ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ଖବର ହେଉଛି ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଅଧିନାୟକ କରିବା। ତେବେ ଏହି ଘଟଣା ପରେ ଅନେକ କଥା ସାମ୍ନାକୁ ଆସୁଛି। ଏହା ସହିତ ଏହା ଉପରେ ଅନେକ ଖେଳାଳି ନିଜ ନିଜର ମତ ମଧ୍ୟ ରଖିଛନ୍ତି। ସେମାନେ ନିଜର ମତରେ ଏହା କହିଛନ୍ତି କି ଏପରି କଣ ପାଇଁ କରାଗଲା ଏହା ସହିତ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାର କୌଣସି ଆବଶ୍ୟକତା ନଥିଲା ବୋଲି ମଧ୍ୟ ଅନେକ ପୂର୍ବତନ ଖେଳାଳି କହିଛନ୍ତି।

ତେବେ ଏହି କଥା ସହିତ ଜଡିତ ଆଉ ଏକ କଥା ସାମ୍ନାକୁ ଆସୁଛି। ତେବେ ପ୍ରଥମେ କେତେବେଳେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡିଥିଲେ ସେହି ସମୟରେ ତାଙ୍କୁ ଏପରି ନ କରିବା ପାଇଁ କୁହା ଯାଇଥିଲା। ଏହା ସହିତ ସେ ଅଧିନାୟକ ପଦ ନ ଛାଡ଼ନ୍ତୁ ବୋଲି ମଧ୍ୟ କୁହା ଯାଉଥିଲା କିନ୍ତୁ ସେ ଅଧିନାୟକ ପଦ ଛାଡ଼ି ଦେଇଥିଲେ।ତେବେ ଏହାପରେ ବର୍ତ୍ତମାନ ତାଙ୍କ ପାଖରୁ ଦିନିକିଆ ଅଧିନାୟକ ପଦ ମଧ୍ୟ ନେଇ ନିଆ ଯାଇଛି। ତେବେ ଏହା ଉପରେ ସେ କିଛି ମଧ୍ୟ କହି ନାହାନ୍ତି।
ତେବେ ସେ ପୂର୍ବରୁ କହିଥିଲେ କି ସେ ଦିନିକିଆ ଓ ଟେଷ୍ଟର ଅଧିନାୟକ ଭାବରେ ରହିବାକୁ ଚାହୁଁଛନ୍ତି।ଏହା ପରେ ଯେତେବେଳେ ରୋହିତ ଶର୍ମା ଟି-୨୦ ଦଳର ଅଧିନାୟକ ହୋଇଥିଲେ ସେହି ସମୟରେ ସେ BCCI ପାଖରେ କହିଥିଲେ କି ଯଦି ତାଙ୍କୁ ଅଧିନାୟକ କରାଯାଉଛି ତେବେ ତାଙ୍କୁ ଉଭୟ ଦିନିକିଆ ଓ ଟି ୨୦ ଦଳର ଅଧିନାୟକ କରାଯାଉ ବୋଲି ସେ ସର୍ତ୍ତ ରଖିଥିଲେ। ଯାହା ଜଣା ଯାଉଛି କି ସେ କହିଥିଲେ କି ସେ ସମ୍ପୂର୍ଣ୍ଣ ଧଳା ବଲ ଖେଳର ଅଧିନାୟକ ହେବା ପାଇଁ ଚାହୁଁଛନ୍ତି।

ଏହା ସହିତ BCCI ମଧ୍ୟ ସମ୍ପୂର୍ଣ୍ଣ ଧଳା ବଳର ଗୋଟିଏ ଅଧିନାୟକ ନିଯୁକ୍ତି କରିବା ପାଇଁ ଚାହୁଁଥିଲା। ଯେଉଁ କାରଣରୁ ବିସିସିଆଇ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ ଭାବରେ ମଧ୍ୟ ନିଯୁକ୍ତି କରିଥିଲା। ପ୍ରାୟ ଲାଗୁଛି କି କୋହଲି ଆଗାମୀ ୨୦୨୩ ବିଶ୍ୱକପରେ ଭାରତର ଅଧିନାୟକ ଭାବରେ ଖେଳିବା ପାଇଁ ଇଚ୍ଛା ରଖିଥିଲେ। କିନ୍ତୁ ଏହାପରେ ମଧ୍ୟ ସେ ନିଜର ପ୍ରତିକ୍ରିୟା କଣ ରଖୁଛନ୍ତି ଏହା ଦେଖିବାକୁ ବାକି ରହିଲା। ତେବେ ଏହାକୁ ନେଇ କଣ ଆପଣଙ୍କ ମତ ତାହା କମେଣ୍ଟରେ ଜଣାନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।