ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ଠୁ ୫ ଟି ମ୍ୟାଚର ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ କୋଚ ରାହୁଲ ଦ୍ରାଭିଡ ଅରୁଣ ଜେଟିଲ ଷ୍ଟାଡିୟମରେ ପତ୍ରକାରଙ୍କ ସହ କଥା ହୋଇଛନ୍ତି। ପ୍ରେସ କନ୍ଫରେନ୍ସରେ ରାହୁଲ ପ୍ରଶ୍ନର ଉତ୍ତର ଦେଇଛନ୍ତି। ରାହୁଲ ଅଧିନାୟକ ରୋହିତଙ୍କୁ ଏହି ସିରିଜରେ ବିଶ୍ରାମ ଦେବା ଉପରେ କହିଛନ୍ତି।

ରୋହିତଙ୍କ ସମର୍ଥନରେ ଦ୍ରାଭିଡ:
ରୋହିତଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯିବା ଫଇସଲା ଉପରେ ରାହୁଲ କହିଛନ୍ତି,”ରୋହିତ ଆମର ସବୁ ଫର୍ମାଟରେ ଖେଳୁଥିବା ଖେଳାଳି ଅଟନ୍ତି। ଏହା ଆଶାକରିବା ଉଚିତ ନୁହେଁକି ସେ ସବୁ ସମୟରେ ଉପଲବ୍ଧ ରାହନ୍ତୁ। ଆମେ ଚାହୁଁଛୁକି ସେ ଫିଟ ଓ ଫ୍ରେସ ରୁହନ୍ତୁ। ଅନେକ ଥର ଆମକୁ ନିଜ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ପଡିଥାଏ”।
ପାଣ୍ଡ୍ୟାଙ୍କ ପ୍ରଶଂସା:
ଦ୍ରାଭିଡ ଏହି ସମୟରେ ହାର୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ପ୍ରଶଂସା କରି କହିଛନ୍ତି ଆଇପିଏଲରେ ତାଙ୍କର ଅଧିନାୟକତ୍ୱ ପ୍ରଶଂସାଯୋଗ୍ୟ ଅଟେ। ସେ ଆଗକୁ କହିଛନ୍ତି ହାର୍ଦିକଙ୍କୁ ବ୍ୟାଟିଙ୍ଗ କରୁଥିବାର ଦେଖିବା ବହୁତ ଭଲ ଲାଗିବ। ଟିମ ତାଙ୍କଠୁ ତିନୋଟି ଯାକ କ୍ଷେତ୍ରରେ ଭଲ ପ୍ରଦର୍ଶନର ଆଶା କରିବ।

ସିନିୟର ଖେଳାଳିଙ୍କ ଅନୁପସ୍ଥିତରେ ଖେଳିବ ଟିମ ଇଣ୍ଡିଆ:
ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ଏହି ଟି-୨୦ ସିରିଜ ସିନିୟର ଖେଳାଳିଙ୍କ ଅନୁପସ୍ଥିତରେ ଖେଳିବ। ଏହି ସିରିଜରେ କେଏଲ ରାହୁଲଙ୍କୁ ଅଧିନାୟକ ଓ ରିଷଭ ପନ୍ତଙ୍କୁ ଉପଅଧିନାୟକ କରାଯାଇଛି।
ଯୁବ ଖେଳାଳିଙ୍କୁ ମୌକା:
ଏହି ସିରିଜରେ କିଛି ଯୁବ ଖେଳାଳିଙ୍କୁ ଟିମରେ ମୌକା ଦିଆଯାଇଛି। ଅର୍ସଦୀପ ସିଂହ ଓ ଉମରାନ ମଲିକଙ୍କ ପରି ଅନକ୍ୟାପଡ଼ ଖେଳାଳି ସାମିଲ ହୋଇଛନ୍ତି। ସିରିଜ ପୂର୍ବରୁ ଏହି ଅର୍ସଦୀପ ଓ ଉମରାନଙ୍କର ଚର୍ଚା ହେଉଛି। ଦୁହେଁ ଆଇପିଏଲ ୨୦୨୨ରେ ନିଜର ସୁନ୍ଦର ପ୍ରଦର୍ଶନ ଦ୍ଵାରା ଚୟନକର୍ତାଙ୍କୁ ପ୍ରଭାବିତ କରିଥିଲେ। ସିରିଜର ପ୍ରଥମ ମ୍ୟାଚ ୯ ଜୁନକୁ ଦିଲ୍ଲୀର ଅରୁଣ ଜେଟିଲ ଷ୍ଟାଡିୟମରେ ଖେଳାଯିବାର ଅଛି ଓ ଶେଷ ମ୍ୟାଚ ୧୯ ଜୁନକୁ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।