ଧୋନି ନୁହଁନ୍ତି କି ରୋହିତ ନୁହଁନ୍ତି ବରଂ ଏହି ଯୁବ ଖେଳାଳି ମାରିଲେ ସବୁଠୁ ଲମ୍ବା ଛକା, ଦେଖନ୍ତୁ ଭିଡିଓ!

ବ୍ୟୁରୋ ରିପୋର୍ଟ: ଆଇପିଏଲର କଥା ଆସିବ ଓ ବଡ଼ ବଡ଼ ଶର୍ଟର କଥା କୁହାଯିବ ନାହିଁ ଏପରି ପ୍ରାୟ ହୋଇପାରିବ ନାହିଁ। ଏହି ସିଜନରେ ମଧ୍ୟ ଏବେ ପର୍ଯ୍ୟନ୍ତ ୨୩ ମ୍ୟାଚ ହୋଇଛି ଓ ୩୫୦ ଛକା ଲାଗିସାରିଲାଣି। ଦୁଇ ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ରୟାଲ ଚଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚରେ କେବଳ ଚେନ୍ନାଇ ଟିମ ଏକାକୀ ୧୭ ଟି ଛକା ମାରିଥିଲା। କେବଳ ୯ ଟି ଛକା ରବିନ ଉଥାପା ମାରିଦେଇଥିଲେ କିନ୍ତୁ ସେ ସବୁଠୁ ଲମ୍ବା ଛକା ମାରିପାରିନଥିଲେ। ନା ମହେନ୍ଦ୍ର ସିଂହ ଧୋନି ନା ହିଁ ରୋହିତ ଶର୍ମା ଏହି ଉପଲବ୍ଧି ହାସଲ କରିପାରିଲେ। ପାଖାପାଖି ୧୮ ବର୍ଷୀୟ ଏକ ଯୁବ ଖେଳାଳି ସିଜନର ସବୁଠୁ ଲମ୍ବା ଛକା ମାରିଛନ୍ତି।

Google

ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ପ୍ରଥମ ଆଇପିଏଲ ସିଜନ ଖେଳୁଥିବା ପାଖାପାଖି ୧୮ ବର୍ଷୀୟ ଯୁବ ଖେଳାଳି ଡେବାଲ୍ଡ ବ୍ରେବିସ କିଛି ହିଁ ମ୍ୟାଚରେ ନିଜ ବ୍ୟାଟିଙ୍ଗର ନମୁନା ଦେଖାଇଦେଇଛନ୍ତି। ସେ ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ମ୍ୟାଚରେ ଏହି ସିଜନର ସବୁଠୁ ଲମ୍ବା ଛକା ମାରିଛନ୍ତି ଓ ଏହି ଛକା ୧୧୨ ମିଟର ଲମ୍ବା ଥିଲା। ସେ ଏହି ମ୍ୟାଚରେ ପଞ୍ଜାଵ କିଙ୍ଗସର ଲେଗ ସ୍ପିନର ରାହୁଲ ଚାହାରଙ୍କୁ ଗୋଟେ ଓଭରରେ ଲଗାତର ଚାରିଟି ଛକା ମାରିଥିଲେ।

ତାଙ୍କ ପରେ ଏହି ସିଜନର ଦ୍ୱିତୀୟ ଲମ୍ବା ଛକା ମାରିଛନ୍ତି ପଞ୍ଜାଵ କିଙ୍ଗସର ବ୍ୟାଟ୍ସମ୍ୟାନ ଲିୟାମ ଲିଭିଙ୍ଗଷ୍ଟୋନ ଓ ଏହି ଛକା ୧୦୮ ମିଟରର ଅଟେ। ସିଜନର ତୃତୀୟ ଲମ୍ବା ଛକା ମଧ୍ୟ ଲିଭିଙ୍ଗଷ୍ଟୋନ ମାରିଛନ୍ତି ଯାହା ୧୦୫ ମିଟରର ଅଟେ।

ସିଜନର ଚତ୍ରୁର୍ଥ ଲମ୍ବା ଛକା ମାରିଛନ୍ତି ସିଏସକେର ଅଲରାଉଣ୍ଡର ସିଭମ ଦୁବେ ଓ ଏହି ଛକା ୧୦୨ ମିଟରରେ ଅଟେ। ମୁମ୍ବାଇର ଡେବାଲ୍ଡ ବ୍ରେବିସ ମଧ୍ୟ ୧୦୨ ମିଟରର ଛକା ମାରିଛନ୍ତି।

ଏହି ସିଜନରେ ଏବେ ପର୍ଯ୍ୟନ୍ତ ୨୩ ମ୍ୟାଚ ହୋଇଛି ଓ ୩୫୦ ଛକା ହୋଇସାରିଲାଣି। ସବୁଠୁ ଅଧିକ ଛକା ୱିକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ମାରିଛନ୍ତି। ସେ ୪ ଟି ମ୍ୟାଚରେ ମୋଟ ୧୫ ଟି ଛକା ମାରିଛନ୍ତି। ଦ୍ୱିତୀୟ ନମ୍ବରରେ ରାଜସ୍ଥାନର ବ୍ୟାଟ୍ସମ୍ୟାନ ସିମରାନ ହେଟମାୟରଅଛନ୍ତି ଓ ସେ ଏହି ଆଇପିଏଲରେ ୧୪ଟି ଛକା ମାରିଛନ୍ତି। ତୃତୀୟ ସ୍ଥାନରେ ଚେନ୍ନାଇର ସିବମ ଦୁବେ ଅଛନ୍ତି ଯିଏକି ୧୩ ଛକା ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *