ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚରେ ହାସଲ କରିଛି ବିଜୟ। ଭାରତୀୟ ବୋଲର କରିଥିଲେ ସୁନ୍ଦର ବୋଲିଂ। ୧୦ ୱିକେଟରେ ଏହି ମ୍ୟାଚ ଜିତିଥିଲା ଟିମ ଇଣ୍ଡିଆ। ଯଶପ୍ରୀତ ବୁମରା କରିଥିଲେ ଆକର୍ଷଣୀୟ ବୋଲିଂ। ସେ ଅକ୍ତିଆର କରିଥିଲେ ୬ଟି ୱିକେଟ। ଏହା ସହ ସାମୀ ମଧ୍ୟ ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ। ସେ ୩ ଟି ୱିକେଟ ନେଇଥିଲେ। ଭାରତ ବିନା ୱିକେଟ ହାସଲ କରିନେଇଥିଲା ଲକ୍ଷ୍ୟ। ରୋହିତ ଶର୍ମା ଏବଂ ଶିଖର ଧାୱନ କରିଥିଲେ ଧମାଲ।

ମଙ୍ଗଳବାର ଦିନ ଖେଳା ଯାଇଥିବା ଏହି ମ୍ୟାଚରେ ୧୧୧ ରନର ଟାର୍ଗେଟ ଭାରତ ଆଗରେ ରଖିଥିଲା ଟିମ ଇଂଲଣ୍ଡ। ୧୮.୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ରହିଥିଲା ଟିମ ଇଣ୍ଡିଆ। କମାଲ କରିଥିଲେ ରୋହିତ ଏବଂ ଶିଖର।
କ୍ୟାପଟେନ ରୋହିତ ଶର୍ମା ୭୬ ରନ କରି ନଟ ଆଉଟ ଥିବା ବେଳେ ଅନୁଭବୀ ବ୍ୟାଟ୍ସମାନ ଶିଖର ଧାୱନ ୩୧ ରନ କରି ନଟ ଆଉଟ ଥିଲେ। ତେବେ ରୋହିତ ଏବଂ ଧାୱନଙ୍କ ନାମରେ ଦର୍ଜ ହୋଇଛି ଆଉ ଏକ ରେକର୍ଡ।
9 years on, the bond is still strong 💪 @ImRo45 Congratulations to the Team India for the spectacular victory ✌️ #IndVsEng #ODISeries pic.twitter.com/eWiQvCP3zq
— Shikhar Dhawan (@SDhawan25) July 12, 2022
ଓପ୍ନର ଯୋଡି ଭାବେ ୫୦୦୦ ରନ ପୁରା କରିଛନ୍ତି ଉଭୟ ବ୍ୟାଟ୍ସମାନ। ଏହା କରିବାରେ ଦ୍ୱିତୀୟ ଭାରତୀୟ ଯୋଡି ଏବଂ ବିଶ୍ୱ କ୍ରିକେଟରେ ଚତୁର୍ଥ ଯୋଡି ଭାବେ ହାସଲ କରିଛନ୍ତି ରେକର୍ଡ। ଏହା ପୂର୍ବରୁ ସଚିନ ଏବଂ ଗାଙ୍ଗୁଲି ୬୬୦୯ ରନ କରି ଏହି ରେକର୍ଡ କରିଛନ୍ତି।
୧.ସଚିନ ଏବଂ ଗାଙ୍ଗୁଲି: ୬୬୦୯ ରନ
୨.ହେଡେନ ଏବଂ ଗିଲଖ୍ରୀଷ୍ଟ: ୫୩୭୨ ରନ
୩.ହେନ୍ସ ଏବଂ ଗ୍ରୀନିଜ: ୫୧୫୦ ରନ
୪.ରୋହିତ ଏବଂ ଧାୱନ: ୫୧୦୮ ରନ
୫.ଆମଲା ଏବଂ ଡି କକ: ୪୧୯୮ ରନ
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।