ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନସି ଛାଡିବେ ରୋହିତ ଶର୍ମା! ଏହି ଖେଳାଳି ହୋଇପାରନ୍ତି କ୍ୟାପଟେନ! ପୂର୍ବ କ୍ରିକେଟରଙ୍କ ବଡ଼ ବୟାନ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ସିଜିନ-୧୫ ର ନିଜର ଖରାପ ପ୍ରଦର୍ଶନ ଏବଂ ନିଜର ଖରାପ ଅଧିନାୟକତ୍ୱକୁ ନେଇ ପ୍ରାୟ ରୋହିତ ଶର୍ମା ଚିନ୍ତାରେ। ସେଥିପାଇଁ ସେ ବାରମ୍ବାର ବାରମ୍ବାର ବିଭିନ୍ନ ଆଲୋଚନାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ସେଥିପାଇଁ ସେ ଆଇପିଏଲର ମଧ୍ୟ ଭାଗରୁ ଅଧିନାୟକ ପଦ ଛାଡି ପାରନ୍ତି। ଏହି କଥା ନେଇ ଅନେକ ପୂର୍ଵ ଖେଳାଳିଙ୍କ ପାଖରୁ ଶୁଣିବାକୁ ମିଳିଛି। ଜଣେ ପ୍ରସିଦ୍ଧ ପୂର୍ବତନ କ୍ରିକେଟର ଏବଂ ଭାଷ୍ୟକାର କହିଛନ୍ତି ଯେ , କଣ ପାଇଁ ରୋହିତ ଶର୍ମା ମୁମ୍ବାଇ ଇଂଡିଆନ୍ସ ପକ୍ଷରୁ ନିଜର ଅଧିନାୟକ ପଦ ଛାଡି ପାରନ୍ତି। ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ହେଲେ ମଧ୍ୟ ଦଳର ପରାଜୟ ଏବଂ ନିଜର ଖରାପ ପ୍ରଦର୍ଶନ ପାଇଁ ସେ ନିଜର ଅଧିନାୟକ ପଦ ଛାଡି ପାରନ୍ତି।

Google

୨୦୨୨ ଆଇପିଏଲ ସିଜିନ ୧୫ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଟି ମ୍ୟାଚ ଖେଳା ଯାଇ ସାରିଲାଣି। ମୁମ୍ବାଇ ଇଂଡିଆନ୍ସ ମଧ୍ୟ ବର୍ତ୍ତମାନ ମଧ୍ୟରେ ପାଞ୍ଚଟି ମ୍ୟାଚ ଖେଳି ସାରିଛି। କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ଗୋଟିଏ ମ୍ୟାଚ ଜିତିବାକୁ ସକ୍ଷମ ହୋଇ ନାହିଁ। ତେବେ ଏଥିନେଇ ଅନେକ ଗୁଡିଏ କାରଣ ରହିଛି। ଦଳର ପ୍ରତ୍ୟେକ ଖେଳାଳିଙ୍କ ସହଭାଗୀଦାରୀର ଅଭାବ, ଖରାପ ବୋଲିଂ, କିଛି ଖେଳାଳିଙ୍କ ବ୍ୟାଟିଂରେ ଖରାପ ପ୍ରଦର୍ଶନ ସମୂହ ଭାବରେ ଏକ ବଡ଼ କାରଣ ଅଟେ। ଏହା ବ୍ୟତୀତ ଚର୍ଚ୍ଚିତ ଖବର ଅନୁଯାୟୀ ରୋହିତ ଶର୍ମାଙ୍କ ଖରାପ ଅଧିନାୟକତ୍ଵ ଏବଂ ତାଙ୍କ ଖରାପ ପ୍ରଦର୍ଶନ ମଧ୍ୟ ଏକ କାରଣ ଅଟେ। ସେଥିଲାଗି ରୋହିତ ଶର୍ମା ନିଜ ଅଧିନାୟକ ପଦକୁ ନେଇ ଏକ ବଡ଼ ପଦକ୍ଷେପ ନେଇ ପାରନ୍ତି।

ପ୍ରସିଦ୍ଧ ପୂର୍ବତନ କ୍ରିକେଟର ଏବଂ ଭାଷ୍ୟକାର ସଞ୍ଜୟ ମାଂଜରେକର କହିଛନ୍ତି ଯେ, ଆଇପିଏଲ ବର୍ତ୍ତମାନ ରୋହିତ ଶର୍ମା ଏବଂ ମୁମ୍ବାଇ ଇଂଡିଆନ୍ସ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ସେଥିପାଇଁ ମୁମ୍ବାଇ ଇଂଡିଆନ୍ସ କ୍ଵଲିଫାଏ କରିବା ପ୍ରାୟ ଅସମ୍ଭବ ଅଟେ। ମୁମ୍ବାଇ ଇଂଡିଆନ୍ସ ଦଳ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ସବୁଠାରୁ ତଳେ ରହିଛି। ସେ କହିଛନ୍ତି ଯେ, ବିରାଟ କୋହଲିଙ୍କ ଭଳି ଏହି ସମସ୍ୟାରୁ ବାହାରିବା ଲାଗି ସେ ମୁମ୍ବାଇ ଇଂଡିଆନ୍ସର ଅଧିନାୟକ ପଦ ଛାଡି ପାରନ୍ତି। ନିଜର ଖରାପ ପ୍ରଦର୍ଶନ ଏବଂ ଦଳର ପରାଜୟ ତାଙ୍କୁ ବହୁତ ପ୍ରେସର ଭିତରେ ରଖୁଛି ସେଥିପାଇଁ ଏହାର ପ୍ରଭାବ ଟିମ ଇଣ୍ଡିଆର ଅଧିନାୟକ ପଦ ଉପରେ ମଧ୍ୟ ପଡିପାରେ।

Google

ତେଣୁ ରୋହିତ ମୁମ୍ବାଇର ଅଧିନାୟକ ପଦ ନିଜର ସାଥି ଖେଳାଳୀ କାଇରନ ପୋଲାର୍ଡଙ୍କୁ ଦେଇ ପାରନ୍ତି। ଏହା ପୂର୍ବରୁ ପୂର୍ବତନ ଦକ୍ଷିଣ ଆଫ୍ରିକାର ଅଧିନାୟକ ଗ୍ରେମ ସ୍ମିଥ ଏହା ମଧ୍ୟ କହିଥିଲେ। ସେ କହିଥିଲେ ଯେ, ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଖରାପ ପ୍ରଦର୍ଶନ ଭାରତୀୟ ଦଳ ଉପରେ ମଧ୍ୟ ପଡି ପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *