ଦିନିକିଆ ସିରିଜ ବିଜୟ ପରେ ଟି-୨୦ ସିରିଜରେ ମଧ୍ୟ ଟିମ ଇଣ୍ଡିଆ ୩-୦ ରେ ଜିତିଯାଇଛି। ବିରାଟ କୋହଲି ଯାହାଙ୍କୁ କି ଟିମ ଇଣ୍ଡିଆର ରନ ମେସିନ ଭାବେ ପ୍ରାୟ ସମସ୍ତେ ଜାଣନ୍ତି ପୁଣି ଥରେ ନିଜର ପୁରାତନ ରଙ୍ଗରେ ଆସୁଥିବାର ଦେଖା ଯାଇଥିଲେ। ସେ ଶୁକ୍ରବାର ଦିନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ଟି-୨୦ ରେ ଏକ ଅର୍ଦ୍ଧଶତକ ମାରି ଟିମ ଇଣ୍ଡିଆର ମୂଳଦୁଆ ସୁଦୃଢ କରିଥିଲେ। ତେବେ ତାଙ୍କର ଏହି ଇନିଂସ ପାଇଁ ଏବଂ ପନ୍ତଙ୍କ ଆକର୍ଷଣୀୟ ପାରି ପାଇଁ ଭାରତ ୧୮୦ରୁ ମଧ୍ୟ ଅଧିକ ସ୍କୋର କରିବାରେ ସଫଳ ହେଇଥିଲା। ଋଷଭ ପନ୍ତଙ୍କ ସହ ତାଙ୍କର ଭେଙ୍କଟେସ ଆୟର ମଧ୍ୟ ଏକ ଉନ୍ନତ ଇନିଂସ ଖେଲିଥିଲେ। ତେବେ ଏହାର ଫଳସ୍ୱରୂପ ହିଁ ଭାରତ ୱେଷ୍ଟଇଣ୍ଡିଜକୁ ହରେଇବାରେ ସକ୍ଷମ ହେଇଥିଲା।

ତେବେ ଏହାର ପ୍ରଭାବ ପୂର୍ବ କ୍ରିକେଟର ମାନଙ୍କ ଉପରେ ଏପରି ଭାବେ ପଡିଛି କି ସେମାନେ କୋହଲିଙ୍କର ଜମେଇକି ପ୍ରଶଂସା କରିବାରେ ଲାଗିଛନ୍ତି। ଏହା ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ବହୁତ ଅଧିକ ପସନ୍ଦ ଆସି ଯାଇଛି। ସେ କହିଛନ୍ତି କି , “ବିରାଟ କୋହଲି ସତରେ ଏକ ବହୁତ ମହତ୍ତ୍ୱପୂର୍ଣ ଇନିଂସ ଖେଳିଲେ ଯାହାର ଆବଶ୍ୟକତା ଆମ ଟିମକୁ ବହୁତ ଥିଲା। ଏହା ମୋ ଉପରୁ ମଧ୍ୟ ଚାପ ହଟେଇ ଦେଇଥିଲା। ଆମେ ଆମର ଆରମ୍ଭ ଭଲ କରିନଥିଲୁ ଆଉ ଜଲଦି ଜଲଦି ୱିକେଟ ହରେଇ ଚାଲିଥିଲୁ। ଯେଉଁ ପ୍ରକାରେ ସେ ଦ୍ୱିତୀୟ ଓଭରରେ ଆସିଲେ ଏବଂ ସର୍ଟ ଖେଳି ଚାଲିଲେ ତାହା ଆମ ସଭିଙ୍କ ଉପରୁ ଚାପ ହଟେଇ ଦେଇଥିଲା।”
ତେବେ ରୋହିତ ଶର୍ମା ଜମେଇକି ତାଙ୍କର ପ୍ରଶଂସା କରିଥିଲେ ଏବଂ ଏହି ଅର୍ଦ୍ଧଶତକ ପରେ କୋହଲି ଏକ ବଡ଼ ବିଶ୍ୱ ରେକର୍ଡ ବନେଇବାରୁ ବଞ୍ଚିତ ହେଇଗଲେ। ପ୍ରକୃତରେ କୋହଲି ଦୁନିଆର ସର୍ବାଧିକ ଟି-୨୦ ରନ କରିଥିବା ଖେଳାଳି ହେଇ ପାରିଥାନ୍ତେ ମାତ୍ର ସେ କିଛି ହିଁ ଏହି ରେକର୍ଡରୁ ବଞ୍ଚିତ ହେଇଗଲେ।

ସେ ଏହି ଅର୍ଦ୍ଧଶତକ ସହ ୩୦ ଥର ପଚାଶ ଅଥବା ତାହାଠାରୁ ଅଧିକ ରନ କରିଥିବା ଖେଳାଳି ହେଇଗଲେ ଆଉ ଯାହା କି ଦୁନିଆର ସଂଯୁକ୍ତ ଭାବେ ସର୍ବାଧିକ ଅଟେ। ଜଣେ ପ୍ଲେୟର ରୋହିତ ଶର୍ମା ହି ୩୦ ଥର ପଚାଶ ଅଥବା ତାହାଠାରୁ ଅଧିକ ରନ କରିଛନ୍ତି। ତେବେ ଏହି ମ୍ୟାଚରେ ହିଁ କୋହଲି ଦୁନିଆର ପ୍ରଥମ ପ୍ଲେୟର ହେଇ ପାରିଥାନ୍ତେ ଯିଏ କି ଟି-୨୦ କ୍ରିକେଟରେ ୩,୩୦୦ରନ କରିବାର ଅଙ୍କ ଛୁଇଁଥାନ୍ତେ। ମାତ୍ର ସେ ବଞ୍ଚିତ ହେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।