ବ୍ୟୁରୋ ରିପୋର୍ଟ: IPL ପରେ ଭାରତୀୟ ଦଳ ନିଜ ଦେଶରେ ସାଉଥ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବାର ଅଛି। ୯ ଜୁନରୁ ଏହି ସିରିଜ ଆରମ୍ଭ ହେବାର ଅଛି। ରୋହିତ ଶର୍ମା ଏହି ସିରିଜ ଖେଳିବେ ନାହିଁ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

IPL 2022 ପରେ ରୋହିତ, ପୂର୍ବ ଭାରତୀୟ ଅଧିନାୟକ କୋହଲି, କେ ଏଲ ରାହୁଲ ,ମହମ୍ମଦ ସାମୀ, ଯଶପ୍ରୀତ ବୁମରା, ଋଷଭ ପନ୍ତଙ୍କୁ ଦିଆଯାଇପାରେ ରେଷ୍ଟ। ତେବେ କ୍ରିକବଜର ରିପୋର୍ଟକୁ ଆଧାର କଲେ ସାଉଥ ଆଫ୍ରିକା ବିପକ୍ଷରେ ଭାରତର କ୍ୟାପଟେନ ହେବେ ଶିଖର ଧାୱନ।
ଟିମରେ ଯୁବ ପ୍ରତିଭାଙ୍କୁ ମିଳିବ ମୌକା। ଉମରାନ ମଲ୍ଲିକ, ତିଲକ ବର୍ମା, ଅର୍ସଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଋତୁରାଜ ଗାଏକୱାଡ଼, ଆଭେସ ଖାନଙ୍କୁ ମିଳିପାରେ ଚାନ୍ସ। ଟି-୨୦ ଦଳରେ ଦିନେସ କାର୍ତ୍ତିକ, ଶିଖର ଧାୱନ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଅନୁଭବୀ ଖେଳାଳିଙ୍କୁ ମିଳିପାରେ ଜାଗା। ଧାୱନ କ୍ୟାପଟେନ ଆଉ ଥରେ ହୋଇପାରନ୍ତି। ସେ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଭାରତର କ୍ୟାପଟେନ ହୋଇଥିଲେ।
Hardik Pandya or Shikhar Dhawan likely to lead India's in the 5 match T20i series against South Africa as main players will be rested. (Reported by PTI).
— Mufaddal Vohra (@mufaddal_vohra) May 14, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।