ରୋହିତ ODI କ୍ୟାପଟେନ ହେବା ପରେ ଭାଇରଲ ହେଲା ଏହି ଟ୍ୱିଟ! ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର

ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଏକଦିବସିୟ ଅଧିନାୟକ କରାଯାଇଛି। କିଛି ଦିନ ତଳେ ତାଙ୍କୁ ଟି-୨୦ ଇଣ୍ଟରନେସନାଲ ଅଧିନାୟକ କରାଯାଇଥିଲା। ଅଲଇଣ୍ଡିଆ ସିଲେକ୍ସନ କମିଟି ବୁଧବାରକୁ ଏହି ଫଇସଲା ନେଇଛି। ବିରାଟ କୋହଲି କେବଳ ଟେଷ୍ଟ ଅଧିନାୟକତ୍ୱ ସମ୍ଭାଳିବେ। ଭାରତକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର ଅଛି। ଏହି ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବ। ଏହା ପରେ ଜାନୁଆରୀରେ ଏକଦିବସିୟ ସିରିଜ ଖେଳାଯିବାର ସିଡ୍ୟୁଲ ଅଛି। ରୋହିତ ଏହି ସିରିଜରୁ ୨୦୨୩ ଏକଦିବସିୟ ବିଶ୍ୱକପ ପର୍ଯ୍ୟନ୍ତ ଅଧିନାୟକ ରହିବେ।

Google

ରୋହିତ ଅଧିନାୟକ ହେବା ପରେ ୧୧ ବର୍ଷ ପୁରୁଣା ଟ୍ୱିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେ ଏହି ଟ୍ୱିଟ୧୭ ଅପ୍ରିଲ ୨୦୧୦ କୁ କରିଥିଲେ। ସେ ଟ୍ୱିଟ କରିଥିଲେକି,”ଲୋକ ପ୍ରଶ୍ନ କରିଛନ୍ତି କି ମୋର କଣ ବିଶ୍ୱକପ ଟିମରେ ସାମିଲ ହେବା ଉପଯୁକ୍ତ ଥିଲା। ମୁଁ ବ୍ୟାଟିଙ୍ଗରେ ଏହାର ଜବାବ ଦେବାକୁ ପସନ୍ଦ କରିବି”। କହିରଖିବୁକି ରୋହିତ ୨୦୦୭ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଦେଇଥିଲେ। ଏହା ପରେ ସେ ଭାରତରେ ହୋଇଥିବା ୨୦୧୧ ଏକଦିବସିୟ ବିଶ୍ୱକପ ଟିମରେ ସାମିଲ ନଥିଲେ।

କହିରଖିବୁ କି ରୋହିତ ଶର୍ମାଙ୍କର ଅଧିନାୟକତ୍ୱରେ ଅଳ୍ପ ଦିନ ତଳେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଟି-୨୦ ସିରିଜରେ ୩-୦ରେ ହରାଇଥିଲା। ଏହା ପୂର୍ବରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟି-୨୦ ବିଶ୍ୱକପ ୨୦୨୧ରେ ଭାରତର ପ୍ରଦର୍ଶନ ଖରାପ ରହିଥିଲା। ଟିମ ଇଣ୍ଡିଆକୁ ଲଗାତର ଦୁଇଟି ପରାଜୟ ମିଳିଥିଲା ଓ ଟିମ ସେମିଫାଇନାଲରୁ ବାହାରିଯାଇଥିଲା। ଟି-୨୦ ବିଶ୍ୱକପ ପୂର୍ବରୁ ହିଁ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବାର ଘୋଷଣା କରିଦେଇଥିଲେ। ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ମଧ୍ୟ ହଟାଇଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *