ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି। ପ୍ରଥମ ଟେଷ୍ଟ ୪ ମାର୍ଚ୍ଚରୁ ମୋହାଲିରେ ଖେଳାଯାଇଥିଲା ଯେଉଁ ମ୍ୟାଚରେ ଭାରତ ଗୋଟେ ପାରି ୨୨୨ ରନରେ ବିଶାଳ ବିଜୟ ହାସଲ କରିଥିଲା। ଏହା ରୋହିତଙ୍କର ଟେଷ୍ଟ ଅଧିନାୟକତ୍ୱରେ ପ୍ରଥମ ବିଜୟ ଥିଲା। ଦୁଇଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଏବେ ୧୨ ମାର୍ଚ୍ଚରୁ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିଲା ଓ ଏହା ଭାରତର ଚତ୍ରୁର୍ଥ ଡେ ନାଇଟ ଟେଷ୍ଟ ଅଟେ।

ଏହି ମ୍ୟାଚରେ ମଧ୍ୟ ଭାରତ ମଜବୁତ ସ୍ଥିତିରେ ରହିଛି। ଏହି ଟେଷ୍ଟ ସିରିଜଲେ ଭାରତ ସିରିଜ ହାତେଇବ ଏହା ସହ ବିଶ୍ୱଟେଷ୍ଟ ଚମ୍ପିୟାନସିପ ପାଇଁ ମଧ୍ୟ ଏହି ଟେଷ୍ଟ ଭାରତ ଜିତିବା ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଏବେ ବିଶ୍ୱଟେଷ୍ଟ ଚମ୍ପିୟାନସିପରେ ପଞ୍ଚମ ସ୍ଥାନରେ ଅଛି। ଏହି ମ୍ୟାଚର ପ୍ରଥମ ଦିନ ଖେଳ ପରେ ୱିକେଟ କିପର ରିଷଭ ପନ୍ତଙ୍କୁ ଠିକ ନିସ୍ପତି ପାଇଁ ପ୍ରଶଂସା କରାଯାଉଛି ଏହାର କାରଣ କହିରଖିବୁ ପ୍ରଥମ ଦିନ ଖେଳରେ ପନ୍ତଙ୍କ ଏକ ରିଭ୍ୟୁ ନିସ୍ପତି ସଫଳ ହୋଇଥିଲା।
ଘଟଣାଟି ପ୍ରଥମ ଦିନ ଖେଳରେ ଶ୍ରୀଲଙ୍କାର ବ୍ୟାଟିଙ୍ଗ ସମୟରେ ଘଟିଥିଲା। ଭାରତ ପାଇଁ ୧୨ ତମ ଓଭର ମହମ୍ମଦ ସାମୀ କରୁଥିଲେ ଓ ଷ୍ଟାଇକରେ ଥିଲେ ଧନଞ୍ଜୟ ଡି ସିଲଭା। ଗୋଟେ ବଲରେ ଏଲବୀ ଡବ୍ଲୁ ଅପିଲ ହୋଇଥିଲା ଓ ଅମ୍ପାୟାର ନଟଆଉଟ ଦେଇଥିଲେ। ଅଧିନାୟକ ରୋହିତ କିନ୍ତୁ ରିଭ୍ୟୁ ନେବାକୁ ଚାହୁଁନଥିଲେ କିନ୍ତୁ ପନ୍ତ ବାଧ୍ୟକରିବାରୁ ସେ ରିଭ୍ୟୁ ନେଇଥିଲେ ଓ ତାହା ସଫଳ ମଧ୍ୟ ହୋଇଯାଇଥିଲା। ପନ୍ତଙ୍କ ଏହି ନିସ୍ପତି ପରେ ପ୍ରସଂସକ ପନ୍ତଙ୍କୁ ପ୍ରଶଂସା କରୁଛନ୍ତି। ମ୍ୟାଚର କଥା କହିବାତ ଶ୍ରେୟସଙ୍କ ସୁନ୍ଦର ୯୨ ରନର ପାରି ଦ୍ଵାରା ଭାରତ ପ୍ରଥମ ପାରିରେ ଭଲ ସ୍କୋର କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।