବା ଖେଳାଳିଙ୍କ ସ୍ୱପ୍ନ। ସେ ବାସ୍ତବରେ ଆପଣଙ୍କ ସପୋର୍ଟ କରିଥାନ୍ତି ଓ କୌଣସି ଚାପ ପଡିବାକୁ ଦେଇ ନଥାନ୍ତି। ସେ ଚାହିଁଥାନ୍ତି ଆପଣ ଗ୍ରାଉଣ୍ଡରେ ଓହ୍ଲାଇ ଖେଳର ପୁରା ମଜା ନିଅନ୍ତୁ”।

Google
ଭଲ ପ୍ରଦର୍ଶନ ପାଇଁ ଆମେ ଏକଜୁଟ ହୋଇ ଖେଳିଥିଲୁ:

ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଆଗକୁ କହିଛନ୍ତି କିପରି ଖରାପ ଆରମ୍ଭ ପରେ ମୁମ୍ବାଇ ଇଣ୍ଡିଆନ୍ସ କିପରି ପୁଣି ଭଲ ପ୍ରଦର୍ଶନ କରିଥିଲା ଓ ଅଧିନାୟକ ରୋହିତଙ୍କ ଭୂମିକା କଣ ଥିଲା। ସେ କହିଛନ୍ତି,”ଆମ ପାଇଁ ଏହା କଷ୍ଟକର ଥିଲା କିନ୍ତୁ ଚେଷ୍ଟା ପିଜେଟିଭ ଥିଲା। ଆମେ ଜିତିବା ପାଇଁ ସେହି ଜିନିଷ କରିଛୁ ଯାହା ଆବଶ୍ୟକ। ପଜେଟିଭ ଖେଳିଛୁ କିନ୍ତୁ ରିଜଲ୍ଟ ଆମ ସପକ୍ଷରେ ରହିନଥିଲା। ପ୍ରଥମ ୮ ମ୍ୟାଚ ଆମ ପାଇଁ କଷ୍ଟକର ଥିଲା କିନ୍ତୁ ଶେଷ ୬ ମ୍ୟାଚରେ ଆମେ ଏକଜୁଟ ହୋଇ ଖେଳିଥିଲୁ ଓ କିଛି ମ୍ୟାଚରେ ବିଜୟ ହାସଲ କରିଥିଲୁ”।

ବ୍ରେଭିଶ ଏହି IPL ରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ତାଙ୍କର ଖେଳ ଜବରଦସ୍ତ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *