ପ୍ରଥମ ଥର ରୋହିତଙ୍କ କ୍ୟାପଟେନସିରେ ଖେଳିବେ ବିରାଟ କୋହଲି, ପ୍ରାୟ ୧୦ ମାସ ପରେ ଫେରିବ ଏହି ଯୋଡି!

ବ୍ୟୁରୋ ରିପୋର୍ଟ: ପ୍ରଥମ ଥର ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବେ। କୋହଲି ଅନେକ ବର୍ଷ ଟିମ ଇଣ୍ଡିଆର ତିନୋଟି ଯାକ ଫର୍ମାଟରେ ଅଧିନାୟକ ରହିଥିଲେ କିନ୍ତୁ ସେ ଅଧିନାୟକତ୍ୱରୁ ମୁକ୍ତି ହୋଇଯାଇଛନ୍ତି। ସେପ୍ଟେମ୍ବର ୨୦୨୧ରେ ବିରାଟ ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ। ଏହା ପରେ ଚୟନକର୍ତା ଏକ ବଡ଼ ଫଇସଲା କରି ବିରାଟଙ୍କୁ ଏକଦିବସିୟର ଅଧିନାୟକ ପଦରୁ ବାହାର କରିଦେଇଥିଲେ।

Google

ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ସିରିଜରେ ୧-୨ରେ ପରାଜୟ ମିଳିବା ପରେ ବିରାଟ ଟେଷ୍ଟ ଅଧିନାୟକତ୍ୱ ମଧ୍ୟ ଛାଡିଦେଇଥିଲେ। ବିରାଟ କୋହଲି ଲମ୍ବା ସମୟ ପରେ କେବଳ ବ୍ୟାଟ୍ସମ୍ୟାନ ରୂପରେ ଖେଳିବେ। ଦକ୍ଷିଣ ଆଫ୍ରିକାରେ ସେ କେ ଏଲ ରାହୁଲଙ୍କ ଅଧିନାୟକତ୍ୱରେ ତିନୋଟି ଏକଦିବସିୟ ଖେଳିଥିଲେ।

ବ୍ୟାଟ୍ସମ୍ୟାନ ରୂପରେ ରୋହିତଙ୍କ ଅଧିନାୟକତ୍ୱରେ ଓହ୍ଲାଇବେ ବିରାଟ:

ବିରାଟଙ୍କୁ ରୋହିତଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ଓ ଟି-୨୦ ସିରିଜରେ ଓହ୍ଲାଇବାକୁ ହେବ। ଦୁହେଁ ଶେଷ ଥର ଏକଦିବସିୟରେ ମ୍ୟାଚ ୨୦୨୧ରେ ଇଂଲଣ୍ଡ ବିରୁଦ୍ଧରେ ନଜର ଆସିଥିଲେ। ଯାହା ପରେ ଟିମ ଇଣ୍ଡିଆ କେବଳ ଟି-୨୦ ଓ ଟେଷ୍ଟ ଉପରେ ଫୋକସ କରିଥିଲା। ଶ୍ରୀଲଙ୍କା ଗ୍ରସ୍ତରେ ଶିଖର ଧୱନଙ୍କ ଅଧିନାୟକତ୍ୱରେ ଏକ ଯୁବ ଟିମ ପଠାଯାଇଥିଲା।

ପାଞ୍ଚଥର ଆଇପିଏଲ ବିଜେତା ଅଧିନାୟକ ରୋହିତ ଶର୍ମା ଟିମ ଇଣ୍ଡିଆକୁ ଏକ ଉଚ୍ଚ ସ୍ଥାନରେ ପହଁଞ୍ଚାଇବାର ଆଶା କରିପାରନ୍ତି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ସୀମିତ ଓଭର କ୍ରିକେଟରେ ବଡ଼ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ରୋହିତଙ୍କ ଠୁ ସେହି ସବୁ ମ୍ୟାଚରେ ଭଲ ପ୍ରଦର୍ଶନର ଆଶା ରହିବ।

ନିଜର ଅନୁଭବ ଓ ସୁନ୍ଦର ଖେଳ ଭାବନା କାରଣରୁ ରୋହିତ ପୂର୍ବରୁ ହିଁ ଅଧିନାୟକ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ ଏସିଆ କପ ଜିତିଥିଲା।

ପୂର୍ଵ ଅଧିନାୟକ କୋହଲି ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନି,ଗୌତମ ଗମ୍ଭୀର, ସୁରେଶ ରାଇନା,ବିରେନ୍ଦ୍ର ସେହ୍ଵାଗ, କେ ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଖେଳିସାରିଛନ୍ତି। ବିରାଟ ସବୁଠୁ ଅଧିକ ଏକଦିବସିୟ ମ୍ୟାଚ ଧୋନିଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି। ସେ ଧୋନିଙ୍କ ଅଧିନାୟକତ୍ୱରେ ୧୩୮ ଏକଦିବସିୟ ମ୍ୟାଚ ଖେଳିଛନ୍ତି।

 

ବିରାଟ ୯୫ ଏକଦିବସିୟ ମ୍ୟାଚରେ ଭାରତୀୟ ଟିମର ଅଧିନାୟକତ୍ୱ କରିଛନ୍ତି। ୯୫ ଏକଦିବସିୟ ମ୍ୟାଚରୁ ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୬୫ ଏକଦିବସିୟ ମ୍ୟାଚ ଜିତିଛି। ସୁନ୍ଦର ରେକର୍ଡ ପରେ ମଧ୍ୟ ବିରାଟଙ୍କର ବଡ ଟୁର୍ଣ୍ଣାମେଣ୍ଟରେ ଭୁଲ କାରଣରୁ ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *