IND vs SL: ଜାଡେଜାଙ୍କୁ ରୋହିତ କରିବାକୁ ଦେଲେନାହିଁ ଡବଲ ଶତକ? ଗୌତମ ଗମ୍ଭୀର କହିଲେ ବଡ଼ କଥା

ବ୍ୟୁରୋ ରିପୋର୍ଟ: ରବୀନ୍ଦ୍ର ଜାଡେଜା ଆଘାତ ପରେ ଫେରି ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜର ତିନୋଟି ଯାକ ମ୍ୟାଚରେ ସେ ଆଉଟ ହୋଇନାହାଁନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ସେ ୧୭୫ ରନ କରି ନଟଆଉଟ ଅଛନ୍ତି। ଏହାତାଙ୍କର ଇଣ୍ଟରନେସନାଲ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଭାରତ ପ୍ରଥମେ ପାରିରେ ୮ ୱିକେଟ ହରାଇ ୫୭୪ ରନରେ ପାରି ଘୋଷଣା କରିଛି। ଜାଡେଜା ଟେଷ୍ଟରେ ୭ ନମ୍ବରରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାମରେ ଥିଲା। ସେ ୧୯୮୬ରେ ଶ୍ରୀଲଙ୍କା ବିରୁଦ୍ଧରେ କାନପୁର ଟେଷ୍ଟରେ ୧୬୩ ରନ କରିଥିଲେ। ଭାରତ ଏହା ପୂର୍ବରୁ ଶ୍ରୀଲଙ୍କାକୁ ତିନୋଟି ମ୍ୟାଚର ଟି-୨୦ ସିରିଜରେ ୩-୦ରେ କ୍ଲିନ ସୁଇପ କରିଥିଲା। ପାରି ଘୋଷଣା କରିବା ଦ୍ୱାରା ରୋହିତ ଶର୍ମା ସୋସିଆଲ ମିଡ଼ିଆରେ ଟ୍ରୋଲ ହେଉଛନ୍ତି।

Google

ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ମହମ୍ମଦ ସାମୀ ଓ ରିଷଭ ପନ୍ତଙ୍କ ସହ ଶତକୀୟ ପାର୍ଟନରସିପ କରିଛନ୍ତି। ଜାଡେଜା ୨୨୮ ବଲରେ ୧୭୫ ରନ କରି ନଟଆଉଟ ରହିଲେ। ଏହି ପାରିରେ ସେ ୧୭ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଏହା ଜାଡେଜାଙ୍କର ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଶତକ ଅଟେ। ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର କହିଛନ୍ତି ଜାଡେଜାଙ୍କୁ କହିବାର ଥିଲା କି ତାଙ୍କ ପାଖରେ ଆଉ ୩ ଓଭର ଅଛି। ଯଦି ସେ ଡବଲ ଶତକ ମାରିବାକୁ ଚାହୁଁଥିଲେ ଏପରି କରିପାରିଥାନ୍ତେ। ସର୍ଵଶେଷରେ ଟିମ ଗୁରୁତ୍ୱପୂର୍ଣ୍ଣ ତେଣୁ ଭାରତ ପାରି ଘୋଷଣା କରି ଭଲ ନିର୍ଣ୍ଣୟ ନେଇଛି।

ବିଶ୍ୱ ଟେଷ୍ଟ ଚମ୍ପିୟାନ ପାଇଁ ଏହି ଟେଷ୍ଟ ଜିତିବା ଗୁରୁତ୍ୱପୂର୍ଣ୍ଣ ଅଟେ। ରୋହିତ ଶର୍ମା ଏହି ଟେଷ୍ଟରେ ଅଧିନାୟକ ରୂପରେ ଟେଷ୍ଟ କ୍ୟାରିଅର ଆରମ୍ଭ କରୁଛନ୍ତି। ଏହା ପୂର୍ବରୁ ୨୦୦୪ରେ ପାକିସ୍ତାନ ବିରୁଦ୍ଧରେ ଅଧିନାୟକ ରାହୁଲ ଦ୍ରାଭିଡ ଏପରି ପାରି ଘୋଷଣା କରିଥିଲେ। ସେହି ସମୟରେ ସଚିନ ତେନ୍ଦୁଲକର ୧୯୪ କରି ନଟଆଉଟ ରହିଥିଲେ। ତାହାକୁ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା।

ସିଏସକେ ଜାଡେଜାଙ୍କୁ ୧୬ କୋଟିରେ ରିଟେନ କରିଛି:

ନଭେମ୍ବର ୨୦୨୧ ରୁ ଜାଡେଜା କୌଣସି ଟେଷ୍ଟ ମ୍ୟାଚ ଖେଳିନଥିଲେ। ଶ୍ରୀଲଙ୍କା ବିରୁଦ୍ଧରେ ତିନୋଟି ଟି-୨୦ ମ୍ୟାଚରେ ଜାଡେଜା ୩, ୪୫,୨୨ ରନ କରି ତିନୋଟି ଯାକ ମ୍ୟାଚରେ ନଟଆଉଟ ଥିଲେ। ତାଙ୍କର ଆଇପିଏଲ ୨୦୨୨ର ପ୍ରସ୍ତୁତି ଭଲ ହୋଇଯାଇଛି। ଚେନ୍ନାଇ ତାଙ୍କୁ ଆଇପିଏଲ ୨୦୨୨ରେ ୧୬ କୋଟିରେ ରିଟେନ କରିଛି। ଚେନ୍ନାଇ ପୂର୍ଵ ବର୍ଷର ଚମ୍ପିୟାନ ଅଟେ। ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚକୁ ହେବାକୁ ଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *