IND vs WI: ରୋହିତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଅଧିନାୟକତ୍ୱ କରିବାକୁ ପ୍ରସ୍ତୁତ, ଭୁବି-ଅଶ୍ୱିନୀଙ୍କ ଟିକେଟ କଟିବ!

ବ୍ୟୁରୋ ରିପୋର୍ଟ: ଭାରତର ଏକଦିବସିୟ ଓ ଟି-୨୦ର ଅଧିନାୟକ ରୋହିତ ଶର୍ମା ଫିଟ ହୋଇଯାଇଛନ୍ତି। ରୋହିତ ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୬ ଫେବୁଆରୀରୁ ଆରମ୍ଭ ହେବାକୁ ଥିବା ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ପାଇଁ ଅଧିନାୟକତ୍ୱ କରିବକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାରେ ମିଳିଥିବା ଲଜ୍ୟାଜନକ ପରାଜୟ ପରେ ଭୁବନେଶ୍ୱର କୁମାର ଓ ଆର ଅଶ୍ୱିନୀଙ୍କ ପରି ସିନିୟର ଖେଳାଳିଙ୍କ ଜାଗା ସଙ୍କଟରେ। ଏକଦିବସିୟ ସିରିଜର ତିନୋଟି ଯାକ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି। ଏହା ପରେ ୧୬ ଫେବୁଆରୀକୁ ଟି-୨୦ ସିରିଜର ଆରମ୍ଭ ଇଡେନ ଗାଡେନ କୋଲକତାରେ ହେବାର ଅଛି।

Google

ବାମ ଗୋଡ଼ର ମାଂସପେଶୀରେ ଆଘାତ କାରଣରୁ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇପାରିନଥିଲେ। ତାଙ୍କ ଜାଗାରେ କେ ଏଲ ରାହୁଲ ଅଧିନାୟକତ୍ୱ କରିଥିଲେ। କିନ୍ତୁ ସେହି ସିରିଜରେ ଭାରତକୁ ୩-୦ରେ ପରାଜୟ ମିଳିଥିଲା। ଯାହା ଜଣା ଯାଇଛି BCCI ପିଟିଆଇକୁ କହିଛନ୍ତି କି,”ରୋହିତ ୱେଷ୍ଟାଇଣ୍ଡିଜ ସିରିଜ ପାଇଁ ଫିଟ ଓ ପ୍ରସ୍ତୁତ ଅଛନ୍ତି। ୱେଷ୍ଟଇଣ୍ଡିଜ ସିରିଜ ଆରମ୍ଭ ହେବା ବେଳକୁ ରୋହିତଙ୍କ ରିହୈବିଲିଟେସନ ପ୍ରକ୍ରିୟାକୁ ସାଢ଼େ ସାତ ସପ୍ତାହ ପୁରୀଯାଇଥିବ”।

କେ ଏଲ ରାହୁଲଙ୍କୁ ଅଧିନାୟକତ୍ୱ କରିବା ପାଇଁ କରିବାକୁ ପଡିବ ଅପେକ୍ଷା:

ରାହୁଲଙ୍କୁ ଦକ୍ଷିଣ ଆଫ୍ରିକାରେ ନିଜ ଅଧିନାୟକତ୍ୱରେ ଦ୍ୱିତୀୟ ଟେଷ୍ଟ ଓ ପୁରା ଏକଦିବସିୟ ସିରିଜରେ ପରାଜୟ ମିଳିଥିଲା। ଏହା ପାଖାପାଖି ନିଶ୍ଚିତ କି ଶ୍ରୀଲଙ୍କା ସହ ଟେଷ୍ଟ ସିରିଜରେ ରୋହିତଙ୍କ ଜାଗାରେ ରାହୁଲଙ୍କୁ ଅଧିନାୟକତ୍ୱ କରାଯିବ। ରାହୁଲଙ୍କୁ ତିନୋଟି ଯାକ ଫର୍ମାଟରେ ଉପଅଧିନାୟକ ଦାୟୀତ୍ୱ ତୁଲାଇବାକୁ ପଡିବ। ରାହୁଲଙ୍କୁ ଅଳ୍ପଦିନ ତଳେ ଲଖନଉ ସୁପର ଜାଏଣ୍ଟର୍ସର ଅଧିନାୟକ କରାଯାଇଛି। ଆଇପିଏଲ ୨୦୨୨ରେ ତାଙ୍କ ଅଧିନାୟକତ୍ୱ ଉପରେ ସମସ୍ତଙ୍କ ନଜର ରହିବ।

Google
ହାର୍ଦିକ ପାଣ୍ଡ୍ୟା ଫେରିପାରନ୍ତି ଟିମକୁ:

ହାର୍ଦିକ ପାଣ୍ଡିଆ ଅନେକ ସମୟ ହେବ ଆଘାତ କାରଣରୁ ଟିମ ଇଣ୍ଡିଆରୁ ବାହାର ଅଛନ୍ତି। ତାଙ୍କୁ ଅହମ୍ମଦାବାଦ ଟିମ ଅଧିନାୟକ କରିଛି। ସେ ନେଟରେ ବୋଲିଙ୍ଗ କରିବା ଆରମ୍ଭ କରିଦେଇଛନ୍ତି କିନ୍ତୁ ସେ ପୁରା ସକ୍ଷମ ସହ ବୋଲିଙ୍ଗ କରୁଛନ୍ତି କି ନାହିଁ ତାହା ଜଣାପଡିନାହିଁ। ଦକ୍ଷିଣ ଆଫ୍ରିକା ସିରିଜରେ ତାଙ୍କ ଜାଗା ଭେଙ୍କଟେସ ଅୟରଙ୍କୁ ଦିଆଯାଇଥିଲା। ହେର୍ଡ କୋଚ ରାହୁଲ ଦ୍ରାଭିଡ ଭେଙ୍କଟେସ ଅୟରଙ୍କୁ ଆଉ ଏକ ମୌକା ଦେଇପାରନ୍ତି। ସାରଦୁଲ ଠାକୁର ଓ ଦୀପକ ଚାହାର ନିଜ ବୋଲିଙ୍ଗ ଓ ବ୍ୟାଟିଙ୍ଗରେ ପ୍ରଭାବିତ କରିଛନ୍ତି। ତେବେ ଅପରପକ୍ଷରେ ଜାଡେଜାଙ୍କୁ ନେଇ ଯାହା ଅନୁମାନ କରାଯାଉଛି ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ହିଁ ଖେଳିବେ।

ଭାରତ-ୱେଷ୍ଟଇଣ୍ଡିଜ ଏକଦିବସିୟ ସିରିଜର ସିଡ୍ୟୁଲ:

୬-ଫେବୁଆରୀ-୧ମ ଏକଦିବସିୟ-ଅହମ୍ମଦାବାଦ
୯-ଫେବୁଆରୀ-୨ୟ ଏକଦିବସିୟ -ଅହମ୍ମଦାବାଦ
୧୧- ଫେବୁଆରୀ-୩ୟ ଏକଦିବସିୟ -ଅହମ୍ମଦାବାଦ

Google
ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ସିଡ୍ୟୁଲ:

୧୬ ଫେବୁଆରୀ-ପ୍ରଥମ ଟି-୨୦-କୋଲକତା
୧୮ଫେବୁଆରୀ-୨ୟ ଟି-୨୦-କୋଲକତା
୨୦ ଫେବୁଆରୀ-୩ୟ ଟି-୨୦-କୋଲକତା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.