ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୬ ଡିସେମ୍ବରରୁ ସେଂଚୁରିଆନରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବାର ଅଛି। ଭାରତର ଲକ୍ଷ୍ୟ ବିଜୟରୁ ଆରମ୍ଭ କରିବା ଉପରେ ରହିବ। ଏହି ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମା ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାହାର ହୋଇଯାଇଥିଲେ ଯାହା ଦ୍ୱାରା ଟିମ ଇଣ୍ଡିଆର ଚିନ୍ତା ବଢି ଯାଇଥିଲା। ତାଙ୍କ ଅନୁପସ୍ଥିତରେ ମୟଙ୍କ ଅଗ୍ରୱାଲ ଓପନିଙ୍ଗ କରିବେ। ତାଙ୍କୁ ଜଣାଯାଉଛିକି ଓପନିଙ୍ଗ ବ୍ୟାଟିଙ୍ଗ କରିବା କାରଣରୁ ତାଙ୍କ ଉପରେ ଅଧିକ ଦାୟୀତ୍ୱ ରହିବ।

ଏହା ମୟଙ୍କ ଅଗ୍ରୱାଲଙ୍କ ଟ୍ରେନିଙ୍ଗରେ ମଧ୍ୟ ଦେଖାଯାଉଛି। ସେ କୋଚ ରାହୁଲ ଦ୍ରାଭିଡଙ୍କ ନଜରରେ ସେଣ୍ଟର ୱିକେଟରେ ଅଭ୍ୟାସ କରୁଛନ୍ତି। ମୟଙ୍କ ସେଂଚୁରିଆନ ଟେଷ୍ଟ ପୂର୍ବରୁ ନିଜର ସବୁ କମଜୋରିକୁ ପୁରା କରିବା ପାଇଁ ଚାହୁଁଛନ୍ତି ।ଏଥିପାଇଁ ଟ୍ରେନିଙ୍ଗ ସମୟରେ ସେ ଶର୍ଟ ବଲ ଓ ଅଫ ଷ୍ଟମ୍ପ ବାହାରକୁ ଯାଉଥିବା ବଲକୁ ନେଇ ଅନେକ କାମ କରିଛନ୍ତି।
ମୟଙ୍କ ଏହି ସମୟରେ ସୁନ୍ଦର ଫର୍ମରେ ଅଛନ୍ତି ଓ ସେ ଅଳ୍ପ ଦିନ ପୂର୍ବେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ପାରିରେ ୧୫୦ ଓ ଦ୍ୱିତୀୟ ପାରିରେ ୬୨ ରନ ମାରିଥିଲେ। ମୟଙ୍କଙ୍କ ପାଇଁ ଭଲ ଏହି କଥାକି ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ପୂର୍ବରୁ ଆଘାତ ହୋଇଗଲେ। ନଚେତ ତାଙ୍କୁ ଚୂଡାନ୍ତ ଏକାଦଶରେ ଜାଗା ମିଳିବା କଷ୍ଟକର ଥିଲା।ସେ ଏବେ ଏହାର ପୁରା ଫାଇଦା ଉଠାଇବାକୁ ଚାହିଁବେ ଓ ତୃତୀୟ ଓପନର ଭାବରେ ନିଜ ଜାଗା ପକା କରିବାକୁ ଚାହିଁବେ।

ମୟଙ୍କ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୮୫ ର ଔସତରେ ରନ କରିଛନ୍ତି: ମୟଙ୍କଙ୍କର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ରେକର୍ଡ ମଧ୍ୟ ଭଲ ଅଟେ। ସେ ଏବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩ ଟି ଟେଷ୍ଟ ମ୍ୟାଚରେ ୮୫ର ଔସତରେ ୩୪୦ ରନ କରିଛନ୍ତି। ଏଥିରେ ଗୋଟେ ଡବଲ ଶତକ ମଧ୍ୟ ସାମିଲ ଅଛି ଯାହା ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବିଶାଖାପାଟନମରେ ମାରିଥିଲେ।କିନ୍ତୁ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଉଚ୍ଚତାପୁର୍ଣ ବଲ ଆସୁଥୁବା ପିଚରେ ଖେଳିବାର ଅନୁଭବ ନାହିଁ। ଏହା ତାଙ୍କର ସେଠାକୁ ପ୍ରଥମ ଗ୍ରସ୍ତ ତେଣୁ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ରନ କରିବା ସହଜ ହେବନାହିଁ। ଓପନର ରୂପରେ।ମୟଙ୍କଙ୍କର ଔସତ ୫୦ର ଅଟେ। ସେ ଟେଷ୍ଟର ୨୫ ପାରିରେ ୧୨୪୭ ରନ କରିଛନ୍ତି।
ଅନ୍ୟପଟେ ଦୀପକ ଚାହାର ମଧ୍ୟ ବୋଲିଙ୍ଗରେ ନିଜ ହାତ ଖୋଲିଛନ୍ତି। ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ରୂପରେ ମୌକା ମିଳିଛି କିନ୍ତୁ ସେ ମଧ୍ୟ ଟିମର ଅଭ୍ୟାସ ସେସନରେ ଭାଗ ନେଇଥିଲେ। ସେ ରାହାଣେ, ପୂଜାରା ଓ କେଏଲ ରାହୁଲଙ୍କୁ ବୋଲିଙ୍ଗ କରୁଥିବାର ଦେଖାଯାଇଛି। ଅଭ୍ୟାସ ସମୟରେ ଚାହାରଙ୍କ ସୁଇଙ୍ଗ ବଲରେ ଏହି ତିନି ବ୍ୟାଟ୍ସମ୍ୟାନ ଅସୁବିଧାର ସାମ୍ନା କରୁଥିବା ଦେଖାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।