ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଯାଉଥିବା ଟେଷ୍ଟ ସିରିକରେ ରୋହିତ ଶର୍ମାଙ୍କ ସହ ଏକ ଏପରି ଖେଳାଳି ଓପମିଙ୍ଗ କରିପାରନ୍ତି ଯାହାଙ୍କ ଆଶା ବହୁତ କମ ଲୋକ କରିଥିବେ। ଏହି ନାମ ହେଉଛି ପ୍ରିୟାଙ୍କ ପାଂଚାଲ। ସେ ରୋହିତଙ୍କ ସହିତ ସେହି ୪ ଓପନର ଖେଳାଳିଙ୍କ ଭିତରେ ସାମିଲ ଯିଏକି ଟେଷ୍ଟ ସିରିଜ ପାଇଁ ଚୟନ ହୋଇଛନ୍ତି। ଅନ୍ୟ ଦୁଇ ଓପନର ହେଉଛନ୍ତି ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ। ମୟଙ୍କ ଓ ଶୁଭମନ ଥାଉଁ ଥାଉଁ ପ୍ରିୟଙ୍କିଙ୍କୁ କଣ ପାଇଁ ମିଳିବ ମୌକା? ଟିମ ଇଣ୍ଡିଆର ପୂର୍ଵ କୋଚ ଲାଲଚନ୍ଦ ରାଜପୁତ ଏହି କଥାକୁ ସୁନ୍ଦର ଭାବେ ବୁଝାଇଛନ୍ତି।

ପୂର୍ଵ କ୍ରିକେଟର ଲାଲଚନ୍ଦ ରାଜପୁତ ଶ୍ରୀଲଙ୍କା ବିରୁଦ୍ଧରେ ହେବାକୁ ଥିବା ଚୂଡାନ୍ତ ଏକାଦଶ ବିଷୟରେ ଆଲୋଚନା କରି କହିଛନ୍ତି,”ରୋହିତ ଶର୍ମା ମୟଙ୍କ ଅଗ୍ରୱାଲ ବା ପ୍ରିୟଙ୍କ ପାଂଚାଲଙ୍କ ସହ ଓପନିଙ୍ଗ କରିପାରନ୍ତି। ପ୍ରିୟଙ୍କଙ୍କ ସହ ଓପନିଙ୍ଗ କରିବାର ବଡ଼ କାରଣ ହେଉଛି ପ୍ରିୟଙ୍କ କେବଳ ଘରୋଇ ଟୁର୍ଣ୍ଣାମେଣ୍ଟରେ ନୁହେଁ ବରଂ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭାରତ ଏ ଟିମ ତରଫରୁ ମଧ୍ୟ ସୁନ୍ଦର ପ୍ରଦର୍ଶନ କରଥିଲେ”। ଜିମ୍ବାୱେର କୋଚ କହିଛନ୍ତି ଭାରତୀୟ ଟିମ ଘରୋଇ ସିରିଜ ଖେଳିବାକୁ ଯାଉଛି। ଏଥିପାଇଁ ଭାରତୀୟ ଟିମ ପାଖରେ ମୌକା ଦେବା ପାଇଁ ଭଲ ଅପ୍ସନ ଅଛି ଓ ଟିମ ମ୍ୟାନେଜମେଣ୍ଟ ଏହାକୁ ବ୍ୟବହାର କରିପାରେ।
ଲାଲଚାନ୍ଦ ରାଜପୁତ ପ୍ରିୟାଙ୍କ ପାଂଚାଲଙ୍କୁ ଓପନିଙ୍ଗ କରାଇବା କାରଣ ଉପରେ ଚର୍ଚ୍ଚା କରି କେ ଏଲ ରାହୁଲଙ୍କ ଭୂମିକା ଉପରେ ବଡ଼ କଥା କହିଛନ୍ତି। ସେ କହିଛନ୍ତି କେ ଏଲ ରାହୁଲ ପ୍ରାୟ ଓପନର ରୂପରେ ଖେଳିଆସିଛନ୍ତି ସତ କିନ୍ତୁ ସେ ଭବିଷ୍ୟତରେ ମଧ୍ୟକ୍ରମରେ ଖେଳିବେ। ଚେତେଶ୍ୱର ପୂଜରା ଓ ରାହାଣେ ବାହାରିବା ପରେ ମଧ୍ୟକ୍ରମରେ ଯେଉଁ ଜାଗା ସୃଷ୍ଟି ହୋଇଛି ରାହୁଲ ତାକୁ ପୂରା କରିପାରନ୍ତି। ତାଙ୍କୁ ଏହା ଦ୍ଵାରା ମିଡ଼ିଲ ଅର୍ଡରର ଅନୁଭବ ମଧ୍ୟ ଆସିବ। ଯଦି ରାହୁଲ ମଧ୍ୟକ୍ରମରେ ଖେଳିବେ ଆଉ ଜଣେ ଓପନରଙ୍କ ପାଇଁ ମୌକା ଆସିବ।

୧୯୮୦ ଦଶକରେ ଭାରତ ତରଫରୁ ଖେଳିଥିବା ରାଜପୁତ କହିଛନ୍ତି ସବୁ ଟିମର ଏକ ସମୟ ହୋଇଥାଏ ଯେବେ ସଫଳ ହୋଇଥାଏ। ଯେବେ ସଫଳତା ପୁରା ହୋଇଥାଏ ଟିମରେ ପରିବର୍ତ୍ତନ ଆବଶ୍ୟକତା ହୋଇଥାଏ। ଭାରତୀୟ ଟିମ ମଧ୍ୟ ନଜର ସେହି ସଫଳତାକୁ ପୁରା କରିବାରେ ଅଛି। ଏଥିପାଇଁ ଟିମ ମ୍ୟାନେଜମେଣ୍ଟ ସିନିୟର ଖେଳାଳିଙ୍କ ଜାଗାରେ ଯୁବ ଖେଳାଳିଙ୍କ ସନ୍ଧାନ କରୁଛନ୍ତି। ଏକ ଭଲ ଟିମ ଏହିପରି ହୋଇଥାଏ ଯିଏ କି ନିଜ ବିଜୟ ପଥକୁ ପୂର୍ଵ ପରି ରଖିଥାଏ।
ଭାରତୀୟ ଟେଷ୍ଟ ଟିମ: ରୋହିତ ଶର୍ମା(ଅଧିନାୟକ),ଯଶପ୍ରୀତ ବୁମରା(ଉପଅଧିନାୟକ),ମୟଙ୍କ ଅଗ୍ରୱାଲ, ପ୍ରିୟାକ ପାଂଚାଲ, ବିରାଟ କୋହଲି, ଶ୍ରେୟସ ଅୟର, ହନୁମା ବିହାରୀ, ଶୁଭମନ ଗିଲ, ରିଷଭ ପନ୍ତ, କେଏସ ଭରତ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମୀ, ମହମ୍ମଦ ସିରାଜ, ଇମେସ ଯାଦବ, ସୌରଭ କୁମାର।

ଭାରତୀୟ ଟି-୨୦ ଟିମ : ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରା(ଉପ ଅଧିନାୟକ), ଋତୁରାଜ ଗାୟକୱାଡ଼, ଇସାନ କିସନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର, ଭେଙ୍କଟେସ ଅୟର, ଦୀପକ ହୁଡା, ମହମ୍ମଦ ସିରାଜ, ହର୍ଷଲ ପଟେଲ, ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ରବି ବିସ୍ନୋଇ, କୁଲଦୀପ ଯାଦବ, ଆଭେଶ ଖାନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।