ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳ ପୂର୍ବରୁ ଦଳରେ ନିଜ ସ୍ଥାନ ପାଇବା ପାଇଁ ଚେଷ୍ଟା କରୁଥିବା ଇଶାନ ଦଳରେ ସ୍ଥାନ ପାଇ ସେହି ସୁଯୋଗରେ ବହୁତ ଲାଭ ଉଠେଇଛନ୍ତି। ସେ ଏକ ଏଭଳି କାମ କରିଛନ୍ତି ଯାହା ତାଙ୍କ ପୂର୍ବରୁ କେବଳ ରୋହିତ ଶର୍ମା,ବିରାଟ କୋହଲି ଏବଂ ସୁରେଶ ରାଇନା କରିଥିଲେ। ବର୍ତ୍ତମାନ ଚାଲୁଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଶିରିଜ ରେ ସେ ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଙ୍କ ରେକର୍ଡ ମଧ୍ୟ ଭାଙ୍ଗିଦେଇଛନ୍ତି। କଣ ଇଶାନ କିଶନ ୩ୟ ଓପନର ଭାବେ ଆଗାମୀ ୱାଲ୍ଡକପ ପାଇଁ ଦଳକୁ ମିଳିଯାଇଛନ୍ତି।

ଇଶାନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ରେ ଖେଳାଯାଇଥିବା ୩ୟ ମ୍ୟାଚ ରେ ଏକ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି।ସେହି ମ୍ୟାଚରେ ୩୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରି ସେ ଏକ ଭଲ କ୍ଲବରେ ନିଜର ସ୍ଥାନ ପାଇଛନ୍ତି। ସେ ୩ୟ ମ୍ୟାଚରେ ଅର୍ଦ୍ଧଶତକ କରି ବିରାଟ କୋହଲି ରୋହିତ ଶର୍ମାଙ୍କ ଭଳି ବଡ଼ ବଡ଼ ଖେଳାଳିଙ୍କ ତାଲିକାରେ ନିଜ ସ୍ଥାନ ପାଇବାରେ ସଫଳ ହେଇଛନ୍ତି। ଇଶନ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩ୟ ମ୍ୟାଚରେ ୩୫ ବଲ ରେ ୫ଟି ଚୌକା ଏବଂ ୨ଟି ଛକା ଦ୍ୱାରା ସେ ୫୪ ରନ କରିଥିଲେ। ସେ ଏବେ ଟି-୨୦ ରେ ୪ ଥର ଅର୍ଦ୍ଧଶତକ କରିଥିବା ଖେଳାଳି ହେଇଛନ୍ତି। ତାଙ୍କ ପୂର୍ବରୁ ୨୩ ବର୍ଷରେ ୪ଟି ଅର୍ଦ୍ଧଶତକ କେବଳ ବିରାଟ କୋହଲି,ରୋହିତ ଶର୍ମା ଏବଂ ସୁରେଶ ରାଇନା ହିଁ କରିଥିଲେ
ସେ ଏହା ସହ ଗମ୍ଭୀରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଇଶାନଙ୍କ ୧୩ଟି ଟି-୨୦ ମ୍ୟାଚ ରେ ୪୫୩ ରନ କରିସାରିଲେଣି ଯାହାସହ ଏତେ କମ ମ୍ୟାଚରେ ଏତେ ରନ ଦୃଷ୍ଟିରୁ ଗମ୍ଭୀରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଭାରତ ଖେଳାଳି ମାନଙ୍କ ମଧ୍ୟରୁ ୧୩ ଟି ମ୍ୟାଚରେ ଅଧିକ ରନ କେବଳ ଲୋକେଶ ରାହୁଲ କରିଛନ୍ତି ସେ ପ୍ରଥମ ୧୩ ଟି ମ୍ୟାଚ ରେ ୫୦୦ ରନ କରିଥିଲେ। ୨ୟ ସ୍ଥାନରେ ବିରାଟ କୋହଲି ଅଛନ୍ତି ସେ ୧ମ ୧୩ଟି ମ୍ୟାଚରେ ୪୬୧ ରନ କରିଥିଲେ।ଏବେ ୩ୟ ସ୍ଥାନରେ ଇଶନ କିଶନ ଅଛନ୍ତି ସେ ୪୫୩ ରନ କରିଛନ୍ତି ଏବଂ ୪ର୍ଥ ସ୍ଥାନରେ ଗମ୍ଭୀର ୫ମ ରେ ଯୁବରାଜ ଏବଂ ୬ଷ୍ଠ ସ୍ଥାନରେ ରୋହିତ ଶର୍ମା ଅଛନ୍ତି।

ସିନିଅର ଖେଳାଳିଙ୍କ ଅନୁପସ୍ଥିତିରେ ଇଶାନଙ୍କ ଏହି ସିରିଜ ବହୁତ ଭଲ ଖେଳିଛନ୍ତି ଏବଂ ସେ ଏହି ସିରିଜରେ ୨ଟି ଅର୍ଦ୍ଧଶତକ କରିସାରିଲେଣି। ସେ ଏହି ୩ଟି ମ୍ୟାଚରେ ୭୬,୩୪ ଏବଂ୫୪ ରନ କରି ସେ ସମୁଦାୟ ୧୬୪ ରନ କରିସାରିଲେଣି। ତାଙ୍କର ଏହି ଖେଳ ଦ୍ୱାରା ସେ ଆଇସିସି ଟି-୨୦ ତାଲିକାର ଦଶ ଜଣ ଖେଳାଳିଙ୍କ ମଧ୍ୟ ରେ ସେ ଏକତମ ଭାରତୀୟ ଖେଳାଳି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।