IND vs WI: ବିଜୟ ପରେ କୋହଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା! ହେଲେ ବାବରଙ୍କ ଠୁ ପଛରେ!

ବ୍ୟୁରୋ ରିପୋର୍ଟ: ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆ ବିଜୟ ହାସଲ କରିଥିଲା। ରୋହିତ ଶର୍ମା ଏକଦିବସିୟର ନୂତନ ଅଧିନାୟକ ହେବା ପରେ ସୁନ୍ଦର ଆରମ୍ଭ କରିଛନ୍ତି। ସେ ପ୍ରଥମ ଏକଦିବସିୟରେ ୬୦ ରନର ପାରି ଖେଳିଛନ୍ତି। ଟିମ ବିଜୟ ସହିତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ୱେଷ୍ଟଇଣ୍ଡିଜ ଟିମ ପ୍ରଥମେ ଖେଳି ମାତ୍ର ୧୭୬ ରନ କରିଥିଲା। ଭାରତ ଏହି ଲକ୍ଷ୍ୟକୁ ୨୮ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଛି। ରୋହିତଙ୍କର ଏକଦିବସିୟ ଅଧିନାୟକ ରୂପରେ ଏହା ୧୧ ତମ ମ୍ୟାଚ ଥିଲା। ଏଥିରୁ ସେ ୯ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ଏକଦିବସିୟ ୯ ଫେବୃଆରୀକୁ ଖେଳାଯିବ। ଏହା ଟିମର ବର୍ଷ ୨୦୨୨ର ପ୍ରଥମ ବିଜୟ ଅଟେ।

Google

ରୋହିତ ଶର୍ମା ଏକଦିବସିୟରେ ଅଧିନାୟକ ରୂପରେ ୧୧ପାରିରେ ୭୫ର ଔସତରେ ୬୦୩ ରନ କରିଥିଲେ। ୨ ଟି ଶତକ ଓ ୩ ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ୨୦୮ ରନର ନଟଆଉଟ ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି। ଏହି ସମୟରେ ତାଙ୍କର ଷ୍ଟାଇକରେଟ ୯୯ର ରହିଛି। ଏକଦିବସିୟରେ ବିରାଟ କୋହଲି ଅଧିନାୟକ ରୂପରେ ୧୧ ପାରିରେ ୫୯୨ ରନ କରିଥିଲେ। ମାନେ ଏହି ମାମଲାରେ ରୋହିତ କୋହଲିଙ୍କୁ ପଛରେ ଛାଡିଦେଇଛନ୍ତି କିନ୍ତୁ ସେ ପାକିସ୍ତାନର ବାବର ଆଜମଙ୍କ ଠୁ ପଛରେ ରହିଗଲେ।

ବାବର କରିଥିଲେ ୬୨୬ ରନ:

ବାବର ଆଜମ ଏକଦିବସିୟ ଅଧିନାୟକ ରୂପରେ ୧୧ପାରିରେ ୬୨୬ ରନ କରିଥିଲେ। ମାନେ ରୋହିତ ତାଙ୍କଠୁ ୨୩ ରନ ପଛରେ ଅଛନ୍ତି। ଏକଦିବସିୟରେ ଅଧିନାୟକ ରୂପରେ ପ୍ରଥମ ୧୧ ପାରିରେ ସବୁଠୁ ଅଧିକ ରନ ଅଷ୍ଟ୍ରେଲିଆର ଜଜ ବେଲିଙ୍କ ନାମରେ ଅଛି। ସେ ପ୍ରଥମ ୧୧ ପାରିରେ ୭୨୦ ରନ କରିଥିଲେ। ଅନ୍ୟ କେହି ୭୦୦ ପର୍ଯ୍ୟନ୍ତ ମଧ୍ୟ ପହଁଚିନାହାଁନ୍ତି। ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନି ୱିଲିୟମସନ ଏହି ମାମଲାରେ ୬୭୮ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Google
ଅଧିନାୟକ ରୂପରେ ରୋହିତଙ୍କର ଔସତ ୫୩ ଅଟେ:

ରୋହିତ ଶର୍ମା ଏକଦିବସିୟ ସହ ଟି-୨୦ରେ ମଧ୍ୟ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିସାରିଛନ୍ତି। ସେ ଦୁଇଟି ଯାକ ଫର୍ମାଟରେ ଅଧିନାୟକ ରୂପରେ ୩୩ ପାରିରେ ୫୩ର ଔସତରେ ୧୪୭୪ ରନ କରିଛନ୍ତି।ସେ ଚାରିଟି ଶତକ ଓ ୧୮ ଟି ଅର୍ଦ୍ଧଶତକ ମାରିଛନ୍ତି।ସେ ଟି-୨୦ରେ ୧୮ ପାରିରେ ୧୫୯ର ଷ୍ଟାଇକରେଟରେ ୮୭୧ ରନ କରିଛନ୍ତି। ସେ ଦୁଇଟି ଶତକ ଓ ୭ ଅର୍ଦ୍ଧଶତକ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *